ଗଞ୍ଜାମରେ କରୋନା କଟକଣା କୋହଳ: ଜିଲାପାଳ
ଛତ୍ରପୁର,୨୪ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା କଟକଣା ସାମାନ୍ୟ କୋହଳ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର ଯାଏ ଦୋକାନ ବଜାର ସକାଳ ୫ଟାରୁ ରାତି ୮ଟା ଯାଏ ଖୋଲାରହିବ ।...
ଭତ୍ତା ପାଇଁ ଗଞ୍ଜାମ ଏନ୍ଏସି ଗେଟ୍ ସମ୍ମୁଖରେ ହୋ-ହଲ୍ଲା
ଗଞ୍ଜାମ,୨୪।୮(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ବିଭିନ୍ନ ଭତ୍ତା ଏନ୍ଏସି ଅଞ୍ଚଳଗୁଡିକରେ ବଣ୍ଟନ ସରିଥିବା ବେଳେ ଗଞ୍ଜାମ ଏନ୍ଏସିରେ ତା’ର ବ୍ୟତିକ୍ରମ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ହିତାଧିକାରୀମାନେ ଏନ୍ଏସି ଗେଟ୍...
ସମ୍ବେଦନଶୀଳ ଅଞ୍ଚଳରେ ଟେଷ୍ଟିଂକୁ ଗୁରୁତ୍ୱ
କଟକ ଅଫିସ,୨୪।୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେଥିଲାଗି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ଆର୍ଟି-ପିସିଆର ଓ ଆଣ୍ଟିଜେନ୍ ଟେଷ୍ଟରେ ୬୯ ହଜାର ୨୧୭ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୫,୧୭୪...
ଭଦ୍ରକରେ ବଢୁଛି ସ୍ଥାନୀୟ ସଂକ୍ରମଣ: ଆଜି ଚିହ୍ନଟ ହୋଇଛନ୍ତି ୬୬
ଭଦ୍ରକ ଅଫିସ,୨୪ା୮: ସୋମବାର ଭଦ୍ରକରୁ ୬୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬୫ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ଆକ୍ରାନ୍ତମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।...
ବାରିପଦା ସହରକୁ ପଶିଆସିଛି ଦନ୍ତା
ବାରିପଦା ଅଫିସ,୨୪ା୮: ଶିମିଳିପାଳ ଜାତୀୟ ଉଦ୍ୟାନରୁ ବାଟବଣା ହୋଇଥିବା ଏକ ଦନ୍ତାହାତୀ ସୋମବାର ସକାଳେ ବାରିପଦା ସହରରେ ବୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ସହର ମୁର୍ଗାବାଡ଼ି ଅଞ୍ଚଳରେ ଏକ ବିଶାଳ ଦନ୍ତାଟି ପଶ୍ଚିମବଙ୍ଗର ସୀମାକୁ ଲାଗିଥିବା ଘଣଘଣା ପାଲ ଜଙ୍ଗଲର...
ଆଜିଠୁ କାର୍ଯ୍ୟକ୍ଷମ ହେବ ସଦ୍ଗୁରୁ କୋଭିଡ୍ ହସ୍ପିଟାଲ
କଟକ ଅଫିସ୍,୨୪ା୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ପାଇଁ ଅଧିକ ସଂଖ୍ୟାରେ ଶଯ୍ୟା ଆବଶ୍ୟକ ଥିଲା। ଏହି ଅଭାବକୁ ପୂରଣ କରିବା ପାଇଁ ସୋମବାର କାର୍ଯ୍ୟକ୍ଷମ ହେବ ସଦ୍ଗୁରୁ କୋଭିଡ୍ ହସ୍ପିଟାଲ। ୧୫୦ ଶଯ୍ୟାବିଶିଷ୍ଟ ଏହି ହସ୍ପିଟାଲରେ ଡାୟାଲିସିସ୍ ଓ...
ଖୋର୍ଦ୍ଧା: ୭୪% ଗ୍ରାମାଞ୍ଚଳ କୋଭିଡ୍ ମୁକ୍ତ
ଖୋର୍ଦ୍ଧା ଅଫିସ,୨୪।୮: ଖୋର୍ଦ୍ଧା ଜିଲାରେ କୋଭିଡ୍ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାର ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୦,୯୭୫ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩,୪୩୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୪୨୩ ଆକ୍ଟିଭ କେଶ...
ମାଛ ଧରିବାକୁ ବ୍ୟବହାର ହେଉଛି ସ୍ଲୁଇସ୍ ଗେଟ୍
ନାଉଗାଁ,୨୪ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତ ଗାରୋଇସ୍ଥିତ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗସ୍ଥଳ ଗାରୋଇଠାରେ ଥିବା ସ୍ଲୁଇସ୍ ଗେଟ୍କୁ ଖୋଲି କେତେଜଣ ମାଛ ଧରୁଛନ୍ତି। ସ୍ଳୁଇସ ଗେଟର ରକ୍ଷାଣବେକ୍ଷଣ ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ରହିଛି। କିନ୍ତୁ...
ଉଜୁଡ଼ିଗଲା ପରିବା, ଧାନ ଫସଲ
ରାହାମା,୨୪ା୮(ଡି.ଏନ.ଏ.): ପାଇକା ନଦୀରେ ଆସିଥିବା ବନ୍ୟାଜଳ ଓ ଲଘୁଚାପ ଜନିତ ବର୍ଷା ଯୋଗୁ କୁଜଙ୍ଗ ବ୍ଲକ୍ର ଧୋଇଆ ଅଞ୍ଚଳରେ ଧାନ ଓ ପରିବା ଫସଲ ଉଜୁଡ଼ିଯାଇଛି। ଅଞ୍ଚଳର ପ୍ରାୟ ୨୦୦ ହେକ୍ଟର ଜିମିରେ ହୋଇଥିବା ଧାନ, ବାଇଗଣ, କଖାରୁ, ଭେଣ୍ଡି,...
ମରାମତି ହେଉନି ଦୁର୍ବଳ ନଦୀବନ୍ଧ: ବନ୍ୟା ଭୟରେ ତଳିଆ ଅଞ୍ଚଳବାସୀ
ବରୀ, ୨୪।୮(ଡି.ଏନ୍.ଏ.): ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବନ୍ୟା ଆଶଙ୍କା ବଢ଼ିବାରେ ଲାଗିଛି। ଗତ ୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି...
ଧାନ, ମାଛ ଓ ପରିବା ଚାଷୀଙ୍କୁ ବିକ୍ରି ଚିନ୍ତା
ଜଗତ୍ସିଂହପୁର ଅଫିସ,୨୪।୮: ଜଗତ୍ସିଂହପୁର ଜିଲାର ଅଧିକାଂଶ ଚାଷୀ ମାଛ, ପନିପରିବା, ଧାନ, ମୁଗ, ବିରି ଆଦି ଚାଷ ଉପରେ ନିର୍ଭରଶୀଳ। ପ୍ରତି ବର୍ଷ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବିକ୍ରି ସମସ୍ୟା ଚାଷୀର ମେରୁଦଣ୍ଡ ବଙ୍କା କରି ଦେଉଛି। ଏ...
ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପାଣି
ପୁରୀ ଅଫିସ,୨୪ା୮: ହୀରାକୁଦ ଗେଟ୍ ଖୋଲାଯିବା ପରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ପୁରୀ ଜିଲାର ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ପରେ ଏହା ଫୁଲିବା ଆରମ୍ଭ କରିଛି।...
Archives


