ମରାମତି ହେଉନି ଦୁର୍ବଳ ନଦୀବନ୍ଧ: ବନ୍ୟା ଭୟରେ ତଳିଆ ଅଞ୍ଚଳବାସୀ

ବରୀ, ୨୪।୮(ଡି.ଏନ୍‌.ଏ.): ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବନ୍ୟା ଆଶଙ୍କା ବଢ଼ିବାରେ ଲାଗିଛି। ଗତ ୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଯାଜପୁର ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେବେ ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ବିଭିନ୍ନ ନଦୀ ବନ୍ଧଗୁଡ଼ିକର ଦୁର୍ବଳ ଅବସ୍ଥା ଯୋଗୁ ତଳିଆ ଅଞ୍ଚଳବାସୀଙ୍କ ନିଦ ହଜିଯାଇଛି।
ବ୍ରାହ୍ମଣୀ ନଦୀବନ୍ଧ ଦକ୍ଷୀଣ ପାର୍ଶ୍ୱର କୁଶବଟଠାରୁ ମାଟିଆପଡ଼ା ପର୍ଯ୍ୟନ୍ତ ଓ ଅଣିକଣାଠାରୁ କୃଷ୍ଣନଗର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ବିଗତ ବର୍ଷଗୁଡ଼ିକରେ ବ୍ରାହ୍ମଣୀରେ ବନ୍ୟା ଅସିଲେ ଉକ୍ତ ସ୍ଥାନଗୁଡ଼ିକରେ ଘାଇ ସୃଷ୍ଟି ହେଉଥିବାରୁ ଆଖପାଖ ଅଞ୍ଚଳବାସୀ ଆଶଙ୍କାରେ ଦିନ କାଟୁଛନ୍ତି। ନଦୀବନ୍ଧଗୁଡ଼ିକ ଦୁର୍ବଳ ରହିଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ଖରସ୍ରୋତାର ଶାଖା ଦୁଧେଇ ନଦୀର ଜଳପତ୍ତନ ବୃଦ୍ଧି ପାଉଥିବା ବେଳେ ନଦୀବନ୍ଧ ଦୀର୍ଘବର୍ଷ ଧରି ମରାମତି କରାଯାଇନି। ଫଳରେ କଳାମାଟିଆ, ଅନ୍ୟାସିପୁର, ବାଲିବିଲ, ଅରଙ୍ଗାବାଦ, ଅଙ୍ଗାଳୋ, ବୋଦୁଅ ଓ ଭଅଁରା ପଞ୍ଚାୟତର ବହୁ ରାଜସ୍ବ ଗ୍ରାମଗୁଡ଼ିକ ବନ୍ୟା ଭୟରେ ରହିଛନ୍ତି। ଦୁଧେଇ ନଦୀର ଦକ୍ଷିଣପାର୍ଶ୍ୱ ନଦୀବନ୍ଧଗୁଡ଼ିକ ଦୀର୍ଘଦିନ ଧରି ମରାମତି ହୋଇ ନ ଥିବା ବେଳେ ଲଘୁଚାପଜନିତ ବର୍ଷା ଯୋଗୁ କେତେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ବରୀ ବିଧାୟିକା ସୁନନ୍ଦା ଦାସ, ଅତିରିକ୍ତ ତହସିଲଦାର ଭାନୁମତୀ ମାଝି ଓ କୃଷି ବିଭାଗ କର୍ମଚାରୀମାନେ ଅନ୍ୟାସୀପୁର, ବାଲିବିଲ, ଅରଙ୍ଗାବାଦ, କଳାମାଟିଆ ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଫେରିଛନ୍ତି। ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ଲୋକମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ବିଧାୟିକା ଦାସ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆ ପଡ଼ିଛି ଚାଷଜମି: ବର୍ଷା ପାଇଁ କଟଙ୍ଗପାଣି ପଞ୍ଚାୟତରେ ଇନ୍ଦ୍ରପୂଜା

ଜମନକିରା, ୨୯ା୭ (ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତରେ ସୋମବାର ଜଳ ବର୍ଷା ପାଇଁ ସ୍ଥାନୀୟ ଭୂତେଲ ଟୁଙ୍ଗରୀଠାରେ ୫ ଗାଁର ଗ୍ରାମବାସୀ...

ବ୍ରଜରାଜନଗର ଉପନିର୍ବାଚନ: ନାରୀଶକ୍ତି ହେବ ବିଜେଡିର ଭୋଟ ପୁଞ୍ଜି

ଝାରସୁଗୁଡା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତରେ...

ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ

କେନ୍ଦ୍ରାପଡ଼ା ଅଫିସ, ୨୬।୨: କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଥାନା ଅମରାବତୀ ଗ୍ରାମର ଚିଙ୍ଗୁଡ଼ି ଘେରିରେ ଲାଗିଥିବା ପାଣିଉଠା ମୋଟରରେ ମୟୁରଭଞ୍ଜ ଜିଲାର ଶ୍ରମିକ କଂଗ୍ରେସ ମୁଣ୍ଡାଙ୍କ...

ଟ୍ରକ୍‌କୁ ପିଟିଲା ବୋଲେରୋ: ୭ ଝୋଟକଳ ଶ୍ରମିକ, ଡ୍ରାଇଭର ଆହତ

ରୂପ୍‌ସା, ୨୩।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ୬୦ନଂ. ଜାତୀୟ ରାଜପଥର ସଦର ବ୍ଲକ ରାଜଧାନୀ ଢ଼ାବା ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ପଛପଟୁ ଏକ ବୋଲେରୋ (ନଂ. ଓଡ଼ି୦୧ଇ-୯୦୩୨)...

‘ସ୍ଵ-ଅଧ୍ୟୟନ ମାରାଥନ୍‌’ କାର୍ଯ୍ୟକ୍ରମ

ଅନୁଗୋଳ ଅଫିସ, ୧୬।୬ – ଅନୁଗୋଳ ସୌଭାଗ୍ୟନଗରସ୍ଥିତ ‘ଆର୍ଯ୍ୟଭଟ୍ଟ ଏଜୁକେଶନ୍‌’ ପକ୍ଷରୁ ଏକ ଦିବସୀୟ ‘ସ୍ବ-ଅଧ୍ୟୟନ ମାରାଥନ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ...

କ୍ୱାରାଣ୍ଟାଇନ୍‌ରେ ରହିଲେ ୬ ପଶ୍ଚିମବଙ୍ଗ ଫେରନ୍ତା

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ...

ଶ୍ମଶାନରୁ ଫେରି ପୁଣି ଚିକିତ୍ସିତ ହେଲେ ଯୁବକ

ସମ୍ବଲପୁର,୧୨ା୫ (ବ୍ୟୁରୋ): ମଙ୍ଗଳବାର ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ମୃତ ଘୋଷଣା ପରେ ଶ୍ମଶାନକୁ ନିଆଯାଇଥିଲା। ହେଲେ ସେଠାରେ...

ବିଜେପୁର ଉପନିର୍ବାଚନ: ନବୀନଙ୍କୁ ଟପିଲେ ରୀତା

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦- ଚଳିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ସୃଷ୍ଟି ଦିଗରେ ଅଗ୍ରସର ହେଉଛନ୍ତି। ଏପରିକି ଗତ ସାଧାରଣ...

Advertisement
Archives

Model This Week