ସମ୍ବେଦନଶୀଳ ଅଞ୍ଚଳରେ ଟେଷ୍ଟିଂକୁ ଗୁରୁତ୍ୱ

କଟକ ଅଫିସ,୨୪।୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେଥିଲାଗି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ଆର୍‌ଟି-ପିସିଆର ଓ ଆଣ୍ଟିଜେନ୍‌ ଟେଷ୍ଟରେ ୬୯ ହଜାର ୨୧୭ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୫,୧୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗ୍ରାମାଞ୍ଚଳରେ ପଜିଟିଭ୍‌ ସଂଖ୍ୟା ୧,୯୫୭ ଥିବାବେଳେ ସହରାଞ୍ଚଳରେ ଏହା ୩,୨୧୭ ରହିଛି। କଟକ ଜିଲାପାଳ ଓ କଟମ ମହାନଗର ନିଗମ କମିଶନର ରବିବାର ଏହି ସୂଚନା ଦେଇଛନ୍ତି।
କମିଶନର ଅନନ୍ୟା ଦାସ କହିଛନ୍ତି, ସହରର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ସମେତ ମାଲଗୋଦାମ ଓ ଛତ୍ରବଜାର ବ୍ୟବସାୟ ପେଣ୍ଠଗୁଡ଼ିକ ପରି ଅଧିକ ସମ୍ବେଦନଶୀଳ ଅଞ୍ଚଳକୁ ସିଏମ୍‌ସି ପ୍ରାଥମିକତା ଦେଇଛି। ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ ଓପିଡି, ଆଇପିଡି ଓ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରର ସଙ୍ଗରୋଧ ସୁବିଧା ଉପରେ ନିୟମିତ ଯାଞ୍ଚ କରୁଛି। ଏସ୍‌ସିବି ମେଡିକାଲ କଲେଜ୍‌, ଶିଶୁଭବନ ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଲକ୍ଷଣଯୁକ୍ତ ରୋଗୀଙ୍କ ଚିହ୍ନଟ, ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ତ୍ରିସ୍ତରୀୟ ପ୍ରୋଟୋକଲ ଅବଲମ୍ବନ କରାଯାଉଛି। ବିଭିନ୍ନ ଜରୁରୀ, ଅଣଜରୁରୀ, ପାଇକାରୀ ଓ ଖୁଚୁରା ଦୋକାନର ସମୟ ର୍ନିିଣ୍ଟ ଉପରେ ଦୃଷ୍ଟି ରଖାଯାଇଛିି। ଗର୍ଭବତୀ, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି। ୨୨ ଅଗଷ୍ଟ ସୁଦ୍ଧା ସିଏମ୍‌ସିରେ ୩୧୦୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୬୦ ଜଣ ସୁସ୍ଥ ହୋଇଛନ୍ତି। ୧୨୨୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଅଗଷ୍ଟ ୮ରୁ ୨୧ ମଧ୍ୟରେ ୨୬, ୭୪୮ କୋଭିଡ୍‌ ଟେଷ୍ଟ ହୋଇଛି। ଏଥିରୁ ୧୫୬୦ ପଜିଟିଭ ବାହାରିଛି।
ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ, କଟକ ଜିଲାରେ ଆର୍‌ଟି- ପିସିଆର ଓ ଆଣ୍ଟିଜେନ୍‌ ଟେଷ୍ଟିଂ ବ୍ୟବସ୍ଥାରେ ୬୯,୨୧୭ ନମୁନା ପରୀକ୍ଷା କରାଯାଇଛି। ସେଥିରେ ୫,୧୭୪ ପଜିଟିଭ ବାହାରିଛି। ୧,୭୩୪ ଜଣ ଚିକିତ୍ସିତ ହେଉଛନ୍ତି। ଚଳିତ ସପ୍ତାହରେ ଜିଲାର ସୁସ୍ଥ ହାର ୬୫.୭୭ ପ୍ରତିଶତ ରହିଛି। ଜିଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ, ଆଠଗଡ଼ସ୍ଥିତ ଜିମ୍‌ସାର ସମେତ ବିଭିନ୍ନ କୋଭିଡ୍‌ କେୟାର ହୋମ୍‌ରେ ସ୍ବାସ୍ଥ୍ୟସେବା ସୁବିଧା ବଢ଼ାଇବା ପାଇଁ ୬ କୋଟି ୮୪ ଲକ୍ଷ ୯୩ ହଜାର ଟଙ୍କା ଦିଆଯାଇଛି। ଏସ୍‌ସିବି ମେଡିକାଲ୍‌ କଲେଜରେ ୧୬୮ ଜଣ ପ୍ଲାଜମାଦାତାଙ୍କଠାରୁ ୩୩୬ ୟୁନିଟ୍‌ ପ୍ଲାଜମା ସଂଗୃହୀତ ହୋଇଛି। ସେଥିରୁ ୨୮୭ ୟୁନିଟ୍‌ ପ୍ଲାଜମା ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?