ବ୍ୟବହାର ନ ହୋଇ ଜରାଜୀର୍ଣ୍ଣ ହୋଇଗଲାଣି ବ୍ଲକ ପରିସଂଖ୍ୟାନ ଗୃହ

ନବରଙ୍ଗପୁର,୭ା୪(ବି.ପ୍ର.) ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପରିସଂଖ୍ୟାନ ଗୃହ ନିର୍ମାଣ କରାଯାଇଛି। ନବରଙ୍ଗପୁର ବ୍ଲକ ପରିସରରେ ୨୦୧୫ ଜୁନ ୧୨ ତାରିଖରେ ତତ୍କାଳୀନ ଏମ୍‌ପି ବଳଭଦ୍ର ମାଝିଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଛି। ଉଦ୍‌ଘାଟନ ପରଠାରୁ ଉକ୍ତ କୋଠା ଆଉ ଖୋଲାଗଲା ନାହିଁ। ଏହା ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କୋଠା ଜରାଜୀର୍ଣ୍ଣ ହୋଇପଡୁଛି। କୋଠାର ଚାରିପାଖ ଆବର୍ଜନା ଓ ପୂତିଗନ୍ଧମୟ ହୋଇରହିଛି। ଗ୍ରୀଲ୍‌ରେ କଳଙ୍କି ଲାଗିବା ସହ ଝରକା କବାଟଗୁଡିକ ଉଇ ଖାଇବାରେ ଲାଗିଛି। ସଦର ବ୍ଲକ ନବରଙ୍ଗପୁରରେ ଏହି ଭଳି ଅବସ୍ଥା ରହିଥିବା ବେଳେ ଅନ୍ୟ ବ୍ଲକରେ କିଭଳି ଅବସ୍ଥା ଥିବ ତାହା ସାଧାରଣରେ ଅନୁମେୟ। ଏଠାରେ ବୁଝିବାକୁ ହେବ ଯେ ସରକାରୀ ଅର୍ଥରେ କୋଠା ନିର୍ମାଣ କରାଯାଇ ତାହାକୁ ବ୍ୟବହାରରେ ନ ଲଗାଇବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି। ସରକାରଙ୍କ ଅର୍ଥ ଅଯଥା ଖର୍ଚ୍ଚ ହୋଇ ଅପଚୟ ହେଉଛି। ଏନେଇ ଜିଲା ପରିସଂଖ୍ୟାନ ଅଧିକାରୀ ଭରତ ଚନ୍ଦ୍ର ଶୁଣ୍ଢିଙ୍କୁ ପଚାରିବାରୁ ସେ କହିଛନ୍ତି, ୨୨ଜଣ କର୍ମଚାରୀଙ୍କ ପରିବର୍ତ୍ତେ ଏବେ ୭ ଜଣ କର୍ମଚାରୀ ଅଛନ୍ତି। ଜିଲାସ୍ତରରେ ଅଧିକାରୀ ମୁଖ୍ୟ କିରାଣି ରହିଛନ୍ତି। ବରିଷ୍ଠ ଓ କନିଷ୍ଠ କିରାଣି ପଦବୀ ଖାଲିପଡିଛି। କ୍ୱାର୍ଟର ସମେତ କାର୍ଯ୍ୟାଳୟ ଢାଞ୍ଚାରେ କୋଠା ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା। କାର୍ଯ୍ୟାଳୟ ଢାଞ୍ଚାରେ ନିର୍ମାଣ ହୋଇଛି। ଅନ୍ୟପକ୍ଷେ କର୍ମଚାରୀ ଅଭାବରୁ କାର୍ଯ୍ୟାଳୟ ଖୋଲାଯାଇପାରୁ ନାହିଁ ବୋଲି ସେ କହିଛନ୍ତି। ଏନେଇ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କଲେ ଉକ୍ତ କୋଠା ବ୍ଲକର ଯେକୌଣସି ବିଭାଗ ମଧ୍ୟ କାର୍ଯ୍ୟରେ ଲଗାଇ ପାରିବେ ଓ କୋଠାଟି ସୁରକ୍ଷିତ ହୋଇରହିବ। ନଚେତ ବ୍ୟବହାର ନ ହୋଇ ମରାମତି ନାଁରେ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବା ସହ କୋଠାଟି ନଷ୍ଟ ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri