ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୧୪।୪(ଡି.ଏନ.ଏ.): ରାଜ୍ୟର ସବୁ ଗାଁକୁ ଯେପରି ଶୁଦ୍ଧ ପାଇପ୍‌ ପାଣି ଯୋଗାଣ କରାଯିବ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏ ନେଇ ଏକାଧିକ ଯୋଜନା ମାଧ୍ୟମରେ ବହୁ କୋଟି ଟଙ୍କା ବ୍ୟୟରେ ମେଗା ପ୍ରକଳ୍ପ ଓ ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି। ହେଲେ ଆବଶ୍ୟକ ତଦାରଖ ଅଭାବରୁ କେଉଁଠି ପ୍ରକଳ୍ପ ପମ୍ପ ତ ଆଉ କେଉଁଠି ପାଇପ୍‌ ଫାଟି ଜଳଯୋଗାଣ ବନ୍ଦ ରହୁଛି। ଏହି କାରଣରୁ ଅନେକ ଅଞ୍ଚଳବାସୀ ପିଇବା ପାଣି ସଂଗ୍ରହ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ୬ ଗ୍ରାମବାସୀ ବର୍ଷେ ହେବ ଏପରି ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପାଇକସାହି ପଞ୍ଚାୟତର ପାଇକସାହି, କୁଡ଼ାସାହି, ଖଇରାସାହି, ଦଳିତ ସାହି, ସତ୍ୟବାଦୀପୁର, ବାଲିସାହି ଗ୍ରାମକୁ ପିଇବା ପାଣି ଯୋଗାଇ ଦେବା ନିମନ୍ତେ କୁଡାସାହି ଠାରେ ୨୦୦୭ ମସିହାରେ ଏକ ପାନୀୟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏ ବାବଦରେ ୧୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା। ହେଲେ ପାଣି ଆବଶ୍ୟକତା ମେଣ୍ଟାଇ ନ ପାରିବା ସହ ପ୍ରତିବର୍ଷ ଜାନୁୟାରୀରେ ଖୋଳାଯାଇଥିବା କୂଅ ଶୁଖିଯାଉଥିଲା। ତେଣୁ ୨୦୧୨ ମସିହାରେ ୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିକଟରେ ଆଉ ଏକ ବଡ଼ କୂଅ ଖୋଳାଯାଇ ଜଳ ଯୋଗାଣ ତ୍ୱରାନ୍ବିତ କରାଯାଇଥିଲା। କିନ୍ତୁ ବର୍ଷେ ହେବ ପ୍ରକଳ୍ପରୁ ଜଳଯୋଗାଣ ବନ୍ଦ ରହିଛି। ପମ୍ପ ଅଚଳ ହୋଇପଡ଼ିବା ସହ ବିଭିନ୍ନ ଗ୍ରାମକୁ ଲମ୍ବିଥିବା ପାଣି ପାଇପ୍‌ଗୁଡିକ ଫାଟି ଯାଇଥିବା ଯୋଗୁ ଜଳ ଯୋଗାଣ ହୋଇପାରୁନାହି। ଫଳରେ ୬ ଗ୍ରାମବାସୀ ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ସମୟରେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଥିବା ନଳକୂଅଗୁଡିକର ଜଳସ୍ତର ହ୍ରାସ ପାଇଥିବା ଯୋଗୁ ଲୋକେ ପିଇବା ପାଣି ସଂଗ୍ରହ କରିବାରେ ସମସ୍ୟାରେ ପଡ଼ିଛନ୍ତି। ପ୍ରକଳ୍ପ ମରାମତି ଦାବିରେ ଗତ ଜାନୁୟାରୀ ୧୫ ଓ ମାର୍ଚ୍ଚ ୨୨ରେ ଗ୍ରାମବାସୀଙ୍କ ପକ୍ଷରୁ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟ ଠାରେ ଅଭିଯୋଗ କରାଯାଇଥିଲା। ହେଲେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ପ୍ରକଳ୍ପ ଚାଲୁକରିବାକୁ ପାଇକସାହି ଗ୍ରାମର ବସ୍ତନ ବେହେରା, ପ୍ରକାଶ ନାୟକ, ଦୀନବନ୍ଧୁ ନାୟକ, ବୀରବର ପ୍ରଧାନ, ଯଶୋମତି ଗଡତିଆ, ଊର୍ମିଳା ବେହେରା, ପପେୟା ନାୟକ, ଭାବିନୀ ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ପ୍ରକଳ୍ପ ମରାମତି କରାଯିବ।

ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି
ଜଳସ୍ତର ହ୍ରାସ ପାଇଥିବାରୁ ବହୁ ନଳକୂଅରୁ ପାଣି ବାହାରୁ ନାହିଁ। ଏପରି ସ୍ଥିତିରେ ପ୍ରକଳ୍ପ ମରାମତି କରାଯାଉ ନ ଥିବା ଯୋଗୁ ପାନୀୟ ଜଳ ପାଇଁ ଅଞ୍ଚଳବାସୀ ବହୁ ହଇରାଣ ହେଉଛନ୍ତି। ଅଭିଯୋଗ କଲେ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ।
-ପ୍ରତାପ କୁମାର ପ୍ରଧାନ, ପାଇକସାହି

ଟ୍ୟାଙ୍କର ଯୋଗେ ପାଣି ଦିଆଯାଉ
ପ୍ରକଳ୍ପ ନିର୍ମାଣ ହେଲା ଦିନ ଠାରୁ ଠିକ୍‌ ଭାବେ ପାଣି ମିଳୁନାହିଁ। ଏ ନେଇ କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ନଳକୂଅ ଆବଶ୍ୟକତା ମେଣ୍ଟାଇ ପାରୁ ନ ଥିବାରୁ ଟ୍ୟାଙ୍କର ଯୋଗେ ପ୍ରଶାସନ ପକ୍ଷରୁ ପାଣି ଯୋଗାଇ ଦିଆଯାଉ।
-କୁମୁଦିନୀ ଗଡ଼ତିଆ, ଖଇରାସାହି

ବିଭାଗକୁ ଅବଗତ କରାଯାଇଛି
ଜଳ ପ୍ରକଳ୍ପ ଅଚଳ ରହିଥିବାରୁ ବର୍ଷେ ହେଲା ଶତାଧିକ ପରିବାର ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଜଳ ଯୋଗାଣ ବିଭାଗକୁ ଅବଗତ କରାଯାଇଛି। କିନ୍ତୁ ଅଧିକାରୀମାନେ ଶୁଣୁନାହାନ୍ତି।
-ନୀରଜକାନ୍ତ ସାହୁ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?