ଲାଞ୍ଜିଗଡ଼ରେ ୨୦ ବର୍ଷର ଗଡ଼ ଭାଙ୍ଗିଲା

ଲାଞ୍ଜିଗଡ,୧୨।୩(ଡି.ଏନ.ଏ.): ଦୀର୍ଘ ୨୦ବର୍ଷ ପର୍ଯ୍ୟନ୍ତ ପୁର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ କବଜାରେ ରହିଥିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ପଦବୀ । ହେଲେ ଶନିବାର ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ଏଥିରେ ହୋଇଛି ପରିବର୍ତ୍ତନ। ସକାଳ ୯ଟାରେ ଅଜ୍ଞାତବାସରେ ଥିବା ୨୬ ପଞ୍ଚାୟତରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀ-ପ୍ରାର୍ଥୀନୀ ମାନଙ୍କୁ ଭୋଟକେନ୍ଦ୍ରକୁ ଅଣାଯାଇଥିଲା । ଦିନ ୧୨ଟାରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଏହି ପଦବୀ ଲାଗି କୁମଖାଲ ସମିତିସଭ୍ୟା ପ୍ରାର୍ଥୀନୀ ତଥା ପୁର୍ବତନ ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତି ମାଝୀ ଓ ପୋଖରୀବନ୍ଧ ସମିତିସଭ୍ୟା ପ୍ରାର୍ଥୀନୀ କମଳା ପାତ୍ର, ୨ଜଣ ନାମଙ୍କନପତ୍ର ଦାଖଲ କରିଥିଲେ। ଦିନ ୧ଟାରେ ଭୋଟ ଗ୍ରହଣ କରାଯିବା ପରେ ଭୋଟ ଗଣିତି ହୋଇଥିଲା । ଏଥିରେ କମଳା ପାତ୍ର ୧୬ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀମତି ମାଝୀ ୧୦ଖଣ୍ଡ ଭୋଟ ପାଇଥିଲେ । ୬ଖଣ୍ଡ ଭୋଟରେ କମଳା ପାତ୍ର ବିଜୟ ଲାଭ କରିଥିଲେ । କମଳା ପାତ୍ରଙ୍କ ବିଜୟ ପରେ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । କମଳା ପାତ୍ରଙ୍କ ନିକଟରେ ଶୁଭେଛୁଙ୍କ ସୁଅ ଛୁଟିଥିଲା ।

କହିରଖୁଛୁ, ୨୦ବର୍ଷ ହେଲା ଏହି ପଦବୀ ପୁର୍ବତନ ବିଜେଡିର ମନ୍ତ୍ରୀ ବଳଭଦ୍ରଙ୍କ ପରିବାର ଲୋକଙ୍କ ଅକ୍ତିଆରରେ ରହିଥିଲା। ତାଙ୍କ ସ୍ତ୍ରୀ ଦୁଇଥର ବ୍ଲକ ଅଧ୍ୟକ୍ଷା ପଦବୀରେ ରହିଥିବା ବେଳେ ତାଙ୍କ ଝିଆରୀ ସସ୍ମିତା ମାଝୀ ଓ ପୁତୁରା ଫକୀର ମୋହନ ମାଝୀ ଗୋଟିଏ ଥର ଲେଖାଏ ରହିଥିଲେ । ହେଲେ ଏହି ବ୍ଲକରେ ବିକାଶ ହୋଇପାରି ନାହିଁ। ଆଜି ମଧ୍ୟ ଦୁର୍ଗମ ଅଞ୍ଚଳର ଅନେକ ଗାଁରେ ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ଭଳି ମୈାଳିକ ସୁବିଧା ପହଞ୍ଚି ପାରିଲାନି। ଶେଷରେ ବଳଭଦ୍ରଙ୍କ ୨୦ବର୍ଷ ଶାସନର ଅବସାନ ଘଟିଛି । ଏହି ନିର୍ବାଚନ ସମୟରେ ଥୁଆମୁଳ ରାମପୁର ବିଡିଓ ଶୁଭକାନ୍ତ ନାଏକ ନିର୍ବାଚନୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ଶାନ୍ତି ଶୃଖଳା ପାଇଁ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଆଇଆରବି ପୋଲିସ ମୁତୟନ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri