ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୧୪।୪(ଡି.ଏନ.ଏ.): ରାଜ୍ୟର ସବୁ ଗାଁକୁ ଯେପରି ଶୁଦ୍ଧ ପାଇପ୍‌ ପାଣି ଯୋଗାଣ କରାଯିବ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏ ନେଇ ଏକାଧିକ ଯୋଜନା ମାଧ୍ୟମରେ ବହୁ କୋଟି ଟଙ୍କା ବ୍ୟୟରେ ମେଗା ପ୍ରକଳ୍ପ ଓ ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି। ହେଲେ ଆବଶ୍ୟକ ତଦାରଖ ଅଭାବରୁ କେଉଁଠି ପ୍ରକଳ୍ପ ପମ୍ପ ତ ଆଉ କେଉଁଠି ପାଇପ୍‌ ଫାଟି ଜଳଯୋଗାଣ ବନ୍ଦ ରହୁଛି। ଏହି କାରଣରୁ ଅନେକ ଅଞ୍ଚଳବାସୀ ପିଇବା ପାଣି ସଂଗ୍ରହ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ୬ ଗ୍ରାମବାସୀ ବର୍ଷେ ହେବ ଏପରି ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପାଇକସାହି ପଞ୍ଚାୟତର ପାଇକସାହି, କୁଡ଼ାସାହି, ଖଇରାସାହି, ଦଳିତ ସାହି, ସତ୍ୟବାଦୀପୁର, ବାଲିସାହି ଗ୍ରାମକୁ ପିଇବା ପାଣି ଯୋଗାଇ ଦେବା ନିମନ୍ତେ କୁଡାସାହି ଠାରେ ୨୦୦୭ ମସିହାରେ ଏକ ପାନୀୟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏ ବାବଦରେ ୧୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା। ହେଲେ ପାଣି ଆବଶ୍ୟକତା ମେଣ୍ଟାଇ ନ ପାରିବା ସହ ପ୍ରତିବର୍ଷ ଜାନୁୟାରୀରେ ଖୋଳାଯାଇଥିବା କୂଅ ଶୁଖିଯାଉଥିଲା। ତେଣୁ ୨୦୧୨ ମସିହାରେ ୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିକଟରେ ଆଉ ଏକ ବଡ଼ କୂଅ ଖୋଳାଯାଇ ଜଳ ଯୋଗାଣ ତ୍ୱରାନ୍ବିତ କରାଯାଇଥିଲା। କିନ୍ତୁ ବର୍ଷେ ହେବ ପ୍ରକଳ୍ପରୁ ଜଳଯୋଗାଣ ବନ୍ଦ ରହିଛି। ପମ୍ପ ଅଚଳ ହୋଇପଡ଼ିବା ସହ ବିଭିନ୍ନ ଗ୍ରାମକୁ ଲମ୍ବିଥିବା ପାଣି ପାଇପ୍‌ଗୁଡିକ ଫାଟି ଯାଇଥିବା ଯୋଗୁ ଜଳ ଯୋଗାଣ ହୋଇପାରୁନାହି। ଫଳରେ ୬ ଗ୍ରାମବାସୀ ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ସମୟରେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଥିବା ନଳକୂଅଗୁଡିକର ଜଳସ୍ତର ହ୍ରାସ ପାଇଥିବା ଯୋଗୁ ଲୋକେ ପିଇବା ପାଣି ସଂଗ୍ରହ କରିବାରେ ସମସ୍ୟାରେ ପଡ଼ିଛନ୍ତି। ପ୍ରକଳ୍ପ ମରାମତି ଦାବିରେ ଗତ ଜାନୁୟାରୀ ୧୫ ଓ ମାର୍ଚ୍ଚ ୨୨ରେ ଗ୍ରାମବାସୀଙ୍କ ପକ୍ଷରୁ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟ ଠାରେ ଅଭିଯୋଗ କରାଯାଇଥିଲା। ହେଲେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ପ୍ରକଳ୍ପ ଚାଲୁକରିବାକୁ ପାଇକସାହି ଗ୍ରାମର ବସ୍ତନ ବେହେରା, ପ୍ରକାଶ ନାୟକ, ଦୀନବନ୍ଧୁ ନାୟକ, ବୀରବର ପ୍ରଧାନ, ଯଶୋମତି ଗଡତିଆ, ଊର୍ମିଳା ବେହେରା, ପପେୟା ନାୟକ, ଭାବିନୀ ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ପ୍ରକଳ୍ପ ମରାମତି କରାଯିବ।

ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି
ଜଳସ୍ତର ହ୍ରାସ ପାଇଥିବାରୁ ବହୁ ନଳକୂଅରୁ ପାଣି ବାହାରୁ ନାହିଁ। ଏପରି ସ୍ଥିତିରେ ପ୍ରକଳ୍ପ ମରାମତି କରାଯାଉ ନ ଥିବା ଯୋଗୁ ପାନୀୟ ଜଳ ପାଇଁ ଅଞ୍ଚଳବାସୀ ବହୁ ହଇରାଣ ହେଉଛନ୍ତି। ଅଭିଯୋଗ କଲେ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ।
-ପ୍ରତାପ କୁମାର ପ୍ରଧାନ, ପାଇକସାହି

ଟ୍ୟାଙ୍କର ଯୋଗେ ପାଣି ଦିଆଯାଉ
ପ୍ରକଳ୍ପ ନିର୍ମାଣ ହେଲା ଦିନ ଠାରୁ ଠିକ୍‌ ଭାବେ ପାଣି ମିଳୁନାହିଁ। ଏ ନେଇ କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ନଳକୂଅ ଆବଶ୍ୟକତା ମେଣ୍ଟାଇ ପାରୁ ନ ଥିବାରୁ ଟ୍ୟାଙ୍କର ଯୋଗେ ପ୍ରଶାସନ ପକ୍ଷରୁ ପାଣି ଯୋଗାଇ ଦିଆଯାଉ।
-କୁମୁଦିନୀ ଗଡ଼ତିଆ, ଖଇରାସାହି

ବିଭାଗକୁ ଅବଗତ କରାଯାଇଛି
ଜଳ ପ୍ରକଳ୍ପ ଅଚଳ ରହିଥିବାରୁ ବର୍ଷେ ହେଲା ଶତାଧିକ ପରିବାର ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଜଳ ଯୋଗାଣ ବିଭାଗକୁ ଅବଗତ କରାଯାଇଛି। କିନ୍ତୁ ଅଧିକାରୀମାନେ ଶୁଣୁନାହାନ୍ତି।
-ନୀରଜକାନ୍ତ ସାହୁ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଶୈଳଶ୍ରୀକ୍ଷେତ୍ରରୁ ଉଡ଼ିଗଲା ନେତ, ରୁକିଲା ଟ୍ରେନ୍‌

ଅନୁଗୋଳ ଅଫିସ, ୩୦ା୫: ଭୀଷଣ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅନୁଗୋଳବାସୀ ଅଥୟ ହୋଇପଡ଼ିଥିଲେ। ପାରଦ ୪୦ ଡିିଗ୍ରୀ ତଳକୁ ଖସୁ ନ ଥିବାରୁ ଲୋକମାନେ...

କୋଭିଡ୍‌ ମେଡିକାଲ ଡାକ୍ତରଙ୍କ ନମୁନା ପଜିଟିଭ

ଅନୁଗୋଳ ଅଫିସ, ୫।୬- ଅନୁଗୋଳ ଜିଲା ତାଳଚେର କୋଭିଡ୍‌ ମେଡିକାଲରେ କାର୍ଯ୍ୟରତ ଜଣେ ୩୫ ବର୍ଷୀୟ ଡାକ୍ତରଙ୍କ ନମୁନା କରୋନା ପଜିଟିଭ ବାହାରିଛି। ତାଙ୍କୁ ଭୁବନେଶ୍ୱର...

ଟିକାକରଣରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ, ୫।୯:ଅନୁଗୋଳ ସହରର ମିଶ୍ରପଡ଼ାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର କରୋନା ବୁଷ୍ଟର ଡୋଜ୍‌ ଟିକାକରଣକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଶାୟୀମାନେ ଲାଇନ୍‌ରେ...

ଅନୁଗୋଳ ଜିଲାରେ ୬୫୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅନୁଗୋଳ ଜିଲାରେ ମୋଟ ୧୬୫୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୦୦୨ଟିର ନିଜସ୍ବ ଗୃହ ଥିବାବେଳେ ୬୫୨ର ନିଜସ୍ବ ଗୃହ ନାହିଁ। ୩୩୧ଟି ଗୃହ...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ

ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।...

ତାଳଚେରକୁ ଜିଲା ଘୋଷଣା ଦାବି

ତାଳଚେର,୧୮ା୧୧ (ନି.ପ୍ର.):ଓଡ଼ିଶାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ଏବଂ ଦେଶର ସବୁଠାରୁ ଅଧିକ କୋଇଲା ଉତ୍ପାଦନ ସହିତ ଏସିଆର ସର୍ବବୃହତ୍‌ ବିଦ୍ୟୁତ...

ଜଗି ବସୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୧୦ା୯ ଅସହ୍ୟ ଯନ୍ତ୍ରଣା ଅଥୟ କରିଦେଉଛି। ତଥାପି ରାତିଅନିଦ୍ରା ହୋଇ ପୂର୍ବଦିନରୁ ଡାକ୍ତରଙ୍କୁ ଜଗି ବସୁଛନ୍ତି ରୋଗୀ। କାରଣ ପ୍ରତି ସପ୍ତାହରେ କେବଳ...

ଉପବାଚସ୍ପତି ଓ ବନ୍ଦ ଲଫାପାକୁ ନେଇ ଚର୍ଚ୍ଚା

ଅନୁଗୋଳ ଅଫିସ, ୨୬।୨: ମାସର ଚତୁର୍ଥ ଶନିବାର ହୋଇଥିବାରୁ ସରକାରୀ ଛୁଟି ଥିଲା। ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ହେଲେ ଏମିତି କି...

Advertisement
Archives

Model This Week