ସ୍କୁଲ ଯିବା ବୟସରେ ପିଲାମାନେ ଗୋଟାଉଛନ୍ତି ମହୁଲ

ଝରିଗାଁ, ୧୪।୪(ସ୍ବ.ପ୍ର.): ଯୋଜନା ଆସୁଛି, ହେଲେ ଅପହଞ୍ଚ ଇଲାକାରେ ଠିକ୍‌ ସମୟରେ ପହଞ୍ଚତ୍ପାରୁନାହିଁ। ଫଳରେ ଦୁର୍ଗମ ଅଞ୍ଚଳବାସୀ ବର୍ଷ ତମାମ ନାହିଁ ନ ଥିବା ସମସ୍ୟାର ଶିକାର ହେଉଛନ୍ତି। ପ୍ରଶାସନ, ସ୍ଥାନୀୟ ନେତାଙ୍କୁ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନର ବାଟ ଫୁଟୁନାହିଁ। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅଧୀନ କୁସୁମବାହାଲ ଗ୍ରାମରେ । ପିଲାଙ୍କ ଗୁଣାତ୍ମକ ଶିକ୍ଷା, ଗାଁକୁ ପକ୍କାରାସ୍ତା, ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ସ୍ବାସ୍ଥ୍ୟସେବା ପାଇବା ସତେ ଯେମିତି ସେମାନଙ୍କ ପାଇଁ ଦିବାସ୍ବପ୍ନ।
ଦୁଇଟି ପଡ଼ାରେ ପରଜା ଏବଂ ଗୌଡ଼ ସମ୍ପ୍ରଦାୟର ୩୦ ପରିବାର ରୁହନ୍ତି। ପ୍ରାୟ ୨୫ ବର୍ଷ ହେବ ପେଟପାଟଣ ନେଇ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଆସି ଏଠାକାର ଜଙ୍ଗଲ ସଫାକରି ଚାଷଜମି ପ୍ରସ୍ତୁତ କରିଛନ୍ତି। ସେଠାରେ ଖରିଫ ଋତୁରେ ଧାନ, ମଣ୍ଡିଆ, ମକା ଚାଷ କରନ୍ତି। ଅନ୍ୟ ଦିନରେ ଚାହାଁର, କୁସୁମ, ଅଁଳା, ମହୁଲ, ଲାଖ ଆଦି ସଂଗ୍ରହକରି ଗ୍ରାମରୁ ୯ କି.ମି. ଦୂରରେ ରହିଥିବା କଂଗ୍ରା ସାପ୍ତାହିକ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ଉକ୍ତ ଗାଁକୁ କିନ୍ତୁ ରାସ୍ତା ନାହିଁ। ଜଙ୍ଗଲ ରାସ୍ତା ଦେଇ ଡକରୀକୋଟ କିମ୍ବା ଗାଇବନ୍ଧାରେ ରହିଥିବା ସ୍କୁଲକୁ ପିଲାଙ୍କୁ ପଠାଇବାକୁ ଅଭିଭାବକମାନେ ସୁରକ୍ଷିତ ମଣୁନାହାନ୍ତି। ରାସ୍ତା ନ ଥିବାରୁ ଗାଁର ୨୦ଜଣ ଝିଅପୁଅ ସ୍କୁଲ ନ ଯାଇ ପାଠପଢ଼ାରୁ ବଞ୍ଚତ୍ତ ରହିଛନ୍ତି। ଫଳରେ ଯେଉଁ ବୟସରେ ହାତରେ ବହି କଲମ ଧରିବା କଥା ପିଲାମାନେ ଜଙ୍ଗଲରୁ ମହୁଲ ଗୋଟାଇବାରେ ଦିନ ବିତାଉଛନ୍ତି। ରାସ୍ତାଘାଟ ନ ଥିବା ସହ ସଚେତନତାର ଅଭାବ ଯୋଗୁ କୁସୁମବାହାଲ ଗ୍ରାମର ଅଧିକାଂଶ ଗର୍ଭବତୀ ଘରେ ପ୍ରସବ କରିଥାନ୍ତି। ଏହାଦ୍ୱାରା ପ୍ରସୂତୀ ଓ ଗର୍ଭବତୀ ମହିଳା ମୃତ୍ୟୁ ମୁଖରେ ପଡ଼ୁଥିବା ଦେଖାଯାଇଛି। ୨ବର୍ଷ ପୂର୍ବରୁ ଗ୍ରାମର ରାମ ଜାନିଙ୍କ ସ୍ତ୍ରୀ ସମ୍ବାର ଘରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ଜନ୍ମର ୩ ଦିନ ପରେ ସମ୍ବାରୀ ଗୁରୁତର ହୋଇ ପ୍ରାଣ ହରାଇଥିଲେ। ଏହାର କିଛି ଦିନ ପରେ ସେହି ଗ୍ରାମର ଅର୍ଜୁନ ଗୌଡ଼ଙ୍କ ସ୍ତ୍ରୀ ସନବାରୀ ଗୌଡ଼ ୮ମାସର ଗର୍ଭବତୀ ଥିବାବେଳେ ପ୍ରସବ ଯନ୍ତ୍ରଣା ପାଇଥିଲେ। ଅନେକ ଚେଷ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ମିଳି ନ ଥିଲା। ଅନ୍ୟ ଗାଁରୁ ଏକ ଅଟୋରେ ତାଙ୍କୁ ଝରିଗାଁ ମେଡିକାଲକୁ ନେବା ବାଟରେ ହିଁ ସନବାରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଗାଁରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଅଧ କି.ମି. ଦୂରରେ ଥିବା ପୁର୍‌ନାପାନୀ ନାଳରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ଲୋକେ ବାରମ୍ବାର ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି। ୩ ବର୍ଷ ପୂର୍ବରୁ ଏ ନେଇ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ଚିତ୍ର ବଦଳିପାରିଲାନାହିଁ ବୋଲି ଗାଁର ଲଛମନ ଗୌଡ଼, ସଦା ଜାନି, ଟଙ୍କ ଜାନି, ବନ୍ଧୁ ଜାନି, ଚୈତନ୍ୟ ଜାନି, ଚନ୍ଦନ ଜାନି, ବାଣୁଆ ଗୌଡ଼, ପାଣ୍ଡୁ ଜାନି କହିଛନ୍ତି। ଏନେଇ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ପଚାରିବାରୁ ଗାଁକୁ ପାନୀୟ ଜଳ, ରାସ୍ତାଘାଟ ଯେପରି ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri