ଖୋର୍ଦ୍ଧା: ୭୪% ଗ୍ରାମାଞ୍ଚଳ କୋଭିଡ୍‌ ମୁକ୍ତ

ଖୋର୍ଦ୍ଧା ଅଫିସ,୨୪।୮: ଖୋର୍ଦ୍ଧା ଜିଲାରେ କୋଭିଡ୍‌ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାର ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୦,୯୭୫ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩,୪୩୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୪୨୩ ଆକ୍ଟିଭ କେଶ ରହିଛି। ଆରୋଗ୍ୟ ହାର ବଢୁଥିବା ବେଳେ ୭୪% ଗ୍ରାମାଞ୍ଚଳ କୋଭିଡ୍‌ ମୁକ୍ତ ରହିଛି ବୋଲି ଜିଲାପାଳ ସନତ୍‌ କୁମାର ମହାନ୍ତି କହିଛନ୍ତି। ଅନ୍ୟପଟେ ଜିଲାରେ ଭୁବନେଶ୍ୱରକୁ ମିଶାଇ ହୋଇଥିବା କୋଭିଡ୍‌ ପରୀକ୍ଷଣରୁ ଗ୍ରାମାଞ୍ଚଳରେ ୩୫% ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାର ବାଣପୁର, ଟାଙ୍ଗୀ, ବାଲୁଗଁା ଏବଂ ବୋଲଗଡ଼ରୁ ସର୍ବାଧିକ ସଂକ୍ରମିତ ରହିଛନ୍ତି। ଏହି ୪ ଅଞ୍ଚଳରେ ସ୍ବାସ୍ଥ୍ୟଟିମ୍‌ ଘରକୁଘର ବୁଲି କୋଭିଡ୍‌ ସଚେତନତା ଏବଂ ସର୍ବେକ୍ଷଣ କରୁଛନ୍ତି ବୋଲି ଜିଲାପାଳ କହିଛନ୍ତି। ୨୩୭ କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରୁ ୯୯ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୩୭ ଜଣ ଚିକିତ୍ସିତ ହେଉଛନ୍ତି। ଗ୍ରାମାଞ୍ଚଳରେ ୫୩୦ଜଣ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ୨୯୦ ଡାକ୍ତର, ଶହେରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ, ଷ୍ଟାଫ୍‌ ନର୍ସ, ଟେକ୍ନିସିଆନ ଏବଂ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନେଇ ଗଠିତ ୨୨ଟି ମେଡିକାଲ ଟିମ୍‌ ସ୍ବାସ୍ଥ୍ୟସେବାରେ ନିୟୋଜିତ ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟନ୍ତ୍ରଣ କକ୍ଷ(ନଂ.୦୬୭୫୫-୨୨୩୧୭୮)କୋଭିଡ୍‌ ମୁକାବିଲା ଦିଗରେ କାର୍ଯ୍ୟ କରୁଛି। ସ୍ଥାସ୍ଥ୍ୟ ଭୂତ୍ତିଭୂମିର ସୁଦୃଢୀକରଣ, ବ୍ୟାପକ କୋଭିଡ୍‌ ପରୀକ୍ଷଣ, ଲକ୍ଷଣଯୁକ୍ତଙ୍କୁ ଆଇସୋଲେଶନ ଏବଂ ଡାକ୍ତରଙ୍କ ଲାଗି ହ୍ବାଟସଆପ୍‌ ଗ୍ରୁପ ଗଠନ କରାଯାଇ କୋଭିଡ୍‌ ନିୟନ୍ତ୍ରଣ କରାଯାଉଛି। ଓଡ଼ିଶାକୁ ଫେରି କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରିଥିବା ପ୍ରବାସୀଙ୍କୁ ୨ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି ବୋଲି ଜିଲାପାଳ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଡିୟମ ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

ଗଞ୍ଜାମ,୨୫ା୧୨(ଡି.ଏନ୍‌.ଏ.): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ହେବ। ଏଥିପାଇଁ ଶନିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର...

ନାବାଳିକାଙ୍କୁ ଅପହରଣ କରି ବିବାହ ଘଟଣା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ

ରୂପ୍‌ସା,୫।୨(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିବା ଅଭିଯୋଗରେ ସିଂଲା ଥାନା ପୋଲିସ ଶୁକଦେବ ମଲିକ...

ବିନା ସୂଚନା ଫଳକରେ ଚାଲିଛି ବୁରୁଜ ନିର୍ମାଣ

ନାଉଗଁା,୭ା୧(ସ୍ବ.ପ୍ର): ବନ୍ୟା ସମୟରେ ଦେବୀ ନଦୀ କୂଳ ଖାଇବା ଯୋଗୁ ପ୍ରତି ବର୍ଷ ନାଉଗଁା ବ୍ଳକ ଅନ୍ତର୍ଗତ ପାରିଶିଖର ଗ୍ରାମର ଅନେକ ଚାଷ ଜମି ନଦୀ...

ଅଳ୍ପ କେଇଘଣ୍ଟା ପରେ ଭୁବନେଶ୍ବରରେ ପହଞ୍ଚତ୍ବ ଡାକୋଟା

ବାଲେଶ୍ୱର ଅଫିସ, ୧୮।୧: ବିଜୁ ପଟ୍ଟନାୟକଙ୍କ ସ୍ମୃତି ଡାକୋଟା ଭିଟି-ଏୟୁଆଇ ବିମାନ ବୁଧବାର ପୂର୍ବାହ୍ନରେ ଓଡ଼ିଶାକୁ ଫେରିଛି। ସକାଳେ ଲକ୍ଷ୍ମଣନାଥ ଟୋଲଗେଟ୍‌ ଦେଇ ୩ଟି ଲରିରେ...

ଅଧାରେ ରହିଲା ବଣଭୋଜି: ଦୁର୍ଘଟଣାରେ ଜଣଙ୍କ ଜୀବନଗଲା

ମାଧପୁର,୨୫।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ମାଧପୁର -ବାମୁର ରାସ୍ତା ନୂଆଗାଁ ନୂଆସାହି ନିକଟରେ ବୁଧବାର ଏକ ଟାଟା ଏସିଇ ସହ ବାଇକ୍‌ ଧକ୍କା ହୋଇଛି। ଏଥିରେ ବାଇକ୍‌...

ଅଲିମ୍ପିକ୍ସକୁ ନେଇ ଚିତ୍ରକଳା ପ୍ରଦର୍ଶନ

ସମ୍ବଲପୁର,୨୯ା୭ (ବ୍ୟୁରୋ): ଅଲିମ୍ପିକ୍ସକୁ ନେଇ ଇଣ୍ଡିଆନ କଣ୍ଟେମ୍ପରାରି ଆଟର୍‌ସ ଆସୋସିଏଶନ ଦ୍ୱାରା ଆନ୍ତର୍ଜାତୀୟ ଭର୍ଚୁଆଲ ଆର୍ଟ ଶୋ ପ୍ରଦର୍ଶିତ ହୋଇଛି। ଏଥିରେ ପଶ୍ଚିମ ଓଡ଼ିଶାର ୮...

ଅଗ୍ନିକାଣ୍ଡରେ ଜଳିଗଲା ତେଜରାତି ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଛତିଆ,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଅମରାବତୀପାଟଣା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ତେଜରାତି...

ଟଙ୍କା ଅଛି,କାମ ହେଉନି

ବାଲେଶ୍ୱର ଅଫିସ,୯।୧: ବାଲେଶ୍ୱର ପୌରାଞ୍ଚଳରେ ଗତ ୯ମାସ ପୂର୍ବେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହୋଇଥିଲା। ୩୧ଟି ୱାଡର୍ର୍ ବିଶିଷ୍ଟ ଏହି ପୌରାଞ୍ଚଳରେ...

Advertisement
Archives

Model This Week