ପରାଜୟ ପରେ ବି ପ୍ରତିଶ୍ରୁତି ରଖିଲେ ଶ୍ରୀନିବାସ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ସଦର କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ବର୍ଷେ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ। ନିର୍ବାଚନ ପ୍ରଚାରବେଳେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରାର୍ଥୀ। ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଏବେ ବିଦ୍ୟୁତ୍‌ ସଂଯୋଗ ପହଞ୍ଚିବାରେ ସାହାଯ୍ୟ କରି ଶାନ୍ତିଙ୍କ ଘରକୁ ଆଲୋକିତ କରିଛନ୍ତି। ସେ ହେଲେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଶ୍ରୀନିବାସ ରାଓ।
ସୂଚନାଯୋଗ୍ୟ, କୁମୁଟିଗୁଡା ସାହିର ଶାନ୍ତି ଅର୍ଥ ଅଭାବ ଯୋଗୁ ବିଦ୍ୟୁତ୍‌ ବିଲ୍‌ ପୈଠ କରିପାରି ନ ଥିଲେ। ଫଳରେ ବିଭାଗ ପକ୍ଷରୁ ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହାପରେ ବର୍ଷେ ହେଲା ଶାନ୍ତିଙ୍କ ପରିବାର ଅନ୍ଧାରରେ ଥିଲେ। ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ଶ୍ରୀନିବାସ ଶାନ୍ତିଙ୍କ ସମସ୍ୟା ଜାଣିବାକୁ ପାଇଥିଲେ। ସେ ଶାନ୍ତିଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନରେ ଶ୍ରୀନିବାସ ଜିତିପାରି ନ ଥିଲେ ମଧ୍ୟ ଶାନ୍ତିଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ଫେରିବାରେ ସାହାଯ୍ୟ କରିଛନ୍ତି। ବର୍ଷେ ପରେ ଘରେ ଆଲୁଅ ଦେଖି ଶାନ୍ତିଙ୍କ ପରିବାରରେ ଖୁସି ଫେରିଛି। ଶ୍ରୀନିବାସଙ୍କ କାର୍ଯ୍ୟକୁ ଶାନ୍ତିଙ୍କ ପରିବାର ଏବଂ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri