ସମସ୍ୟା ଘେରରେ ନିମାପଡ଼ା ଏନ୍‌ଏସି

ନିମାପଡ଼ା,୨୪ା୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ୧୯୭୩ ମସିହାରେ ୧୧ଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି। ଏହି ଏନ୍‌ଏସି ପ୍ରାୟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ, ୧୪.୦୭ ବର୍ଗ କି.ମି. ଆୟତ୍ତନ ଓ ପରିସୀମା। ପୁରୀ, ଭୁବନେଶ୍ୱର, କୋଣାର୍କ ଆଦି ସ୍ବର୍ଣ୍ଣ ତ୍ରିଭୁଜର କେନ୍ଦ୍ର ମଧ୍ୟସ୍ଥଳରେ ଅବସ୍ଥିତ ଏହି ଏନ୍‌ଏସି ଦୀର୍ଘ ୪୯ବର୍ଷର ବହୁ ପୁରାତନ ହୋଇଥିଲେ ମଧ୍ୟ ଅଦ୍ୟାବଧି ଆଶାନୁରୂପକ ବିକାଶ ହୋଇପାରି ନାହିଁ। ଡ୍ରେନେଜ ବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟ ଜଳ, ବିଦ୍ୟୁତ୍‌, ରାସ୍ତା ଆଦି କାର୍ଯ୍ୟ କିଛି ଜାଗାରେ ଅଧାପନ୍ତରିଆ ହୋଇପଡ଼ି ରହିଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ୧୧ଟି ଓ୍ବାର୍ଡରେ ଅଦ୍ୟାବଧି ଡ୍ରେନେଜ ବ୍ୟବସ୍ଥା ତ୍ୱରାନ୍ବିତ ହୋଇପାରି ନ ଥିବାରୁ ବର୍ଷାଦିନେ ଏନ୍‌ଏସିବାସୀ ହଇରାଣ ହେଉଛନ୍ତି। ବର୍ଷାଦିନେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ବହୁ ସମସ୍ୟା ସୃଷ୍ଟି ହେଉଛି। ୯ନଂ. ଓ୍ବାର୍ଡର ଅଣ୍ଡିଆ ସାହି, ଦକ୍ଷିଣ ଭୋଇ ସାହି, ଶିବଶକ୍ତି କଲୋନୀ, ନିଉ କଲୋନୀ, ଶ୍ରୀରାମନଗର, ମହିଳା କଲେଜ ରାସ୍ତା, ୪ନଂ. ଓ୍ବାର୍ଡର ନାୟକ ସାହି, ପୂର୍ଣ୍ଣେଶ୍ୱରୀ ସାହି ସମେତ ବହୁ ଓ୍ବାର୍ଡରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଗଁା, ସାହି ରାସ୍ତାରେ ସୁଅ ଛୁଟିଛି। ବର୍ଷାଦିନେ ବହୁ ଓ୍ବାର୍ଡବାସୀ ପାଣିଘେରରେ ଜଳବନ୍ଦୀ ହୋଇ ରହୁଛନ୍ତି।

ସେହିଭଳି ଏନ୍‌ଏସି ପକ୍ଷରୁ ଶିଶୁଙ୍କ ମନୋରଞ୍ଜନ ପାଇଁ ୧୪ଲକ୍ଷ ଟଙ୍କା ବ୍ୟୟରେ ୪ନଂ. ଓ୍ବାର୍ଡର ଟାଉନ ହଲ ନିକଟରେ ନିର୍ମିତ ହୋଇଥିବା ଶିଶୁ ଉଦ୍ୟାନଟି ଫନୀ ବାତ୍ୟା ପରଠାରୁ ଅଦରକାରୀ ହୋଇ ପଡ଼ିରହିଛି। ୨ ବର୍ଷ ହେବ ପାର୍କରେ ତାଲା ପଡ଼ିଥିବାରୁ ଶିଶୁମାନେ ଖେଳକୁଦ କରିପାରୁ ନାହାନ୍ତି। ଏନ୍‌ଏସିର ୧ନଂ., ୮ନଂ., ୯ନଂ., ୧୦ନଂ., ୧୧ନଂ. ଓ୍ବାର୍ଡ ସମେତ ପେଟାଘାଇ ରାସ୍ତା, ନୂଆରକରି, ବାଘସାହି ରାସ୍ତା, ମେଳକ ସମେତ ବହୁ ଗ୍ରାମର ମୁଖ୍ୟ ରାସ୍ତାର ଲାଗିଥିବା ବିଦ୍ୟୁତ୍‌ଖୁଣ୍ଟଗୁଡ଼ିକ ପ୍ରାୟତଃ ଅଚଳ ହୋଇପଡ଼ିଥିବାରୁ ରାସ୍ତାଘାଟ ଅନ୍ଧାରରେ ରହୁଛି। ଫଳରେ ରାତିରେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧା ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦୋଳବେଦି ଛକ, ଜୟଗୁରୁ ଆଶ୍ରମ ଛକ, ଜୟଶ୍ରୀ ଛକ ଆଦି ଅଞ୍ଚଳର ମୁଖ୍ୟ ରାସ୍ତାକଡ଼ରେ ଦୈନିକ ପନିପରିବା ବିକୁଥିବା ଉଠାଦୋକାନୀଙ୍କ ଥଇଥାନ ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଏନ୍‌ଏସି ପକ୍ଷରୁ କରାଯାଉ ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସାପ୍ତାହିକ ହାଟରେ ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ଆବଶ୍ୟକ ପିଣ୍ଡିର ବ୍ୟବସ୍ଥା ନ ଥିବା ଓ ପାନୀୟ ଜଳ ଏବଂ ଜଳ ନିଷ୍କାସନର ସୁବ୍ୟବସ୍ଥା ନ ଥିବାରୁ ବ୍ୟବସାୟୀ ଓ ଚାଷୀ ବହୁ ହଟହଟା ହେଉଛନ୍ତି। ଏନ୍‌ଏସି ପକ୍ଷରୁ ଏନ୍‌ଏସି ଅଫିସଠାରୁ ମାତ୍ର ୫ଶହ ମିଟର ବ୍ୟବଧାନରେ ବ୍ଲକ ଛକରେ ନିର୍ମିତ ହୋଇଥିବା ଏକ ପାନୀୟ ଜଳ ଯୋଗାଣ କେନ୍ଦ୍ର ଦୀର୍ଘମାସ ଧରି କାର୍ଯ୍ୟକ୍ଷମ ହୋଇ ନ ପାରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ହେଲେ ଏ ଦିଗରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ। ଏନ୍‌ଏସି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବାହାର ଅଞ୍ଚଳର ହଜାରରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ବେଳେ ସେମାନଙ୍କ ପାଇଁ ଏନ୍‌ଏସି ପକ୍ଷରୁ ଅଦ୍ୟାବଧି ଶବଦାହ କେନ୍ଦ୍ରଟି ପ୍ରତିଷ୍ଠା ହୋଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଅତ୍ୟାବଶ୍ୟକ ମୌଳିକ ସମସ୍ୟାର ତୁରନ୍ତ ପ୍ରତିକାର କରାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ନାରୀନେତ୍ରୀ ସରିତା ମହାପାତ୍ରଙ୍କ ସମେତ ଶତାଧିକ ଏନ୍‌ଏସିବାସୀ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ, ସଚିବ, ଗଣଶିକ୍ଷା ମନ୍ତ୍ରୀ, ପୁରୀ ଜିଲାପାଳ, ଉପଜିଲାପାଳ ପ୍ରମୁଖଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର କହିଛନ୍ତି, ଶିଶୁ ଉଦ୍ୟାନଟିର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଏହି ଶିଶୁ ଉଦ୍ୟାନ ଖୋଲାଯିବା ସହ ନୂତନ ପାନୀୟ ଜଳଯୋଗାଣ କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବ। ପର୍ଯ୍ୟାୟକ୍ରମେ ବିଭିନ୍ନ ମୌଳିକ ସମସ୍ୟାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ବୋର୍‌ଓ୍ବେଲରେ ପଡ଼ି ବୃଦ୍ଧା ମୃତ୍ୟୁ ମାମଲା ସୁବର୍ଣ୍ଣପୁର ଜିଲାପାଳଙ୍କୁ ଓଏଚ୍‌ଆର୍‌ସିଙ୍କ ନୋଟିସ

କଟକ,୧ା୧୨ (କାର୍ତ୍ତିକ ସାହୁ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକର ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବୃଦ୍ଧା ଦୁଃଖୀ ନେଗିଙ୍କ ବୋର୍‌ଓ୍ବେଲରେ ପଡ଼ି ମୃତ୍ୟୁ ମାମଲାରେ...

ବେଳାଭୂମିରେ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ: ୭ରୁ ୧୦ ହଜାର ଟଙ୍କାରେ ବୁକ୍‌ ହେଉଛି ରୁମ୍‌

ଚିକିଟି,୧ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୁନାପୁର ବେଳାଭୂମିରେ ଚଳିତ ବର୍ଷର ଇକୋ ରିଟ୍ରିଟ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ...

ବିଜୁ ପକ୍କା ଘରେ ଚାଲିଛି ସରକାରୀ ମଦ ଦୋକାନ: ବନ୍ଦ ଦାବିରେ…

ହାଟଡିହୀ,୧।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ, ଆମ୍ବଗଡ଼ିଆ, ବାରିଙ୍ଗା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଶୁକ୍ରବାର ସ୍ଥାନୀୟ ମଦ ଦୋକାନକୁ ବିରୋଧ...

ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା: ପିଇଓଙ୍କ ବାସଗୃହରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ,୧।୧୨(ରାକେଶ କୁମାର ରାଉତ): ଫୁଲବାଣୀ ବ୍ଲକ ଦଡକି ସରପଞ୍ଚଙ୍କ ପୁଅଙ୍କ ମୃତଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁକ୍ରବାର  ଉଦ୍ଧାର...

ଜାହଜରୁ ୩୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୋକେନ୍‌ ଜବତ

ପାରାଦୀପ,୧।୧୨(ଶରତ ରାଉତ): ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହଜରୁ ଶୁକ୍ରବାର ବହୁପରିମାଣରେ କୋକେନ୍‌ ଜବତ କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ୫୫ଟି ପ୍ୟାକେଟ ଜବତ ହୋଇଥିବା...

ଓଡ଼ିଶା ଫେରିଲେ ଟନେଲରେ ଫଶିଥିବା ୪ ଶ୍ରମିକ

ଭୁବନେଶ୍ୱର,୧।୧୨: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ଜଣ ଓଡ଼ିଆ ଶ୍ରମିକ ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ୧୭ ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୧।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ସ୍ବାଭିମାନ ସୁରକ୍ଷା ମଞ୍ଚର ଆବାହକ ସୁରେଶ ରାଓଙ୍କ ନେତୃତ୍ୱରେ ଶୁକ୍ରବାର ୧୭ ଦଫା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ପଦ୍ମନାଭ...

ସ୍ତ୍ରୀଙ୍କୁ ପଥରରେ ଛେଚି କରିଥିଲେ ହତ୍ୟା: ଅଭିଯୁକ୍ତ ସ୍ବାମୀଙ୍କୁ ୧୫ ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୧।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌(ଏଡିଜେ- ୩ )ରାଜକୁମାର ଦାଶ ସ୍ତ୍ରୀ ହତ୍ୟା ମାମଲାର ବିଚାର କରି ଗୁରୁବାର ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri