ଲାଞ୍ଜିଗଡ଼ରେ ୨୦ ବର୍ଷର ଗଡ଼ ଭାଙ୍ଗିଲା

ଲାଞ୍ଜିଗଡ,୧୨।୩(ଡି.ଏନ.ଏ.): ଦୀର୍ଘ ୨୦ବର୍ଷ ପର୍ଯ୍ୟନ୍ତ ପୁର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ କବଜାରେ ରହିଥିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ପଦବୀ । ହେଲେ ଶନିବାର ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ଏଥିରେ ହୋଇଛି ପରିବର୍ତ୍ତନ। ସକାଳ ୯ଟାରେ ଅଜ୍ଞାତବାସରେ ଥିବା ୨୬ ପଞ୍ଚାୟତରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀ-ପ୍ରାର୍ଥୀନୀ ମାନଙ୍କୁ ଭୋଟକେନ୍ଦ୍ରକୁ ଅଣାଯାଇଥିଲା । ଦିନ ୧୨ଟାରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଏହି ପଦବୀ ଲାଗି କୁମଖାଲ ସମିତିସଭ୍ୟା ପ୍ରାର୍ଥୀନୀ ତଥା ପୁର୍ବତନ ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତି ମାଝୀ ଓ ପୋଖରୀବନ୍ଧ ସମିତିସଭ୍ୟା ପ୍ରାର୍ଥୀନୀ କମଳା ପାତ୍ର, ୨ଜଣ ନାମଙ୍କନପତ୍ର ଦାଖଲ କରିଥିଲେ। ଦିନ ୧ଟାରେ ଭୋଟ ଗ୍ରହଣ କରାଯିବା ପରେ ଭୋଟ ଗଣିତି ହୋଇଥିଲା । ଏଥିରେ କମଳା ପାତ୍ର ୧୬ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀମତି ମାଝୀ ୧୦ଖଣ୍ଡ ଭୋଟ ପାଇଥିଲେ । ୬ଖଣ୍ଡ ଭୋଟରେ କମଳା ପାତ୍ର ବିଜୟ ଲାଭ କରିଥିଲେ । କମଳା ପାତ୍ରଙ୍କ ବିଜୟ ପରେ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । କମଳା ପାତ୍ରଙ୍କ ନିକଟରେ ଶୁଭେଛୁଙ୍କ ସୁଅ ଛୁଟିଥିଲା ।

କହିରଖୁଛୁ, ୨୦ବର୍ଷ ହେଲା ଏହି ପଦବୀ ପୁର୍ବତନ ବିଜେଡିର ମନ୍ତ୍ରୀ ବଳଭଦ୍ରଙ୍କ ପରିବାର ଲୋକଙ୍କ ଅକ୍ତିଆରରେ ରହିଥିଲା। ତାଙ୍କ ସ୍ତ୍ରୀ ଦୁଇଥର ବ୍ଲକ ଅଧ୍ୟକ୍ଷା ପଦବୀରେ ରହିଥିବା ବେଳେ ତାଙ୍କ ଝିଆରୀ ସସ୍ମିତା ମାଝୀ ଓ ପୁତୁରା ଫକୀର ମୋହନ ମାଝୀ ଗୋଟିଏ ଥର ଲେଖାଏ ରହିଥିଲେ । ହେଲେ ଏହି ବ୍ଲକରେ ବିକାଶ ହୋଇପାରି ନାହିଁ। ଆଜି ମଧ୍ୟ ଦୁର୍ଗମ ଅଞ୍ଚଳର ଅନେକ ଗାଁରେ ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ଭଳି ମୈାଳିକ ସୁବିଧା ପହଞ୍ଚି ପାରିଲାନି। ଶେଷରେ ବଳଭଦ୍ରଙ୍କ ୨୦ବର୍ଷ ଶାସନର ଅବସାନ ଘଟିଛି । ଏହି ନିର୍ବାଚନ ସମୟରେ ଥୁଆମୁଳ ରାମପୁର ବିଡିଓ ଶୁଭକାନ୍ତ ନାଏକ ନିର୍ବାଚନୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ଶାନ୍ତି ଶୃଖଳା ପାଇଁ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଆଇଆରବି ପୋଲିସ ମୁତୟନ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?