ଏସଆଇ-ଏଏସଆଇଙ୍କ ଅନ୍ୟତ୍ର ବଦଳି: ଭଞ୍ଜନଗରରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ନିଭାଇଥିଲେ ପ୍ରମୁଖ ଭୂମିକା

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ଲିପିନା ବିଶ୍ୱାଳ, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଇତିମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ତେଣୁ ଏନେଇ ବୁଧବାର ରାତିରେ ଥାନାରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏଏସପି ରଞ୍ଜନ କୁମାର ଦେ, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି,ଜ୍ୟୋସ୍ନାମୟୀ ସାହୁ, ଏଏସ ଆଇ ଶରତଚନ୍ଦ୍ର ପଣ୍ଡା, ରୁଦ୍ରପ୍ରତାପ କହଁର, ସତ୍ୟନାରାୟଣ ମଲ୍ଲିକ, ହାବିଲଦାର ଦିଲ୍ଲୀପ କୁମାର ରାଉତ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଉଭୟ ଅଧିକାରୀ ଭଞ୍ଜନଗରରେ କାର୍ଯ୍ୟରତ ଥିବା ସମୟରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲି ବକ୍ତାମାନେ କହିଥିଲେ। ଅରକ୍ଷିତ ପରିଚ୍ଛା ସଭାକୁ ସଂଯୋଜନା କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଲରେ କାମ କରୁଥିବାବେଳେ ହେଲା ବଜ୍ରପାତ, ଟଳିପଡ଼ିଲେ ଚାଷୀ

ଗଜପତି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚୟତ ଆମ୍ବାଜେରି ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ନାରାୟଣ…

ମାଗଣା ଚାର୍ଜିଂ କରିବା କର୍ମଚାରୀଙ୍କ ନିତିଦିନିଆ ଅଭ୍ୟାସ, ବିଭାଗକୁ ବିଲ୍‌ ବାବଦରେ ଲକ୍ଷାଧିକ ଟଙ୍କା ପୈଠ

ହାଟଡ଼ିହୀ,୪l୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ମାଗଣାରେ ନିଜ ନିଜର ୨ ଏବଂ ୪ ଚକିଆ ବିଦ୍ୟୁତ୍‌ଚାଳିତ ଗାଡ଼ିର ବ୍ୟାଟେରି ଚାର୍ଜିଂ କରୁଛନ୍ତି।…

ସାମାଜିକ ବାସନ୍ଦର କରୁଣଚିତ୍ର : ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ ବି ମିଳିଲାନି କାନ୍ଧ, ଶେଷକୃତ୍ୟ କଲେ…

ଅତାବିରା, ୪।୬(ଯୁଧିଷ୍ଠିର ମହାପାତ୍ର): ଆଧୁନିକ ଯୁଗରେ ଆଜି ବି ମାନବିକତା କେତେ ତଳକୁ ଖସିପାରେ ଏବଂ ସାମାଜିକ ବାସନ୍ଦ ନାମରେ ମଣିଷ କେତେ ନିଷ୍ଠୁର ହୋଇଯାଏ, ତାର…

ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜରି ବସ୍ତାରୁ ବ୍ୟାପିଲା ନିଆଁ

ସୋନପୁର,୪l୬(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ସହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ରାଇସ ବ୍ରାନ ଗୋଦାମରେ ଥିବା ଜରି ବସ୍ତାରେ…

ପଞ୍ଚାୟତ ଅଫିସ ନିକଟରେ ପଡ଼ିଛି ମହିଳାଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ଅଭିଯୋଗ ଆଣି…

ନୟାଗଡ଼,୪ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ…

ଜମିରେ ଜୈବିକ ପଦ୍ଧତିରେ ଖତସାର ପ୍ରୟୋଗ ଜରୁରୀ, ଉର୍ବରତା ବଢ଼ିବା ସହ…

ମହାକାଳପଡ଼ା,୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କୃଷି ପ୍ରଣାଳୀ ଉପରେ…

ଶ୍ୱଶୁରଘର ଗାଁ ଚାଷଜମିରେ ଜ୍ୱାଇଁଙ୍କ ମୃତଦେହ, ଅଭିଯୋଗ ଆଣି ମୃତକଙ୍କ ମା’ କହିଲେ ବୋହୂ ତାଙ୍କ…

ଆଳି,୪ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଟରା ଗ୍ରାମର ବାବନ ସେଠୀ(୪୫)ଙ୍କ ମୃତଦେହ ତାଙ୍କ ଶ୍ୱଶୁରଘର ମାନପୁର ଗାଁ ଚାଷଜମିରୁ ଜବତ କରାଯାଇଛି। ତାଙ୍କୁ…

ଶଗଡ଼କୁ ଧକ୍କା ଦେଲା ହାଇଓ୍ବା: ଚାଲିଗଲା ୨ ସାଙ୍ଗଙ୍କ ଜୀବନ, କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର-ପ୍ରତାପଗିରି ଗ୍ରାମ ଛକ ପୋଖରୀ ନିକଟ ବୁଲାଣି ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri