ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ନିକଟରେ ଥିବା ଏକ ପୋଲ ତଳକୁ ଖସିଗଲା ବାଇକ୍ । ଏହି ଦୁର୍ଘଟଣାକେ ୨ କକା, ପୁତୁରାଙ୍କ ମୃତ୍ୟୁ ହୋଇଛି। ମୃତ ୨ ହେଲେ ପଳାସ ଗ୍ରାମର ନରେଶ ନାଏକ(୩୩) ଓ ପ୍ରଦୀପ ନାଏକ (୩୨) ବୋଲି ଜଣାପଡିଛି।
ଉଭୟ ଏକ ପଲସର ବାଇକ ନଂ(OD08U-5287)ରେ ସୋମବାର ବିଳମ୍ବିତ ରାତିରେ ହାବସପୁରରୁ ଯାତ୍ରା ଦେଖି ଫେରୁଥିବା ସମୟରେ ବାଇକ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛି । ଅନ୍ୟପଟେ ୨ କକା,ପୁତୁରା ମୃତ୍ୟୁ ଘଟଣାକୁ ନେଇ ପଲାସ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । କାନ୍ଦ ବୋବାଲିରେ ଗାଁ ଫାଟି ପଡୁଛି।

