ଆମ ଜିଲା ଖବର

ରହିତାଦେଶ ଉଠାଇବାକୁ ସାନି ମାମଲା

କଟକ ଅଫିସ,୧୩।୮: ବାରିପଦା ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ଉଚ୍ଚତମ ନ୍ୟାୟାଳୟରେ ଏହି ମାମଲା ବିଚାରାଧୀନ ଥିବାବେଳେ ମଙ୍ଗଳବାର ପୁଣି ଏକ ସାନି ମାମଲା ହୋଇଛି। ଏଥିରେ ପକ୍ଷଭୁକ୍ତ ହେବା ପାଇଁ ମଙ୍ଗଳବାର...

ଝାରସୁଗୁଡ଼ାରେ ଧଳା କୁଆ

ଝାରସୁଗୁଡ଼ା ଅଫିସ,୧୩।୮: ଝାରସୁଗୁଡ଼ା ସହରର ମୁଙ୍ଗାପଡାସ୍ଥିତ ଦିପ୍ତେଓ ସୋନିଙ୍କ ଘର ନିକଟରେ ଏକ ବିରଳ ଧଳା କୁଆ ବସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। କୁଆ ଦୀର୍ଘ ସମୟ ଧରି ବସି ରହିବା ଓ ଉଡି ନ ପାରିବାରୁ ଦିପ୍ତେଓ ତାକୁ...

ଦୁର୍ଦ୍ଦିନରେ ଟସର ବୁଣାକାର

ବାଲେଶ୍ୱର ଅଫିସ, ୧୩।୮-ଟସରରେ ପ୍ରସ୍ତୁତ ଧୋତି, ଶାଢ଼ି, ଯୋଡ଼, ସ୍କାର୍ଫ, ଉତ୍ତରୀୟ, ଶାର୍ଟ କପଡ଼ା, ଚାଦର ଆଦି ତିଆରି କରି ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁଣାକାର ଏବେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ଗତ ୪ ମାସ...

‘ଔଷଧର ନାଁ କ୍ୟାପିଟାଲ ଲେଟରରେ ଲେଖ’

କଟକ ଅଫିସ,୧୩।୮: ଏକ ଅନ୍ତରୀଣ ଜାମିନ ଆବେଦନର ଶୁଣାଣିବେଳେ ଡାକ୍ତରମାନଙ୍କ ଖରାପ ହସ୍ତାକ୍ଷରକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ଛୋଟ ଅକ୍ଷରରେ ଔଷଧ ନାଁ ଲେଖୁଥିବା ଯୋଗୁ କେବଳ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ନୁହନ୍ତି, ବରଂ...

ତରଭା ବ୍ଲକ କାର୍ଯ୍ୟାଳୟ ଶଟ୍‌ଡାଉନ

ତରଭା,୧୩ା୮(ଡି.ଏନ.ଏ.)  ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ତରଭା ବ୍ଲକ କାର୍ଯ୍ୟାଳୟକୁ ୨୪ ଘଣ୍ଟା ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହିତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଞ୍ଚଳକୁ ତରଭା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟରାଇଜ୍‌ କରାଯାଇଛି ବୋଲି ବିଡିଓ...

ଶିଳ୍ପ ସମୃଦ୍ଧ ଜିଲାରେ ବଢୁଛି ହସ୍ତଶିଳ୍ପ

ଅନୁଗୋଳ ଅଫିସ, ୧୩ା୮: ଘରୋଇ ଓ ସରକାରୀ ଉଦ୍ୟୋଗରେ ସମୃଦ୍ଧ ଅନୁଗୋଳ ଜିଲାରେ ବଢ଼ୁଛି ହସ୍ତଶିଳ୍ପର ଆଦର। ଏଠାକାର ବାଉଁଶ କାରିଗରି, ଟେରାକୋଟା ଓ କଂସା ପିତଳ ସାମଗ୍ରୀକୁ ମିଳୁଛି ବେଶ୍‌ ପ୍ରଶଂସା। ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀରେ ଅନୁଗୋଳର...

ଭଦ୍ରକ-ଚାନ୍ଦବାଲି ରାସ୍ତା ଘଣ୍ଟାଏ ଅବରୋଧ: ମା’ବାପାଙ୍କ ସହ ରାସ୍ତାରେ ଶୋଇଲେ ନିର୍ଯାତିତା

ତିହିଡ଼ି,୧୩ା୮(ସ୍ବ.ପ୍ର.)- ଶାଶୁ ଘର ଲୋକଙ୍କ ନିର୍ଯାନତାରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କ ମା’ବାପାଙ୍କ ସହ ରାସ୍ତାରେ ଶୋଇ ପ୍ରତିବାଦ ଜଣାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରକାଶ ଯେ, ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ...

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୧୩।୮(ନି.ପ୍ର.)-ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ବୁଧବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି । ଆସନ୍ତା ୨୩ ତାରିଖ ଋଷି ପଞ୍ଚମୀ ଶୁକ୍ଳ ପକ୍ଷ ରବିବାର ସମଲେଇ ମନ୍ଦିରରୁ ସ୍ବତନ୍ତ୍ର ଭାବେ ପାହୁର ଶୋଭାଯାତ୍ରା...

କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ବିକ୍ଷୋଭ

କଣ୍ଟାବାଞ୍ଜି, ୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସିପକାପଡ଼ା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ସିଲ୍‌ ସ୍ଥାନରେ ଲୋକେ ବୁଧବାର ବିକ୍ଷୋଭ କରିଥିଲେ। ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ...

ମେଗା ପାଣି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ଉପକୃତ ହେବେ ୧୯ ପଞ୍ଚାୟତର ଲୋକ

ବାଲେଶ୍ୱର ଅଫିସ,୧୩।୮- ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର କୋଷ୍ଟାଲ କେନାଲର ଦକ୍ଷିଣରେ ଥିବା ଗ୍ରାମଗୁଡ଼ିକରେ ଭୂତଳ ଜଳ ଲବଣାକ୍ତ ହୋଇଯାଇଛି। ଏହି ଅଞ୍ଚଳବାସୀ ପିଇବା ପାଣି ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଏଥିପାଇଁ ସୁବର୍ଣ୍ଣରେଖା ନଦୀରୁ ପାଣି ଉତ୍ତୋଳନ...

କର୍ଦ୍ଦମାକ୍ତ ହୋଇପଡିଛି ଅମାମୁଣ୍ଡା-କୁହିବାହାଲ ରାସ୍ତା

ବିନିକା, ୧୩ା୮(ଡି.ଏନ୍‌.ଏ.):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମାମୁଣ୍ଡାରୁ କୁହିବାହାଲକୁ ସଂଯୋଗ କରୁଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଦୀର୍ଘବର୍ଷ ହେଲା ଏହି ମାଟିରାସ୍ତାର ପୁନରୁଦ୍ଧାର ହୋଇନି ା ଫଳରେ ଏହି ରାସ୍ତା ଉପରେ...

ତରଭା ବ୍ଲକରେ ଅନ୍‌ଲାଇନ ପାଠପଢାର ଶୁଭାରମ୍ଭ

ତରଭା,୧୩ା୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ଚାରଭଟା, କମସରା, ଶିବତୁଲା ଓ ରାଣୀସର୍ଡା ଗ୍ରାମରେ ଥିବା ଗ୍ରାମୀଣ ପାଠାଗାର ଓ ସୂଚନା କେନ୍ଦ୍ରଠାରେ ବୁଧବାର ଅନ୍‌ଲାଇନ ପାଠପଢା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଡିଓ ନିହାର ରଞ୍ଜନ କହଁର...

୧୫ରୁ ଖୋଲିବ ଏମ୍‌କେସିଜି ଓପିଡି

ବ୍ରହ୍ମପୁର ଅଫିସ ,୧୨ା୮- ଜନସାଧାରଣଙ୍କ ସୁବିଧା ପାଇଁ ଆସନ୍ତା ୧୫ରୁ ବ୍ରହ୍ମପୁର ବଡ ମେଡିକାଲ ସାଧାରଣ ଓପିଡି ସେବା ଆରମ୍ଭ ହେବ। ଏ ନେଇ ଗଞ୍ଜାମ ଜିଲାପାଳ ଟୁଇଟ୍‌ କରି ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଡାକ୍ତରଖାନାକୁ ଆସିବା ସମୟରେ...

କଟକରୁ ୮୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୨।୮-କଟକ ସହରରୁ ବୁଧବାର ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୪ ଜଣ, କ୍ୱାରାଣ୍ଟାଇନରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ ୨୧ ରହିଛି। ୮୫ ଜଣ...

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର,୧୨।୮(ବ୍ୟୁରୋ)-ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ବୁଧବାର ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ଚଳିତ ମାସ ୨୩ ତାରିଖ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପାଖରେ ପୂର୍ବାହ୍ନ ୯ଟା ୩୫ ମିନିଟରୁ ୯ଟା ୫୦...

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ: କେନ୍ଦୁଝରରେ ପାସ୍‌ ହାର ରହିଛି…

କେନ୍ଦୁଝର,୧୨ା୮(ସ୍ବ.ପ୍ର.) : ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ୍‌ ହାର ୫୩.୨୯ ପ୍ରତିଶତ ରହିଥିବା ଜଣାପଡ଼ିଛିି। ପ୍ରଥମ ଶ୍ରେଣୀରେ ୩୧୧ ଜଣ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫୦୯ ଜଣ...

ମହିଳାଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଭଣ୍ଡାରିପୋଖରୀ,୧୨ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଦାଣ୍ଡକୂଳ ଗ୍ରାମରେ ବୁଧବାର ଜଣେ ମହିଳା ତାଙ୍କ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବା ବେଳେ ମୃତ ମହିଳାଙ୍କ ବାପଘର ଲୋକେ ହତ୍ୟା କରାଯାଇଥିବା...

+୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ: ଜାଣନ୍ତୁ ବାଲେଶ୍ୱର ଜିଲାର ପାସହାର

ବାଲେଶ୍ୱର ଅଫିସ,୧୨।୮: +୨ ବିଜ୍ଞାନ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ତେବେ ଏଥିରେ ବାଲେଶ୍ୱର ଜିଲାର ପାସହାର ୮୪.୨୬% ହୋଇଛି। ଚଳିତ ବର୍ଷ ଜିଲାର ୧୦୨ କଲେଜରୁ ମୋଟ ୬,୬୬୦ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫,୬୦୭ ଜଣ...