୧୪ ସମିତି ସଭ୍ୟଙ୍କ ସମର୍ଥନରେ ଜିତିଲେ ସୁନୀଲ

ସାକ୍ଷୀଗୋପାଳ, ୧୨।୩(ଡି.ଏନ.ଏ): ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ସତ୍ୟବାଦୀ ବ୍ଲକରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ସୁନୀଲ କୁମାର ପଣ୍ଡା ବିଜୟୀ ହୋଇଛନ୍ତି। ସେ ୧୪ ସମିତି ସଭ୍ୟଙ୍କ ସମର୍ଥନ ପାଇଥିଲେ। ତାଙ୍କ ସହିତ ପ୍ରତିଦ୍ବନ୍ଦିତା କରୁଥିବା ଭାଜପା ସମର୍ଥିତ ପ୍ରାର୍ଥୀ ଦୀପକ ଶତପଥିଙ୍କୁ ୯ ଜଣ ସମର୍ଥନ ଜଣାଇଥିଲେ। ଏହି ପଞ୍ଚାୟତ ସମିତିର ମୋଟ ୨୪ ଜଣ ସଭ୍ୟାସଭ୍ୟ ମାନଙ୍କ ମଧ୍ୟରୁ ଜଣେ ସଭ୍ୟ ଅନୁପସ୍ଥିତ ରହିଥିଲେ। ବିଜୟୀ ଘୋଷଣା ହେବାପରେ ସୁନୀଲ ସରପଞ୍ଚ, ସମିତିସଭ୍ୟ ଓ ଶୁଭେଚ୍ଛୁଙ୍କ ସହ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ କରିଥିଲେ। ତହସିଲଦାର ତଥା ନିର୍ବାଚନ ଅଧିକାରୀ ଜୟନ୍ତ କୁମାର ଜୟସିଂ ନିର୍ବାଚନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ହାଇସ୍କୁଲ କର୍ମଚାରୀଙ୍କ ଦରମା ବନ୍ଦ

ପାଟଣା/କେନ୍ଦୁଝର,୯ା୧(ସ୍ବ. ପ୍ର): ଦୀର୍ଘ ମାସ ପରେ ଶୁକ୍ରବାର ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ହାଇସ୍କୁଲ ଖୋଲିଛି। ମାତ୍ର ବିଦ୍ୟାଳୟ ଆରମ୍ଭରୁ କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ କାରଣରୁ...

ତିରିଶ ଘଣ୍ଟା ପରେ ମିଳିଲା ମୃତଦେହ

କେନ୍ଦୁଝର,୨।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଶିରିପୁର ସ୍ଥିତ ପୋଖରୀରେ ବୁଡି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ତିରିଶ ଘଣ୍ଟା ପରେ ମିଳିଲା। ପୋଖରୀରେ ଭାସୁଥିବା ଅବସ୍ଥାରେ...

୫ ଗବେଷକଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,  ୧୧-୯(ବ୍ୟୁରୋ):ଉଚ୍ଚତର ଗବେଷଣା ପାଇଁ ରାଜ୍ୟର ୫ଜଣ ଗବେଷକଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବ ବିଜ୍ଞାନ ଓ କାରିଗରି ବିଭାଗ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଅଧିକତର ଗବେଷଣା...

ଖାତା ମୂଲ୍ୟାଙ୍କନକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ଦାବିପତ୍ର

କେନ୍ଦୁଝର, ୧ା୬ (ସ୍ବ.ପ୍ର.)-ଚଳିତବର୍ଷ କରୋନା ମହାମାରୀ ସତ୍ତ୍ୱେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଖାତା ମୂଲ୍ୟାୟନ ଗତ ୨୬...

ବଜ୍ରପାତରେ ୬ ମୃତ, ୪ ଗୁରୁତର

ଭୁବନେଶ୍ୱର, ୨୧ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ଟଳି ନ ଥିବାବେଳେ ପୁଣି ଆରମ୍ଭ ହୋଇଛି ବର୍ଷା। ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି...

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନ: ଟିକାନେବେ ୩ ଲକ୍ଷ ୮୧୮ ଶିଶୁ

ଅନୁଗୋଳ ଅଫିସ, ୧୫।୧୧-ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭଳି ମାରାତ୍ମକ ରୋଗର ଟିକାକରଣ ଅଭିଯାନ ଶୁକ୍ରବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହେଉଛି। ଏହି ଅଭିଯାନ ୩ ସପ୍ତାହ ଧରି...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଲେ

ବ୍ରହ୍ମପୁର ଅଫିସ,୧୭ା୫- ବଡବଜାର ଥାନା ପାଣ୍ଡବନଗରର ଟୁଟୁ ହାତୀ (୩୫)ଙ୍କୁ ଗୁରୁବାର ରାତି ପ୍ରାୟ ୯ଟାବେଳେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ...

ରାଜ୍ୟରୁ ସୁସ୍ଥ ହେଲେ ୧୨୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୯୫,୧୫୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ...

Advertisement
Archives

Model This Week