ଆମ ଜିଲା ଖବର

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଅଟକ ରଖାଯାଇଥିବା ସୂଚନା...

ଆରପାରିରେ ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ନୂଆଦିଲ୍ଲୀ,୨୨।୩: ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।ଭୁବନେଶ୍ୱରରେ ଏକ ଗାଡ଼ି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୫ ଟା ୨୩ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ...

ହସ୍ପିଟାଲରେ ପଶି ସ୍ବାସ୍ଥ୍ୟକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଦଶମନ୍ତପୁର,୨୧ା୩(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ଉପସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣ ନ ଥାଇ ପୋଡ଼ାଗଡ଼ ଅଞ୍ଚଳର ୩ ଜଣ ଦୁର୍ବୃତ୍ତ ହସ୍ପିଟାଲ ଭିତରେ ପଶି ଜଣେ ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀଙ୍କୁ...

ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣରେ ଅର୍ଥ ହେରଫେର: ଅବସରପ୍ରାପ୍ତ ବିଡିଓ, ପିଇଓଙ୍କୁ ୪ବର୍ଷ ଜେଲ

ଜୟପୁର,୨୧ା୩(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣରେ ହୋଇଥିବା ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହାର ଗୁରୁବାର ଶୁଣାଣି ହୋଇଛି । ସମସ୍ତ...

ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ

କଟକ,୨୧ା୩ (କାର୍ତ୍ତିକ ସାହୁ)- ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟ ଗୁରୁବାର ନୋଟିସ୍‌ ଜାରି କରିଛନ୍ତି। ଦୁର୍ନୀତି ନିବାରଣ ଆଇନ୍‌ରୁ ହାଁସଦାଙ୍କୁ ଦୋଷମୁକ୍ତ କରାଯିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସିବିଆଇ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ...

ତେଲଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ମୃତ

ଖପ୍ରାଖୋଲ, ୨୧ା୩(ଅଭୟ ତ୍ରିପାଠୀ): ତେଲଙ୍ଗାନା ରାଜ୍ୟ ପଇଦାପଲ୍ଲୀରେ ଏକ ଇଟାଭାଟିରେ ଦାଦନ ଶ୍ରମିକଭାବେ କାମ କରୁଥିବା ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗାଁର ବୈଶାଖୁ ବରିହା (୪୫)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ...

ପ୍ରେମ ପରେ ପ୍ରତାରଣା, ଥାନାରେ ପହଞ୍ଚିଲେ ପ୍ରେମିକା

ଖଜୁରିପଡ଼ା,୨୧ା୩(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନ ପିରିକୁଡ଼ି ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀ ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି। ପ୍ରେମିକ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା, ଗର୍ଭ ନଷ୍ଟ କରିବା ଏବଂ ଶେଷରେ ଯୁବତୀକୁ...

କୋର୍ଟ ଭିତରେ କରିଥିଲେ କମ୍ପ୍ୟୁଟର ଭଙ୍ଗାରୁଜା: ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ

ଛତ୍ରପୁର,୨୧ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟ ଭିତରେ କମ୍ପ୍ୟୁଟର ଭଙ୍ଗାରୁଜା ମାମଲାର ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଛତ୍ରପୁର ଜେଏମଏଫ୍‌ସି ସ୍ବୟଂଶିକ୍ତା ପତି ମାମଲାର ବିଚାର କରି ଅଭିଯୁକ୍ତ ସୁବାସ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି...

ଭର୍ତ୍ତୃହରିଙ୍କ ପାଇଁ ବଢ଼ିଲା ଅଡୁଆ, ପୋଲିସ SIଙ୍କୁ ମାଡ଼ ଅଭିଯୋଗ ମାମଲାର ହେଲା ଚାର୍ଜଫ୍ରେମ୍‌

କଟକ,୨୧ା୩ (କାର୍ତ୍ତିକ ସାହୁ) ୨୦୧୧ ଜାନୁୟାରୀ ୨୩ ତାରିଖରେ ଜଣେ ପୋଲିସ ଏସ୍‌ଆଇଙ୍କୁ ମାଡ଼ ଅଭିଯୋଗ ନେଇ ଏମ୍‌ପି ଭର୍ତ୍ତୃହରି ମହତାବ ବିରୋଧରେ ରୁଜୁ ମାମଲାରେ କଟକ ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାଯାଇଛି। ଭର୍ତ୍ତୃହରିଙ୍କ ବିରୋଧରେ ଆଇପିସିର...

ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖି ନମୋଜିନୀ ପୁରସ୍କୃତ

ଦାରିଙ୍ଗବାଡି,୨୧।୩ (ଅରୁଣ ସାହୁ ): ଅନୁଗୋଳରେ ଆୟୋଜିତ ୨ ଦିନିଆ ଚତୁର୍ଥ ଓଡ଼ିଶା ନଦୀ ସମ୍ମିଳନୀରେ ଦାରିଙ୍ଗବାଡି ବ୍ଲକର ମହିଳା ସ୍ବୟଂସହାୟକଙ୍କୁ ପୁରସ୍କୃତ କରାଯାଇଛି। ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ପାଇଁ ସାମାଜିକ, ଅର୍ଥନୈତିକ, ପରିବେଶ ଏବଂ ସାଂସ୍କୃତିକ ସ୍ଥିରତା ସମ୍ପର୍କରେ...

‘କିଡ୍‌ସ ଷ୍ଟାର ଫେସ୍‌ ଅଫ୍‌ ଛତିଶଗଡ଼’ ଟାଇଟଲ୍‌ ହାସଲ କଲେ ସିଦ୍ଧି

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ଛତିଶଗଡ଼ର ରାୟପୁରଠାରେ ଅୟୋଜିତ ‘କିଡ୍‌ସ ଷ୍ଟାର ଫେସ ଅଫ୍‌ ଛତିଶଗଡ଼’ ଫ୍ୟାଶନ ପ୍ରତିଯୋଗିତାରେ ଟାଇଟଲ ହାସଲ କରି ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି ସିଦ୍ଧି ସମ୍ପୂର୍ଣ୍ଣା ନାୟକ। ପିଲାଟି ବେଳୁ ନୃତ୍ୟ ଓ ମଡେଲିଂ ପ୍ରତି ଆଗ୍ରହ...

ପ୍ରସବ ଯନ୍ତ୍ରଣାରେ ଛଟପଟ ଆଶାଦିଦିଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହା ହୋଇ ଗଲେ ହସ୍ପିଟାଲ

ଦାରିଙ୍ଗବାଡି,୨୧।୩(ଅରୁଣ ସାହୁ)ଷକନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ଗଦାପୁର ପଞ୍ଚାୟତ ନିଲାକ୍ଲିଉଠାରୁ ସିକବାଡ଼ିକୁ ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ଉକ୍ତ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଭାର ସାହାଯ୍ୟରେ ପ୍ରାୟ ୩ କିମି ରାସ୍ତା ବୋହି ନିଆଯାଉଥିବା ଏକ ଭିଡିଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri