ସହରରେ କୁଲିଆରି ଶାଗର ପସରା

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): ଖରା ଦିନରେ ପତ୍ରଛଡା ପରେ ନୂଆପତ୍ର କଅଁଳିଥାଏ। ସେପରି କୁଲିଆରି ଗଛରେ ମଧ୍ୟ ଏହି ସମୟରେ ପତ୍ର କଅଁଳିଥାଏ।
ଏହି କଅଁଳିଆ ପତ୍ରକୁ ଶାଗ ଭାବରେ ସମସ୍ତେ ଖାଇଥାନ୍ତି। ବଣପାହାଡ଼ରେ ପ୍ରାକୃତିକ ପରିବେଶରେ କୁଲିଆରି ଗଛ ଉଠିଥାଏ। ଏହି ଦିନରେ ବନବାସୀ ମାନେ ବଣଜଙ୍ଗଲ ବୁଲି ଗଛ ଚଢି ଏହି କଅଁଳିଆ ପତ୍ର ତୋଳିଥାନ୍ତି। ଏହି ସଂଗୃହୀତ ପତ୍ରକୁ ଶାଗ ଭାବରେ ନିଜେ ଖାଇବା ସହ ହାଟବଜାରରେ ବିକ୍ରି କରିଥାନ୍ତି। ଏହି ଦିନରେ ଏହି ଶାଗର ସ୍ବାଦ ବହୁତ ଭଲ। ଏଣୁ ପ୍ରାୟ ଗାଁ ଠୁ ସହର ଅନେକଙ୍କ ଘରେ କୁଲିଆରି ଶାଗ ପ୍ରସ୍ତୁତ ହୋଇଥାଏ।
ସହରାଞ୍ଚଳରେ ଏହାର ଚାହିଦା ଅଧିକ ଥିବାରୁ ବନବାସୀ ମାନେ ବଣପାହାଡ ତଥା ବାଡିବଗିଚାରୁ କୁଲିଆରି ପତ୍ର ତୋଳି ହାଟବଜାରରେ ବିକିଥାନ୍ତି। ଏହି ଭାଗ ୨୦ ଟଙ୍କାରେ ବିକିଥାନ୍ତି ା ପ୍ରାକୃତିକ ପରିବେଶରେ ବଢୁଥିବାରୁ ସ୍ବାସ୍ଥ୍ୟପକ୍ଷେ ଏହା ବେଶ୍‌ ହିତକର। ଏଣୁ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା କୁହନ୍ତି। ବିନା ଖର୍ଚ୍ଚରେ ଏଥିରୁ ବନବାସୀ ମାନେ ଭଲ କରି ଦୁଇ ପଇସା ରୋଜଗାର କରିଥାନ୍ତି। ଏହାମଧ୍ୟ ପରିବେଶର ସନ୍ତୁଳନ ରକ୍ଷା କରିଥାଏ। ପିଲାଠୁ ବଡ ସମସ୍ତେ ଏହାକୁ ଖାଇବାକୁ ଭଲ ପାଆନ୍ତି। ଖରା ଦିନରେ ପଖାଳ ସାଙ୍ଗକୁ କୁଲିଆରି ଶାଗର ସ୍ବାଦ ସମସ୍ତେ ଉଠାଇଥାନ୍ତି। ଏପରିକି ହୋଟେଲ ମାନଙ୍କ ମଧ୍ୟରେ ଖାଇବା ଥାଳିରେ କୁଲିଆରି ଶାଗ ପରଶାଯାଇଥାଏ ା ଉକ୍ତ ଶାଗ ବନବାସୀଙ୍କୁ ଏହି ଋତୁରେ ଜିବିକା ଦେଇଆସୁଛି ଏଣୁ ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ହେଉଥିବାରୁ ଏହି ଗଛ ସବୁ ନଷ୍ଟ ହୋଇଯାଉଛି। ଏହାର ସୁରକ୍ଷା କରିବା ଜରୁରୀ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri