ସହରରେ କୁଲିଆରି ଶାଗର ପସରା

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): ଖରା ଦିନରେ ପତ୍ରଛଡା ପରେ ନୂଆପତ୍ର କଅଁଳିଥାଏ। ସେପରି କୁଲିଆରି ଗଛରେ ମଧ୍ୟ ଏହି ସମୟରେ ପତ୍ର କଅଁଳିଥାଏ।
ଏହି କଅଁଳିଆ ପତ୍ରକୁ ଶାଗ ଭାବରେ ସମସ୍ତେ ଖାଇଥାନ୍ତି। ବଣପାହାଡ଼ରେ ପ୍ରାକୃତିକ ପରିବେଶରେ କୁଲିଆରି ଗଛ ଉଠିଥାଏ। ଏହି ଦିନରେ ବନବାସୀ ମାନେ ବଣଜଙ୍ଗଲ ବୁଲି ଗଛ ଚଢି ଏହି କଅଁଳିଆ ପତ୍ର ତୋଳିଥାନ୍ତି। ଏହି ସଂଗୃହୀତ ପତ୍ରକୁ ଶାଗ ଭାବରେ ନିଜେ ଖାଇବା ସହ ହାଟବଜାରରେ ବିକ୍ରି କରିଥାନ୍ତି। ଏହି ଦିନରେ ଏହି ଶାଗର ସ୍ବାଦ ବହୁତ ଭଲ। ଏଣୁ ପ୍ରାୟ ଗାଁ ଠୁ ସହର ଅନେକଙ୍କ ଘରେ କୁଲିଆରି ଶାଗ ପ୍ରସ୍ତୁତ ହୋଇଥାଏ।
ସହରାଞ୍ଚଳରେ ଏହାର ଚାହିଦା ଅଧିକ ଥିବାରୁ ବନବାସୀ ମାନେ ବଣପାହାଡ ତଥା ବାଡିବଗିଚାରୁ କୁଲିଆରି ପତ୍ର ତୋଳି ହାଟବଜାରରେ ବିକିଥାନ୍ତି। ଏହି ଭାଗ ୨୦ ଟଙ୍କାରେ ବିକିଥାନ୍ତି ା ପ୍ରାକୃତିକ ପରିବେଶରେ ବଢୁଥିବାରୁ ସ୍ବାସ୍ଥ୍ୟପକ୍ଷେ ଏହା ବେଶ୍‌ ହିତକର। ଏଣୁ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା କୁହନ୍ତି। ବିନା ଖର୍ଚ୍ଚରେ ଏଥିରୁ ବନବାସୀ ମାନେ ଭଲ କରି ଦୁଇ ପଇସା ରୋଜଗାର କରିଥାନ୍ତି। ଏହାମଧ୍ୟ ପରିବେଶର ସନ୍ତୁଳନ ରକ୍ଷା କରିଥାଏ। ପିଲାଠୁ ବଡ ସମସ୍ତେ ଏହାକୁ ଖାଇବାକୁ ଭଲ ପାଆନ୍ତି। ଖରା ଦିନରେ ପଖାଳ ସାଙ୍ଗକୁ କୁଲିଆରି ଶାଗର ସ୍ବାଦ ସମସ୍ତେ ଉଠାଇଥାନ୍ତି। ଏପରିକି ହୋଟେଲ ମାନଙ୍କ ମଧ୍ୟରେ ଖାଇବା ଥାଳିରେ କୁଲିଆରି ଶାଗ ପରଶାଯାଇଥାଏ ା ଉକ୍ତ ଶାଗ ବନବାସୀଙ୍କୁ ଏହି ଋତୁରେ ଜିବିକା ଦେଇଆସୁଛି ଏଣୁ ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ହେଉଥିବାରୁ ଏହି ଗଛ ସବୁ ନଷ୍ଟ ହୋଇଯାଉଛି। ଏହାର ସୁରକ୍ଷା କରିବା ଜରୁରୀ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ମୁକ୍ତାଶ୍ରୟ ପରିଦର୍ଶନ କଲେ ଏଡ଼ିଜେ

କେନ୍ଦୁଝର, ୨୪ା୪(ସ୍ବ.ପ୍ର.)-କେନ୍ଦୁଝର ବଣିଆପାଟ ଶିଶୁ ଅନୁଷ୍ଠାନ ମୁକ୍ତାଶ୍ରୟ କେନ୍ଦ୍ରକୁ ଅତିରକ୍ତ ଜିଲା ଦୌରାଜଜ୍‌(ଏଡିଜେ) ଲୋକନାଥ ସାହୁ ବୁଧବାର ପରିଦର୍ଶନ କରି ସେଠାରେ ରହୁଥିବା ପିଲାମାନଙ୍କର ସମ୍ପର୍କରେ...

କରୋନା ଟିକା ନେଲେ ଜିଲାପାଳ, ଏସ୍‌ପି

କେନ୍ଦୁଝର,୬।୨(ସ୍ବ.ପ୍ର.): ବିଶ୍ୱ ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗ ଧାଡ଼ିିର କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଶନିବାର ଟିକାକରଣ ପ୍ରକ୍ରିୟା...

କେନ୍ଦୁଝର ଜିଲାର ୩ ହାଇସ୍କୁଲକୁ ଅପ୍‌ଗ୍ରେଡ୍‌

କେନ୍ଦୁଝର,୨୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩ଟି ହାଇସ୍କୁଲକୁ ଅପ୍‌ଗ୍ରେଡ୍‌ କରି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଳା)ରେ ପରିଣତ କରାଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ...

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

ଚମ୍ପୁଆ, ୪। ୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାତହଳିଆ ଗ୍ରାମରେ ପ୍ରାୟ ୨୦ ଦିନ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ...

ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨୨ା୩(ସ୍ବ.ପ୍ର.): ସ୍ଥାନୀୟ ଜିଲା ଦୌରାଜଜ୍‌ ଚିତ୍ତରଞ୍ଜନ ମହାପାତ୍ର ବୁଧବାର ଏକ ହତ୍ୟା ଘଟଣାର ଶୁଣାଣି କରି ଜଣେ ସ୍ତ୍ରୀ ହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

ଲାଞ୍ଚ ନେଇ ଧରାପଡ଼ିଲେ ପ୍ରାଣୀଧନ କିରାଣି

କେନ୍ଦୁଝର,୨୭ା୧(ସ୍ବ.ପ୍ର.): ଯୋଡ଼ା ପ୍ରାଣୀ ଚିକିତ୍ସକ ଡ. ଶୁଭାଶିଷ ମହାପାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କିରାଣି ମହେନ୍ଦ୍ର...

ଅଖାରେ ବାନ୍ଧି ନବଜାତ ଶିଶୁ କନ୍ୟାଙ୍କୁ ଫୋପାଡି ଦେଇଥିଲେ

ଯୋଡ଼ା,୫।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ପଶ୍ଚିମ ଯୋଡ଼ା ହୁଡ଼ି ସାହି ନିକଟ ଏକ ପରିତ୍ୟକ୍ତ ବୁଦାମୂଳରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।...

ପାଟଣା ରେଞ୍ଜରେ ୨୩ ବଣୁଆ ହାତୀ: ଉଜାଡିଲେ ଧାନ ଫସଲ, କ୍ଷତିପୂରଣ ଦାବି

ପାଟଣା,୧୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସାହାରପଡ଼ା ଓ ଗରାଣ୍ଡିଯୋଡି ସେକ୍ସନରେ ସୋମବାର ରାତିରେ ମୟୂରଭଞ୍ଜ ଜିଲା କରଞ୍ଜିଆ ରେଞ୍ଜରୁ ୨୩ଟି ଝାଡ଼ଖଣ୍ଡି ହାତୀ...

Advertisement
Archives

Model This Week