କେନ୍ଦୁ ଦେଉଛି ଜୀବିକା

କେନ୍ଦୁଝର, ୧୮।୪: କେନ୍ଦୁଝର ଜିଲାର ବନବାସୀଙ୍କୁ ପ୍ରକୃତି ଦେଇଛି ବଞ୍ଚିବାର ବହୁ ସାଧନ। ଜଙ୍ଗଲଜାତ ଦ୍ରବ୍ୟ ସାଙ୍ଗକୁ ଫଳମୂଳ ଆଦି ସଂଗ୍ରହ କରି ନିଜେ ଖାଇଥାନ୍ତି ଏବଂ ବଳକା ହାଟ ବଜାରରେ ବିକି ତେଲ ଲୁଣ କିଣି ପରିବାର ଗୁଜୁରାଣ ଚଳାଇଥାନ୍ତି ା ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଜଙ୍ଗଲରୁ ମିଳିଥାଏ। ଖରା ଦିନରେ କେନ୍ଦୁ ପାଚିଥାଏ ା
କେନ୍ଦୁର ସ୍ବାଦ ନିଆରା। ବିଶେଷ କରି ବାଡି ବଗିଚା ତଥା ବଣ ଜଙ୍ଗଲରେ କେନ୍ଦୁ ଗଛ ହୋଇଥାଏ ା ଏହାକୁ ପିଲା ଠାରୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି ା ବିନା ଖର୍ଚ୍ଚରେ ଏହା ମିଳିଥାଏ ା ଶହ ଶହ ବନବାସୀ ବଣ ଜଙ୍ଗଲ ବୁଲି ସଂଗ୍ରହ କରି ବିକି ଚଳିଥାନ୍ତି ା
କରି ଏହି ଋତୁରେ ସକାଳୁ ସକାଳୁ ପିଲା ଠାରୁ ବୃଦ୍ଧ/ବୃଦ୍ଧା ଦଳ ଦଳ ହୋଇ ଟୋକେଇ, ବ୍ୟାଗ ଆଦି ଧରି ବଣ ପାହାଡ଼କୁ ଯାଇଥାନ୍ତି ା ପ୍ରାକୃତିକ ପରିବେଶରେ ଏହି ଗଛ ଉଠିଥାଏ ଏବଂ ଫଳ ଫଳିଥାଏ ା ଏଣୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ା ଏହାର ଚାହିଦା କଟକ, ଭୁବନେଶ୍ୱର ତଥା ରା୍ଯଯ ବାହାରେ ଅଧିକ ରହିଛି ା ଏଣୁ ବ୍ୟବସାୟୀମାନେ ଝୁଡ଼ି ଦରରେ କେନ୍ଦୁ କିଣି ବାହାରକୁ ଚାଲାଣ କରି ବେଶ ଲାଭବାନ ହୋଇଥାନ୍ତି। କେନ୍ଦୁଝର ବଜାର ରେ ଏହାର ଭାଗ ୨୦ ଟଙ୍କା ରେ ବିକ୍ରି ହୋଇଥାଏ। ପ୍ରାୟ ପ୍ରତ୍ୟେକ ପରିବାରରେ ଏହି ସମୟରେ କେନ୍ଦୁ ଖାଇବାକୁ ଭଲ ପାଇଥାଆନ୍ତି। ତେବେ ଏହାକୁ ସାଇତି ରଖିବା ପାଇଁ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବନବାସୀ ମାନେ ବଜାରକୁ ଆଣୁଥିବା କେନ୍ଦୁ ବିକି ନ ପାରି ଛାଡିଦେଇଯାଇଥାନ୍ତି ା ସେହିପରି ବହୁ କେନ୍ଦୁ ନଷ୍ଟ ହୋଇଥାଏ ା ବିଶେଷ କରି ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ସଦର, ଯୋଡ଼ା ଆଦି ବ୍ଲକ ଅଞ୍ଚଳ ବଣପାହାଡ଼ରେ କେନ୍ଦୁ ଗଛ ଅଧିକ ରହିଛି। ବ୍ୟାପକ ଜଙ୍ଗଲ କ୍ଷୟ ଓ ଜଳବାୟୁରେ ପରିବର୍ତ୍ତନ ଯୋଗୁ କେନ୍ଦୁ ଗଛ ନଷ୍ଟ ହେଉଥିବା ବେଳେ ଏହାର ସୁରକ୍ଷା ପାଇଁ ଦାବି ହେଉଛି ା
କେନ୍ଦୁ ଗଛ ପତ୍ରରୁ ବିଡି ପ୍ରସ୍ତୁତ ହୋଇଥାଏ। ହଜାର ହଜାର ଲୋକ କେନ୍ଦୁପତ୍ର ତୋଳି ସରକାରଙ୍କୁ ବିକି ଦୁଇ ପଇସା ରୋଜଗାର କରିଥାନ୍ତି। ବିନା ବ୍ୟୟରେ ସରକାର ବହୁ ରାଜସ୍ବ ପାଇଥାନ୍ତି। ଭାଲୁ, ବାରହା ଆଦି ବନ୍ୟଜନ୍ତୁଙ୍କ ପ୍ରିୟ ଖାଦ୍ୟ କେନ୍ଦୁ ା ଏଣୁ କେନ୍ଦୁ ଖାଇବା ପାଇଁ ଆସିବା ସମୟରେ ଅନେକ ସମୟରେ କେନ୍ଦୁ ତୋଳାଳୀଙ୍କ ସହିତ ମୁହଁାମୁହିଁ ହୋଇଥାନ୍ତି। ଫଳରେ ବହୁ ଲୋକ ସେମାନଙ୍କ ଆକ୍ରମଣର ଶିକାର ହୋଇ କ୍ଷତବିକ୍ଷତ ହୋଇଥାନ୍ତି ା ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗ ଅନେକ ସମୟରେ ଲୋକଙ୍କୁ ସଚେତନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri