ଆମ ଜିଲା ଖବର

୬ଷ୍ଠ ଥର ପଦ ହାତେଇଲେ କୁଞ୍ଜଲତା

ନିମାପଡା,୨୮।୨ (ଡି.ଏନ୍‌.ଏ.): ନିମାପଡା ବ୍ଲକ ଅନ୍ତର୍ଗତ ୧୮ନଂ. ଜୋନ ଭାଜପା ଜିଲା ପରିଷଦ ପ୍ରାର୍ଥୀ ସ୍ବପ୍ନ କୁମାର ମିଶ୍ରଙ୍କୁ ପରାସ୍ତ କରି ବିଜେଡି ଜିଲା ପରିଷଦ ପ୍ରାର୍ଥୀ କୁଞ୍ଜଲତା ସାମଲ ବିଜୟୀ ହୋଇଛନ୍ତି। କୁଞ୍ଜଲତା ୫ ଥର ବିଭିନ୍ନ ଜୋନ୍‌ରୁ ନିର୍ବାଚିତ…

ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ

ଡେଲାଙ୍ଗ/ବ୍ରହ୍ମଗିରି/ସାକ୍ଷୀଗୋପାଳ/ ନିମାପଡ଼ା/ କାକଟପୁର/କଣାସ ୨୮ା୨(ଡି.ଏନ୍‌.ଏ./ସ୍ବ.ପ୍ର.): ଡେଲାଙ୍ଗ ବ୍ଲକ ୧୫ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଗଡ଼ମୋଟରି ପଞ୍ଚାୟତର ସରପଞ୍ଚ ଭାବେ ମାର୍କଣ୍ଡ ମଙ୍ଗରାଜ ଓ ସମିତିସଭ୍ୟ ଲଲାଟ କେଶରୀ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି। ସେହିପରି ଚାଇଁପୁର ପଞ୍ଚାୟତରେ…

ଜିଲା ପରିଷଦ ଆସନ: ସବୁ ପୋଛିନେଲା ବିଜେଡି

ପୁରୀ ଅଫିସ,୨୮।୨: ପୁରୀ ଜିଲାର ୧୧ଟି ଯାକ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅସ୍ତରଙ୍ଗ ବ୍ଲକର ୧ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସରସ୍ବତୀ ସ୍ବାଇଁ ଜିତିଛନ୍ତି। ସରସ୍ବତୀଙ୍କୁ ୧୭,୩୪୮ ଭୋଟ…

ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା

ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ ହରିହର ଛକସ୍ଥିତ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅନୁଷ୍ଠାନର ରାଜ୍ୟ ଉପସଭାପତିି ବିଜୟକୃଷ୍ଣ…

ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ତ୍ରୁଟି

ଯାଜପୁର ଅଫିସ,୨୮ା୨: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ନିର୍ମାଣ ହେଉଥିବା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ-୨ରେ ବ୍ୟାପକ ତ୍ରୁଟି ହୋଇଛି। ଏହି ପ୍ରକଳ୍ପର ପମ୍ପ ହାଉସ୍‌କୁ ନିର୍ମିତ ପ୍ରବେଶ…

ଭୋଟ ଗଣତି କେନ୍ଦ୍ର ସମ୍ମୁଖରେ ଉତ୍ତେଜନା

ଗୁଡ଼ଭେଲା,୨୭ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ କାର୍ଯ୍ୟାଳୟ ପରିସରରେ ରବିବାର ୬ ନମ୍ବର ଜିଲା ପରିଷଦ ଜୋନର ଭୋଟ ଗଣତି ହେଉଥିବା ବେଳେ ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ପ୍ରଚାର ପରେ ଭୋଟ କେନ୍ଦ୍ର ସମ୍ମୁଖରେ…

ସ୍ତ୍ରୀ ଜିଲା ପରିଷଦ, ସ୍ବାମୀ ସରପଞ୍ଚ

ଜୁନାଗଡ଼,୨୭।୨(ଡି.ଏନ୍‌.ଏ.): ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଏକ ଦମ୍ପତି ଭୋଟରଙ୍କୁ ଆକୃଷ୍ଟ କରି ମନ ଜିଣିଛନ୍ତି। ଫଳସ୍ବରୁପ ସ୍ତ୍ରୀ ଜିଲା ପରିଷଦ ଓ ସ୍ବାମୀ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ହେବା ଏହା ପ୍ରମାଣିତ କରୁଛି।…

ହାରିଗଲେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ୍‌,୨୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ (ଭାଜପା) ଏବଂ ଗୀତାଞ୍ଜଳୀ ପୁଟା(ବିଜେଡ଼ି)ଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ବରଗଡ଼ ଜୋନ୍‌-୧ରୁ ଭାଜପା ପ୍ରାର୍ଥିନୀ ରହିଥିବା ମୁକ୍ତାଙ୍କୁ ବିଜେଡ଼ି ପ୍ରାର୍ଥିନୀ ପୁଷ୍ପା…

ଖବରକାଗଜ ବିତରକରୁ ହେଲେ ସରପଞ୍ଚ

ବାସୁଦେବପୁର,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ସହରର ଖବରକାଗଜ ବିକ୍ରେତା ଗୌରାଙ୍ଗ ଚନ୍ଦ୍ର ପଣ୍ଡା ନରସିଂହପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଗୌରାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୪୦ ଖଣ୍ଡ…

ପରାଜୟର ସ୍ବାଦ ଚାଖିଲେ ହେବିୱେଟ

ପୁରୁଷୋତ୍ତମପୁର,୨୭ା୨(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ୩୫ ନଂ ଜୋନ ଅଧିନରେ ଥିବା ୮ ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ ପଦବୀ ଉପରେ ସଭିଙ୍କ ନଜର ରହିଥିଲା। ଯାହାକି ଦୁଇ ଥର ସରପଞ୍ଚ…

ଗଞ୍ଜାମ ବ୍ଲକ ୧୪ ନଂ ଜୋନ୍‌ରେ ବିଜୟୀ ହୋଇଛନ୍ତି ଏହିସବୁ ପ୍ରାର୍ଥୀ

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୋଇରସି ପଞ୍ଚାୟତରେ ସମିତିସଭ୍ୟ ଅନ୍ତର୍ଯ୍ୟାମୀ ବେହରା, ସରପଞ୍ଚ ରବୀନ୍ଦ୍ର ବେହେରା, ମଲାଡ଼ ପଞ୍ଚାୟତରେ ସମିତିସଭ୍ୟା ବିଷ୍ଣୁପ୍ରିୟା ମହାପାତ୍ର, ସରପଞ୍ଚ ମମତା ବେହେରା, କରପଡ଼ା…

୧୪ ନମ୍ବର ଜୋନରେ ବିଜେଡିର ବାଜିମାତ୍‌

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନରେ ବିଜେଡି ମାଜିମାତ କରିଛି। ବିଜେଡି ପାର୍ଥିନୀ ସସ୍ମିତା ସ୍ବାଇଁ ୧୫ ହଜାର ୧୬୦ ଖଣ୍ଡ ଭୋଟ ପାଇଛନ୍ତି। ପ୍ରତିଦ୍ବନ୍ଦ୍ୱୀ ଭାଜପା ପାର୍ଥିନୀ ୪ ହଜାର ୯୮୨ ଖଣ୍ଡ ଭୋଟ ପାଇଛନ୍ତି l ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?