ଆଖୁ ଖାଇବାକୁ ଗାଁରେ ପଶିଛନ୍ତି ୩ ଭାଲୁ

ନନ୍ଦାହାଣ୍ଡି,୧୪।୪,(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମରେ ପୁଣି ୩ ଭାଲୁ ଖାଦ୍ୟ ଅନ୍ବେଷଣରେ ପହଞ୍ଚତ୍ଛନ୍ତି। ଏକମ୍ବା ଗ୍ରାମରେ ବହୁ ପରିମାଣରେ ଆଖୁ ଚାଷ ହେଉଥିବାରୁ ଆଖୁ ଖାଇବା ପାଇଁ ଗାଁକୁ ବାରମ୍ବାର ଭାଲୁ ପଶିଆସୁଛନ୍ତି। ପୂର୍ବରୁ ଗୋଟିଏ ଭାଲୁ ଆଖୁ ଖାଇବାକୁ ଗାଁକୁ ଆସୁଥିବା ବେଳେ ବର୍ତ୍ତମାନ ତିନୋଟି ଭାଲୁ ଏକାଠି ଗାଁମୁହାଁ ହେଉଛନ୍ତି। ବର୍ତ୍ତମାନ ତିନୋଟି ଭାଲୁକୁ ଏକାଠି ଦେଖି ଗ୍ରାମବାସୀ ଆତଙ୍କିତ। ପୂର୍ବରୁ ଆଖପାଖ ଅଞ୍ଚଳରେ ଭାଲୁ ଜନବସତିମୁହାଁ ହୋଇଥିବାର ଖବର ଅନେକ ଥର ପ୍ରକାଶ ପାଇବା ସତ୍ତ୍ୱେ ବନବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ବୁଦ୍ଧିଜୀବୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏ ନେଇ ନବରଙ୍ଗପୁର ରେଞ୍ଜ ଅଫିସର ଆଶିଷ କୁମାର କହଁରଙ୍କୁ ପଚାରିବାରୁ ଭାଲୁ ଗାଁ ମୁହଁ ହୋଇଥିବା ଖବର ଅଛି। ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଯାଇଛି। ତାଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri