ଭଞ୍ଜନଗର ଦୁର୍ଗାପୂଜାରେ ଅସମ୍ଭାଳ ଭିଡ଼: ଲୋକଙ୍କ ସୁବିଧାକୁ ଭଞ୍ଜ ସାହିତ୍ୟ ପରିଷଦ, ଜଳସମ୍ପଦ ବିଭାଗର ଅଣଦେଖା

ଭଞ୍ଜନଗର, ୧୯।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦୁର୍ଗାପୂଜା ଅବସରରେ ବିଭିନ୍ନ ପୂଜାମଣ୍ଡପରେ ଭକ୍ତ ଓ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି। ମା’ଙ୍କ ଦର୍ଶନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଲୋକଙ୍କ ସମାଗମ ବଢ଼ୁଥିବାବେଳେ ରାସ୍ତା ଅବରୋଧ ଓ ଟ୍ରାଫିକ ସମସ୍ୟା ଜନସାଧାରଣଙ୍କ ଦୁର୍ଦ୍ଦଶା ବଢ଼ାଇଛି। ବିଶେଷକରି ଜଳସମ୍ପଦ ବିଭାଗ ଓ ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କ ଯାତାୟାତ ସୁବିଧାକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଇ ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସହରର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଦୁର୍ଗାପୂଜା ମଣ୍ଡପ ହୋଇଥିବା ବେଳେ ଏହାର ସମ୍ମୁଖ ମୁଖ୍ୟ ରାସ୍ତା କଡ଼ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଫଳରେ ଦର୍ଶକମାନେ ରାସ୍ତା ଉପରେ ବସି କାର୍ଯ୍ୟକ୍ରମ ଉପଭୋଗ କରୁଥିବାରୁ ମୁଖ୍ୟ ସଡ଼କର ଅଧାରୁ ଅଧିକ ଅଂଶ ଅବରୋଧ ହେଉଛି। ଏଥିଯୋଗୁ ଯାନବାହନ ଚଳାଚଳ ସହ ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ହିଁ ହଇରାଣ ହେଉଛି।
ଅନ୍ୟପକ୍ଷରେ ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଭଞ୍ଜ ମାର୍ଗକୁ ଅବରୋଧ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ର୍ନିମାଣ କରାଯାଇଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଥିବାରୁ ଲୋକଙ୍କୁ ବିକଳ୍ପ ରାସ୍ତାରେ ଯିବାକୁ ପଡ଼ୁଛି। ଏହାଦ୍ୱାରା ଅନ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ଟ୍ରାଫିକ ଚାପ ବଢ଼ୁଛି। ରେଡକ୍ରସ ରୋଡ୍ର ଓସାର କମ ଥିବାରୁ ସେଠାରେ ଯାତାୟାତ ସମସ୍ୟା ଅଧିକ ଜଟିଳ ହେଉଛି। ତେବେ ବସଷ୍ଟାଣ୍ଡ ଅଞ୍ଚଳରେ ସେଭଳି ବିଶେଷ ଅସୁବିଧା ଦେଖାଯାଉନଥିବା ଜଣାପଡ଼ିଛି।
ଜଳସମ୍ପଦ ବିଭାଗ ପକ୍ଷରୁ ପୂଜା ଅବସରରେ ମୁଖ୍ୟ ସଡ଼କରେ ଚାରିଚକିଆ ଯାନ ଚଳାଚଳ ବନ୍ଦ କରାଯାଇ ବିକଳ୍ପ ରାସ୍ତାରେ ଗାଡ଼ି ଛଡ଼ାଯାଉଛି। ହେଲେ ଏହି ବ୍ୟବସ୍ଥା ଯୋଗୁ ବିକଳ୍ପ ରାସ୍ତାଗୁଡ଼ିକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପୂଜା ଆୟୋଜନ ସମୟରେ ଲୋକଙ୍କ ସୁରକ୍ଷା, ଯାତାୟାତ ଓ ଜରୁରୀକାଳୀନ ଯାନବାହନ ଚଳାଚଳ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ହୋଇପଡ଼ିଛି।
ଗତ ଠାକୁରାଣୀ ଯାତ୍ରା ସମୟରେ ମୁଖ୍ୟ ସଡ଼କରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ଟ୍ରାଫିକ ସମସ୍ୟା ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପୁରୁଣା ଜେଲ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ହଜାର ହଜାର ଲୋକ ସୁବିଧାରେ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା ହ୍ରାସ ପାଇଥିଲା। ବିଧାୟକଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା।
ଭଞ୍ଜ ସାହିତ୍ୟ ପରିଷଦ ପୁରୁଣା ଜେଲ ପରିସରକୁ ଲାଗି ରହିଥିବାରୁ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାର ବର୍ତ୍ତମାନ ବିକଳ୍ପ ରହିଥିଲା । ଏହା ସତ୍ତ୍ୱେ ଭଞ୍ଜ ମାର୍ଗକୁ ଅବରୋଧ କରି କାହିଁକି ମଞ୍ଚ ନିର୍ମାଣ କରାଗଲା, ସେନେଇ ପ୍ରଶ୍ନ ଉଠିଛି।
ସେହିପରି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ନିକଟରେ ସୱାସ୍ଥ୍ୟ ବିଭାଗର ଏକ ପଡ଼ିଆ ରହିଛି। ଗତ ଠାକୁରାଣୀ ଯାତ୍ରା ସମୟରେ ଏହି ପଡ଼ିଆରେ ରାମଦୋଳି ଲାଗିଥିଲା। ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପଡ଼ିଆରେ ଆୟୋଜନ କରାଯାଇଥିଲେ ମୁଖ୍ୟ ରାସ୍ତା ଅବରୋଧ ଓ ଟ୍ରାଫିକ ସମସ୍ୟାକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି କିଛି ସ୍ଥାନୀୟ ଲୋକ ମତ ଦେଇଛନ୍ତି। ଦୁର୍ଗାପୂଜା ଭଳି ଏକ ଗଣପର୍ବରେ ମା’ଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ଲୋକଙ୍କ ଅଧିକାର। କିନ୍ତୁ ଏଥିପାଇଁ ସାଧାରଣ ଜନଜୀବନ ଓ ଯାତାୟାତକୁ ବାଧାପ୍ରାପ୍ତ କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ପୂଜା କମିଟି ଓ ସମ୍ପୃକ୍ତ ବିଭାଗଗୁଡ଼ିକ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭବିଷ୍ୟତରେ ଉପଯୁକ୍ତ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ଏବଂ ଟ୍ରାଫିକ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?