ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା: ଉତ୍ସବମୁଖର ଦିଗପହଣ୍ଡି ସହର

ଦିଗପହଣ୍ଡି, ୧୯।୧୦ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରର ଗଣପର୍ବ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରାକୁ ନେଇ ସମଗ୍ର ସହର ଉତ୍ସବମୁଖର ହୋଇଉଠିଛି। ଘରେ ଘରେ ଆନନ୍ଦ ଓ ଉଲ୍ଲାସର ପରିବେଶ ଦେଖିବାକୁ ମିଳୁଛି। ସୋମବାର ସନ୍ଧ୍ୟାରେ ଅସ୍ଥାୟୀ ଯାତ୍ରାପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ମାଜଣା, ସେବା, ପୂଜା ଓ ବନ୍ଦାପନା କରାଯାଇଥିଲା। ଏହା ସହ ମା’ଙ୍କ ଘଟ ଶୋଭାଯାତ୍ରା ଓ ଯାତ୍ରାପୀଠରେ ପୌରାଣିକ ଲୋକନୃତ୍ୟ ପରିବେଷଣ ଉତ୍ସବର ଆକର୍ଷଣ ବଢ଼ାଇଥିଲା।
ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥଙ୍କ ସହ ମନ୍ଦିର ସେବାୟତ ଆଦିତ୍ୟ ପାତ୍ର, ଶମ୍ଭୁନାଥ ପାତ୍ର, ସୋମନାଥ ପାତ୍ର, ପ୍ରଫୁଲ୍ଲ ପାତ୍ର, ତାରିଣୀ ପାତ୍ର ଓ ସନ୍ତୋଷ ପାତ୍ର ପ୍ରମୁଖ ଦୀର୍ଘ ସମୟ ଧରି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ମା’ଙ୍କ ସାନ୍ଧ୍ୟ ଆଳତି ଓ ବନ୍ଦାପନା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ପୁରୋହିତ ଶକ୍ତିପଲ୍ଲବ ଦେବୀ ମନ୍ତ୍ର ପାଠ କରି ନବଶକ୍ତି ମଣ୍ଡଳ ପୂଜା କ୍ରମରେ ଆସନ, ସୱାଗତ, ପାଦ୍ୟ, ଅର୍ଘ୍ୟ, ଆଚମନ, ମଧୁପର୍କ, ବସ୍ତ୍ରାଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ ଆଦି ଷୋଡ଼ଶ ଉପଚାରରେ ପୂଜା ସମ୍ପନ୍ନ କରିଥିଲେ। ମହାଆଳତି ପରେ ମା’ଙ୍କ ଘଟ ଶୋଭାଯାତ୍ରା ପାଇଁ ଆବାହନ କରାଯାଇଥିଲା।
ମା’ଙ୍କ ଆଜ୍ଞା ପରେ ପ୍ରଥମେ ମୁଖ୍ୟ ଘଟ ଉଠାଯାଇଥିଲା। ପରେ ପାର୍ଶ୍ୱ ଘଟଧାରୀ ମହିଳାମାନେ ମା’ଙ୍କ ହୁକୁମ ନେଇ ନିଜ ମସ୍ତକରେ ଘଟ ଧାରଣ କରିଥିଲେ। ମୁଖ୍ୟ ଘଟକୁ ଶୋଭାଯାତ୍ରାର ସମ୍ମୁଖ ଭାଗରେ ରଖାଯିବା ପରେ ଢୋଲ, ମହୁରୀ, ମୃଦଙ୍ଗ, ଘଣ୍ଟ ଓ ଗିନି କୀର୍ତ୍ତନର ତାଳେ ତାଳେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାପୀଠରୁ ବାହାରିଥିଲେ।

ଶୋଭାଯାତ୍ରା ବଜାରସାହି, ଚନ୍ଦ୍ରଚୂଡ଼ ସାହି, ଗୁଣ୍ଡିଚା ମନ୍ଦିର ରୋଡ, ରାଜନଗର-୨, ସାନଦାଣ୍ଡ ସାହି ଓ ଜନତା ଲେନ ଦେଇ ପୁନର୍ବାର ଯାତ୍ରାପୀଠକୁ ଫେରିଥିଲା। ଏହି ସମୟରେ ମା’ଙ୍କ ଜୟଜୟକାର ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ପରେ ଉଗ୍ରଚଣ୍ଡୀ କାଳରାତ୍ରି ମନ୍ତ୍ର ପାଠ ମାଧ୍ୟମରେ ମା’ଙ୍କୁ ମୁଖ୍ୟ ଘଟରେ ବିଶ୍ରାମ ପାଇଁ ଆବାହନ କରାଯାଇଥିଲା। ପୂଜାର୍ଚ୍ଚନା ସମାପନ ପରେ ମା’ଙ୍କ ପହଡ଼ ବିଜେ ନୀତି ସମ୍ପନ୍ନ ହୋଇଥିଲା। ଯାତ୍ରାପୀଠରେ ଚକାତେନ୍ତୁଳି ଓ କଙ୍କୋରଡ଼ା ଗ୍ରାମର କଳାକାରମାନଙ୍କ ପକ୍ଷରୁ ପୌରାଣିକ ଭାରତଲୀଳା ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ସହରବାସୀ ଯାତ୍ରାପୀଠରେ ଏକତ୍ରିତ ହୋଇଥିଲେ।

ଦିଗପହଣ୍ଡିର ଏହି ପାରମ୍ପରିକ ଯାତ୍ରା ସହରବାସୀଙ୍କ ମଧ୍ୟରେ ଭାଇଚାରା, ଜନ୍ମଭୂମି ପ୍ରତି ଶ୍ରଦ୍ଧା ଓ ସମ୍ମାନର ନିଦର୍ଶନ ପାଲଟିଛି। ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଓ ଷୋଡ଼ଶ ଉପଚାର ପୂଜା ଶକ୍ତି ଉପାସନା କ୍ଷେତ୍ରରେ ସମଗ୍ର ଗଞ୍ଜାମ ଜିଲାରେ ଏକ ସ୍ବତନ୍ତ୍ର ପରିଚୟ ବହନ କରୁଛି।
ପରମ୍ପରା ଅନୁଯାୟୀ, ଦିଗପହଣ୍ଡି ସହରରେ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ମହାସପ୍ତମୀ ତିଥିରୁ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଆରମ୍ଭ ହୋଇ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ୍ଯଯଯାପିତ ହୋଇଥାଏ। ଯାତ୍ରା ଅବଧିରେ ପ୍ରତିଦିନ ରାତିରେ ମା’ଙ୍କ ଘଟ ବିଭିନ୍ନ ସାହି ଓ ବସ୍ତି ପରିକ୍ରମା କରିଥାଏ।

ମା’ଙ୍କ ଷୋଡ଼ଶ ଦିବସୀୟ ଶାରଦୀୟ ପୂଜା ଶକ୍ତିପଲ୍ଲବ ତନ୍ତ୍ରମନ୍ତ୍ର ବିଧି ଅନୁସାରେ ସମ୍ପନ୍ନ ହୋଇଥାଏ। ଷୋଳ ପ୍ରକାର ଉପଚାରରେ ୧୬ଟି କଳସ ସ୍ଥାପନ କରାଯାଇ ୧୬ ଜଣ ଶାକ୍ତ ବ୍ରାହ୍ମଣଙ୍କ ଦ୍ୱାରା ଦେବୀଙ୍କ ମହାପୂଜା କରାଯାଏ। ଏଥିସହ ଆଶ୍ୱିନ ପଞ୍ଚମୀରୁ ଆରମ୍ଭ ହୋଇ ଦଶମୀ ତିଥିରେ ଶେଷ ହେଉଥିବା ସହସ୍ର ପରିମିତ ହୋମ ଏବଂ ବନଦୁର୍ଗା ମନ୍ତ୍ରରେ ଦଶ ହଜାର ଜପ କରିବାର ବିଧି ରହିଛି। ଅଷ୍ଟମୀ ରାତିରେ ଉଗ୍ରଚଣ୍ଡୀ ମନ୍ତ୍ର, ନବମୀ ରାତିରେ ମହାମାରୀ ମନ୍ତ୍ର ଏବଂ ଦଶମୀରେ ଅପରାଜିତା ଓ ଦୁର୍ଗା ମନ୍ତ୍ରରେ ଦେବୀଙ୍କ ପୂଜା କରାଯାଇଥାଏ।
ଯାତ୍ରା କମିଟି ସଭାପତି ବିଚିତ୍ରାନନ୍ଦ ପଟ୍ଟନାୟକ, ଉପସଭାପତି ଏ. ସାକିଲି, ସମ୍ପାଦକ ଦୀପକ କୁମାର ମିଶ୍ର, ସହସମ୍ପାଦକ ଶିବଶଙ୍କର ମହାରଣା, କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ, ସହକୋଷାଧ୍ୟକ୍ଷ କେ. ରାଜେନ୍ଦ୍ର ଏବଂ ଉପଦେଷ୍ଟା ଶିବଶଙ୍କର ମହାଙ୍କୁଡ଼, ଅର୍ଦ୍ଦୁ ଗୋବିନ୍ଦ ଓ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ କାଉନସିଲର ନୀଳମାଧବ ଗୌଡ଼, ରବିନ୍ଦ୍ର କୁମାର ମାର୍ଥା, କେ. କୁନା ଓ ଅନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ପୁରୁଷୋତ୍ତମ ପାତ୍ର, ହିମାଂଶୁ ପାଣିଗ୍ରାହୀ, ବୈକୁଣ୍ଠ ସ୍ବାଇଁ, ଏମ. ବୀର, ଦିବାକର ପ୍ରଧାନ, ଏ. ବନମାଳୀ, ଦୁର୍ଗା ପ୍ରସାଦ ମେକାପ, ନରେନ୍ଦ୍ର ସାହୁ, ସତ୍ୟନାରାୟଣ ରେଡ୍ଡୀ ଓ ଏ. ସନ୍ତୋଷ ପ୍ରମୁଖ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ବାହିନୀ ମଧ୍ୟ ଉପସ୍ଥିତ ରହିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?