ମାଛ ଧରିବାକୁ ବ୍ୟବହାର ହେଉଛି ସ୍ଲୁଇସ୍‌ ଗେଟ୍

ନାଉଗାଁ,୨୪ା୮(ସ୍ବ.ପ୍ର.): ନାଉଗାଁ ବ୍ଲକ କୋରୁଅ ପଞ୍ଚାୟତ ଗାରୋଇସ୍ଥିତ ଦେବୀ ନଦୀ ଓ ଗୋବରୀ ନଦୀର ସଂଯୋଗସ୍ଥଳ ଗାରୋଇଠାରେ ଥିବା ସ୍ଲୁଇସ୍‌ ଗେଟ୍‌କୁ ଖୋଲି କେତେଜଣ ମାଛ ଧରୁଛନ୍ତି। ସ୍ଳୁଇସ ଗେଟର ରକ୍ଷାଣବେକ୍ଷଣ ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀ ଏହି ଗେଟକୁ ମାଛ ମାଫିଆଙ୍କ ହାତରେ ଟେକି ଦେଇଥିବାରୁ ଚାଷୀ ଏହାର ସୁଫଳ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ମାଫିଆ ମାଛ ଧରିବା ପାଇଁ ସ୍ଳୁଇସ୍‌ ଗେଟକୁ ବ୍ୟବହାର କରୁଛନ୍ତି। ଏହି ସ୍ଲୁଇସ ଗେଟ ଉପରେ ନାଉଗଁା ବ୍ଲକର ୬ଟି ପଞ୍ଚାୟତର ଚାଷୀ ନିର୍ଭର କରୁଛନ୍ତି। ନିମ୍ନମାନର କାର୍ଯ୍ୟ ଯୋଗୁ ସ୍ଲୁଇସ ଗେଟ ଦୀର୍ଘ ବର୍ଷ ହେବ ଜଳ ସଂରକ୍ଷଣର କ୍ଷମତା ହରାଇଥିଲା। ଜୁଲାଇ ୨୦୧୯ରେ ବିଭାଗ ପକ୍ଷରୁ ଗେଟର ଥିବା ୫ଟି କବାଟକୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା। ସ୍ଲୁଇସ ଗେଟର ଚାବି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ଥିବାବେଳେ ମାଫିଆ ଉକ୍ତ ଗେଟକୁ ବିଭିନ୍ନ ଉପାୟରେ ଖୋଲୁଛନ୍ତି। ଫଳରେ ୫ଟି ଗେଟ ମଧ୍ୟରୁ ୩ ଟିରେ ଜଳ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଚାଷ ଜମି ଜଳମଗ୍ନ ହେବାକୁ ବସିଲାଣି। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ଧାନ ରୁଆ ଆରମ୍ଭ କରାଯାଇଛି। ନଦୀରେ ଉଦବୃତ ବର୍ଷା ଜଳ ଆସିଥିବାରୁ ବାଉଁଶ ଯୋରୀ ଓ ଗୋବରୀ ନଦୀ ଦେଇ ଉକ୍ତ ଜଳ ଚାଷ ଜମିକୁ ପ୍ରବେଶ କରୁଛି। ହେଲେ ସ୍ଲୁଇସ ଗେଟ ଠିକରେ କାର୍ଯ୍ୟ କରୁ ନ ଥିବାରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ତେଣୁ ସ୍ଲୁଇସ ଗେଟକୁ ଠିକ ଭାବେ ପରିଚାଳନା କରିବା ପାଇଁ ଚାଷୀମାନେ ପ୍ରଶସାନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅନିଲ ରାଉତ କହିଛନ୍ତି, ୩ଟି ଗେଟର ତଳ ଭାଗରେ ତ୍ରୁଟି ରହିଛି। ଉକ୍ତ ଭାଗଟି ପାଣିରେ ବୁଡି ରହିଥିବାରୁ ମରାମତି କରାଯାଇ ପାରୁନାହିଁ। ତଥାପି ଶୀଘ୍ର ବାକି ଗେଟ ଖୋଲା ଯିବାର ବ୍ୟବସ୍ଥା କରାଯିବ। ମାଛ ମାଫିଆଙ୍କ ସମ୍ପର୍କରେ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ପାଇଁ ଧାରଣା

ପରଜଙ୍ଗ, ୧୧।୨(ଡି.ଏନ.ଏ.) ଆବାସ ଯୋଜନା କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ରହିଛି ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ। ସରକାରୀ ଅଧିକାରୀଙ୍କୁ ହାତ କରି ସ୍ବଚ୍ଛଳ ପରିବାର ହାତେଇ...

ଗଛ ସ୍ଥାନାନ୍ତର କାର୍ଯ୍ୟ ବିଳମ୍ବ,: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗୋପାଳପୁରଠାରୁ ରାଇପୁରକୁ ଜାତୀୟ ରାଜପଥ ସଂଯୋଗ ହୋଇଛି। ଏହାର ସଂପ୍ରସାରଣ କାର୍ଯ୍ୟ ଏବେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ...

୩ ରୁପା ମୂର୍ତ୍ତି ଉଦ୍ଧାର

ବାଲୁଗାଁ,୨୧ା୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ନିକଟ ଛେଡାପଦରସ୍ଥିତ ଶାଳିଆ ନଦୀର ଝିଞ୍ଜିରି ଶଙ୍ଖଠାରୁ ରବିବାର ୩ ରୁପା ନିର୍ମିତ ମୂର୍ତ୍ତି ଉଦ୍ଧାର ହୋଇଛି। ନୂଆ ଭଳି...

ବିଦ୍ୟୁତ ତାର ଚୋରି ର଼୍ୟାକେଟ୍‌ ଠାବ : ଜେଲ୍‌ ଗଲେ ୪ ଅଭିଯୁକ୍ତ

ବସ୍ତା/ରୂପ୍‌ସା,୨୪।୮(ଡି.ଏନ.ଏ./ସ୍ବ.ପ୍ର.): ବାଲେଶ୍ୱର ଜିଲା ଅଧୀନ ସଦର, ରୂପ୍‌ସା, ବସ୍ତା, ସିଂଲା ଓ ବାଲିଆପାଳ ଥାନା ଅଞ୍ଚଳରୁ ଲଗାତର ବିଦ୍ୟୁତ୍‌ ତାର ଚୋରି ଘଟଣାରେ ଏକ ର଼୍ୟାକେଟ...

ବିଭିନ୍ନ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

ଚିତ୍ରକୋଣ୍ଡା,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳର ଗାଜୁଲୁମାମୁଡ଼ି ପଞ୍ଚାୟତବାସୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ଦାବିପତ୍ର...

ରବିବାର ହେଲେ ଖୋଜା ପଡ଼େ ‘ରୟାଲ କ୍ଲବ’

ସାମାଜିକ କାର୍ଯ୍ୟକଳାପ ସହ ଯୋଡ଼ି ହେଉଛନ୍ତି ଯୁବପିଢ଼ି। ଅଧିକରୁ ଅଧିକ ସଂଖ୍ୟାରେ ଯୁବଗୋଷ୍ଠୀ ଏବେ ନିଜକୁ ସମାଜସେବାରେ ସାମିଲ କରୁଥିବା ଦେଖିବାକୁ ମିଳିଲାଣି। ଫଳରେ ଦିନକୁ...

ନିଆରା ଢଙ୍ଗରେ ପାଳିତ ହେଲା ସ୍ବାଧୀନତା ଦିବସ

ଚିତ୍ରଡ଼ା,୧୫ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତରେ ଯାଇଥିବା ରାଜ୍ୟ ରାଜପଥ ପାଶର୍‌ବରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ...

ବାର୍ଷିକ ପରୀକ୍ଷାକୁ ଆଉ ୪ମାସ ବାକି: ଏଯାଏ ପୁସ୍ତକ ଯୋଗାଇ ପାରିଲେନି ସରକାର

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଚଳିତବର୍ଷ ମାଲକାନଗିରି ଜିଲାର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ନୈରାଶ୍ୟଜନକ ଥିବାରୁ ସରକାର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ...

Coronavirus Update

Archives

Model This Week

Why Dharitri