Posted inଭଦ୍ରକ

ନାମଲେଖା ବାତିଲ ପ୍ରତିବାଦରେ ଛାତ୍ର ଅଶାନ୍ତି

ଭଦ୍ରକ ଅଫିସ,୨୪।୨: ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇଥିବା ୨୮ଜଣ ଛାତ୍ରୀଛାତ୍ର ଚିହ୍ନଟ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨୮ ଛାତ୍ରୀଛାତ୍ରଙ୍କ ନାମଲେଖା ବାତିଲ କରାଯାଇଛି। ଏହାର ପ୍ରତିବାଦରେ ବୁଧବାର କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଟାୟାର ଜାଳି ମୁଖ୍ୟ ଫାଟକରେ ତାଲା ପକାଇ ଉତ୍ତ୍ୟକ୍ତ ଛାତ୍ରୀଛାତ୍ର ହୋହଲ୍ଲା କରିଥିଲେ। ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା। କଲେଜ କ୍ୟାମ୍ପସ ପରିସର ଷ୍ଟ୍ରଙ୍ଗରୁମ୍‌ରେ ଭଦ୍ରକ ବ୍ଲକର ଭୋଟବାକ୍ସଗୁଡ଼ିକ ରହିଥିବାରୁ ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ମାଧ୍ୟମରେ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ସୂଚନାଯୋଗ୍ୟ, ଆର୍‌ଟିଆଇ ସୂଚନା ଆଧାର ମାଧ୍ୟମରେ କେତେଜଣ ଛାତ୍ରୀଛାତ୍ର ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଏହି କଲେଜରେ ନାମ ଲେଖାଇ ପାଠ ପଢ଼ୁଥିବା ଘଟଣା ପଦାକୁ ଆସିଥିଲା। ଏହି ଘଟଣାକୁ ନେଇ କଲେଜର ଅନ୍ୟ ଛାତ୍ରୀଛାତ୍ର ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ସହ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା। ଏନେଇ ଅଭିଯୋଗ ପରେ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରିଥିଲା। ୨୦୧୯-୨୦ ଶିକ୍ଷାବର୍ଷରେ ନାମ ଲେଖାଇଥିବା କଳା ବିଭାଗର ୨ ଛାତ୍ର, ୨୦୨୦-୨୧ରେ କଳା ଓ ବିଜ୍ଞାନ ବିଭାଗର ୯ ଏବଂ ଚଳିତ ଶିକ୍ଷାବର୍ଷରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୧୭ ଛାତ୍ରୀଛାତ୍ରଙ୍କ ନାମଲେଖା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାତିଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri