ଖୋର୍ଦ୍ଧା: ୭୪% ଗ୍ରାମାଞ୍ଚଳ କୋଭିଡ୍‌ ମୁକ୍ତ

ଖୋର୍ଦ୍ଧା ଅଫିସ,୨୪।୮: ଖୋର୍ଦ୍ଧା ଜିଲାରେ କୋଭିଡ୍‌ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାର ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୦,୯୭୫ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩,୪୩୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୪୨୩ ଆକ୍ଟିଭ କେଶ ରହିଛି। ଆରୋଗ୍ୟ ହାର ବଢୁଥିବା ବେଳେ ୭୪% ଗ୍ରାମାଞ୍ଚଳ କୋଭିଡ୍‌ ମୁକ୍ତ ରହିଛି ବୋଲି ଜିଲାପାଳ ସନତ୍‌ କୁମାର ମହାନ୍ତି କହିଛନ୍ତି। ଅନ୍ୟପଟେ ଜିଲାରେ ଭୁବନେଶ୍ୱରକୁ ମିଶାଇ ହୋଇଥିବା କୋଭିଡ୍‌ ପରୀକ୍ଷଣରୁ ଗ୍ରାମାଞ୍ଚଳରେ ୩୫% ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାର ବାଣପୁର, ଟାଙ୍ଗୀ, ବାଲୁଗଁା ଏବଂ ବୋଲଗଡ଼ରୁ ସର୍ବାଧିକ ସଂକ୍ରମିତ ରହିଛନ୍ତି। ଏହି ୪ ଅଞ୍ଚଳରେ ସ୍ବାସ୍ଥ୍ୟଟିମ୍‌ ଘରକୁଘର ବୁଲି କୋଭିଡ୍‌ ସଚେତନତା ଏବଂ ସର୍ବେକ୍ଷଣ କରୁଛନ୍ତି ବୋଲି ଜିଲାପାଳ କହିଛନ୍ତି। ୨୩୭ କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରୁ ୯୯ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୩୭ ଜଣ ଚିକିତ୍ସିତ ହେଉଛନ୍ତି। ଗ୍ରାମାଞ୍ଚଳରେ ୫୩୦ଜଣ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ୨୯୦ ଡାକ୍ତର, ଶହେରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ, ଷ୍ଟାଫ୍‌ ନର୍ସ, ଟେକ୍ନିସିଆନ ଏବଂ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନେଇ ଗଠିତ ୨୨ଟି ମେଡିକାଲ ଟିମ୍‌ ସ୍ବାସ୍ଥ୍ୟସେବାରେ ନିୟୋଜିତ ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟନ୍ତ୍ରଣ କକ୍ଷ(ନଂ.୦୬୭୫୫-୨୨୩୧୭୮)କୋଭିଡ୍‌ ମୁକାବିଲା ଦିଗରେ କାର୍ଯ୍ୟ କରୁଛି। ସ୍ଥାସ୍ଥ୍ୟ ଭୂତ୍ତିଭୂମିର ସୁଦୃଢୀକରଣ, ବ୍ୟାପକ କୋଭିଡ୍‌ ପରୀକ୍ଷଣ, ଲକ୍ଷଣଯୁକ୍ତଙ୍କୁ ଆଇସୋଲେଶନ ଏବଂ ଡାକ୍ତରଙ୍କ ଲାଗି ହ୍ବାଟସଆପ୍‌ ଗ୍ରୁପ ଗଠନ କରାଯାଇ କୋଭିଡ୍‌ ନିୟନ୍ତ୍ରଣ କରାଯାଉଛି। ଓଡ଼ିଶାକୁ ଫେରି କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରିଥିବା ପ୍ରବାସୀଙ୍କୁ ୨ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି ବୋଲି ଜିଲାପାଳ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?