ବ୍ୟବହାର ନ ହୋଇ ଜରାଜୀର୍ଣ୍ଣ ହୋଇଗଲାଣି ବ୍ଲକ ପରିସଂଖ୍ୟାନ ଗୃହ

ନବରଙ୍ଗପୁର,୭ା୪(ବି.ପ୍ର.) ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପରିସଂଖ୍ୟାନ ଗୃହ ନିର୍ମାଣ କରାଯାଇଛି। ନବରଙ୍ଗପୁର ବ୍ଲକ ପରିସରରେ ୨୦୧୫ ଜୁନ ୧୨ ତାରିଖରେ ତତ୍କାଳୀନ ଏମ୍‌ପି ବଳଭଦ୍ର ମାଝିଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଛି। ଉଦ୍‌ଘାଟନ ପରଠାରୁ ଉକ୍ତ କୋଠା ଆଉ ଖୋଲାଗଲା ନାହିଁ। ଏହା ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କୋଠା ଜରାଜୀର୍ଣ୍ଣ ହୋଇପଡୁଛି। କୋଠାର ଚାରିପାଖ ଆବର୍ଜନା ଓ ପୂତିଗନ୍ଧମୟ ହୋଇରହିଛି। ଗ୍ରୀଲ୍‌ରେ କଳଙ୍କି ଲାଗିବା ସହ ଝରକା କବାଟଗୁଡିକ ଉଇ ଖାଇବାରେ ଲାଗିଛି। ସଦର ବ୍ଲକ ନବରଙ୍ଗପୁରରେ ଏହି ଭଳି ଅବସ୍ଥା ରହିଥିବା ବେଳେ ଅନ୍ୟ ବ୍ଲକରେ କିଭଳି ଅବସ୍ଥା ଥିବ ତାହା ସାଧାରଣରେ ଅନୁମେୟ। ଏଠାରେ ବୁଝିବାକୁ ହେବ ଯେ ସରକାରୀ ଅର୍ଥରେ କୋଠା ନିର୍ମାଣ କରାଯାଇ ତାହାକୁ ବ୍ୟବହାରରେ ନ ଲଗାଇବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି। ସରକାରଙ୍କ ଅର୍ଥ ଅଯଥା ଖର୍ଚ୍ଚ ହୋଇ ଅପଚୟ ହେଉଛି। ଏନେଇ ଜିଲା ପରିସଂଖ୍ୟାନ ଅଧିକାରୀ ଭରତ ଚନ୍ଦ୍ର ଶୁଣ୍ଢିଙ୍କୁ ପଚାରିବାରୁ ସେ କହିଛନ୍ତି, ୨୨ଜଣ କର୍ମଚାରୀଙ୍କ ପରିବର୍ତ୍ତେ ଏବେ ୭ ଜଣ କର୍ମଚାରୀ ଅଛନ୍ତି। ଜିଲାସ୍ତରରେ ଅଧିକାରୀ ମୁଖ୍ୟ କିରାଣି ରହିଛନ୍ତି। ବରିଷ୍ଠ ଓ କନିଷ୍ଠ କିରାଣି ପଦବୀ ଖାଲିପଡିଛି। କ୍ୱାର୍ଟର ସମେତ କାର୍ଯ୍ୟାଳୟ ଢାଞ୍ଚାରେ କୋଠା ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା। କାର୍ଯ୍ୟାଳୟ ଢାଞ୍ଚାରେ ନିର୍ମାଣ ହୋଇଛି। ଅନ୍ୟପକ୍ଷେ କର୍ମଚାରୀ ଅଭାବରୁ କାର୍ଯ୍ୟାଳୟ ଖୋଲାଯାଇପାରୁ ନାହିଁ ବୋଲି ସେ କହିଛନ୍ତି। ଏନେଇ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କଲେ ଉକ୍ତ କୋଠା ବ୍ଲକର ଯେକୌଣସି ବିଭାଗ ମଧ୍ୟ କାର୍ଯ୍ୟରେ ଲଗାଇ ପାରିବେ ଓ କୋଠାଟି ସୁରକ୍ଷିତ ହୋଇରହିବ। ନଚେତ ବ୍ୟବହାର ନ ହୋଇ ମରାମତି ନାଁରେ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବା ସହ କୋଠାଟି ନଷ୍ଟ ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri