ସ୍କୁଲ ଯିବା ବୟସରେ ପିଲାମାନେ ଗୋଟାଉଛନ୍ତି ମହୁଲ

ଝରିଗାଁ, ୧୪।୪(ସ୍ବ.ପ୍ର.): ଯୋଜନା ଆସୁଛି, ହେଲେ ଅପହଞ୍ଚ ଇଲାକାରେ ଠିକ୍‌ ସମୟରେ ପହଞ୍ଚତ୍ପାରୁନାହିଁ। ଫଳରେ ଦୁର୍ଗମ ଅଞ୍ଚଳବାସୀ ବର୍ଷ ତମାମ ନାହିଁ ନ ଥିବା ସମସ୍ୟାର ଶିକାର ହେଉଛନ୍ତି। ପ୍ରଶାସନ, ସ୍ଥାନୀୟ ନେତାଙ୍କୁ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନର ବାଟ ଫୁଟୁନାହିଁ। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅଧୀନ କୁସୁମବାହାଲ ଗ୍ରାମରେ । ପିଲାଙ୍କ ଗୁଣାତ୍ମକ ଶିକ୍ଷା, ଗାଁକୁ ପକ୍କାରାସ୍ତା, ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ସ୍ବାସ୍ଥ୍ୟସେବା ପାଇବା ସତେ ଯେମିତି ସେମାନଙ୍କ ପାଇଁ ଦିବାସ୍ବପ୍ନ।
ଦୁଇଟି ପଡ଼ାରେ ପରଜା ଏବଂ ଗୌଡ଼ ସମ୍ପ୍ରଦାୟର ୩୦ ପରିବାର ରୁହନ୍ତି। ପ୍ରାୟ ୨୫ ବର୍ଷ ହେବ ପେଟପାଟଣ ନେଇ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଆସି ଏଠାକାର ଜଙ୍ଗଲ ସଫାକରି ଚାଷଜମି ପ୍ରସ୍ତୁତ କରିଛନ୍ତି। ସେଠାରେ ଖରିଫ ଋତୁରେ ଧାନ, ମଣ୍ଡିଆ, ମକା ଚାଷ କରନ୍ତି। ଅନ୍ୟ ଦିନରେ ଚାହାଁର, କୁସୁମ, ଅଁଳା, ମହୁଲ, ଲାଖ ଆଦି ସଂଗ୍ରହକରି ଗ୍ରାମରୁ ୯ କି.ମି. ଦୂରରେ ରହିଥିବା କଂଗ୍ରା ସାପ୍ତାହିକ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ଉକ୍ତ ଗାଁକୁ କିନ୍ତୁ ରାସ୍ତା ନାହିଁ। ଜଙ୍ଗଲ ରାସ୍ତା ଦେଇ ଡକରୀକୋଟ କିମ୍ବା ଗାଇବନ୍ଧାରେ ରହିଥିବା ସ୍କୁଲକୁ ପିଲାଙ୍କୁ ପଠାଇବାକୁ ଅଭିଭାବକମାନେ ସୁରକ୍ଷିତ ମଣୁନାହାନ୍ତି। ରାସ୍ତା ନ ଥିବାରୁ ଗାଁର ୨୦ଜଣ ଝିଅପୁଅ ସ୍କୁଲ ନ ଯାଇ ପାଠପଢ଼ାରୁ ବଞ୍ଚତ୍ତ ରହିଛନ୍ତି। ଫଳରେ ଯେଉଁ ବୟସରେ ହାତରେ ବହି କଲମ ଧରିବା କଥା ପିଲାମାନେ ଜଙ୍ଗଲରୁ ମହୁଲ ଗୋଟାଇବାରେ ଦିନ ବିତାଉଛନ୍ତି। ରାସ୍ତାଘାଟ ନ ଥିବା ସହ ସଚେତନତାର ଅଭାବ ଯୋଗୁ କୁସୁମବାହାଲ ଗ୍ରାମର ଅଧିକାଂଶ ଗର୍ଭବତୀ ଘରେ ପ୍ରସବ କରିଥାନ୍ତି। ଏହାଦ୍ୱାରା ପ୍ରସୂତୀ ଓ ଗର୍ଭବତୀ ମହିଳା ମୃତ୍ୟୁ ମୁଖରେ ପଡ଼ୁଥିବା ଦେଖାଯାଇଛି। ୨ବର୍ଷ ପୂର୍ବରୁ ଗ୍ରାମର ରାମ ଜାନିଙ୍କ ସ୍ତ୍ରୀ ସମ୍ବାର ଘରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ଜନ୍ମର ୩ ଦିନ ପରେ ସମ୍ବାରୀ ଗୁରୁତର ହୋଇ ପ୍ରାଣ ହରାଇଥିଲେ। ଏହାର କିଛି ଦିନ ପରେ ସେହି ଗ୍ରାମର ଅର୍ଜୁନ ଗୌଡ଼ଙ୍କ ସ୍ତ୍ରୀ ସନବାରୀ ଗୌଡ଼ ୮ମାସର ଗର୍ଭବତୀ ଥିବାବେଳେ ପ୍ରସବ ଯନ୍ତ୍ରଣା ପାଇଥିଲେ। ଅନେକ ଚେଷ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ମିଳି ନ ଥିଲା। ଅନ୍ୟ ଗାଁରୁ ଏକ ଅଟୋରେ ତାଙ୍କୁ ଝରିଗାଁ ମେଡିକାଲକୁ ନେବା ବାଟରେ ହିଁ ସନବାରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଗାଁରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଅଧ କି.ମି. ଦୂରରେ ଥିବା ପୁର୍‌ନାପାନୀ ନାଳରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ଲୋକେ ବାରମ୍ବାର ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି। ୩ ବର୍ଷ ପୂର୍ବରୁ ଏ ନେଇ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ଚିତ୍ର ବଦଳିପାରିଲାନାହିଁ ବୋଲି ଗାଁର ଲଛମନ ଗୌଡ଼, ସଦା ଜାନି, ଟଙ୍କ ଜାନି, ବନ୍ଧୁ ଜାନି, ଚୈତନ୍ୟ ଜାନି, ଚନ୍ଦନ ଜାନି, ବାଣୁଆ ଗୌଡ଼, ପାଣ୍ଡୁ ଜାନି କହିଛନ୍ତି। ଏନେଇ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ପଚାରିବାରୁ ଗାଁକୁ ପାନୀୟ ଜଳ, ରାସ୍ତାଘାଟ ଯେପରି ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?