କେନ୍ଦୁ ଦେଉଛି ଜୀବିକା

କେନ୍ଦୁଝର, ୧୮।୪: କେନ୍ଦୁଝର ଜିଲାର ବନବାସୀଙ୍କୁ ପ୍ରକୃତି ଦେଇଛି ବଞ୍ଚିବାର ବହୁ ସାଧନ। ଜଙ୍ଗଲଜାତ ଦ୍ରବ୍ୟ ସାଙ୍ଗକୁ ଫଳମୂଳ ଆଦି ସଂଗ୍ରହ କରି ନିଜେ ଖାଇଥାନ୍ତି ଏବଂ ବଳକା ହାଟ ବଜାରରେ ବିକି ତେଲ ଲୁଣ କିଣି ପରିବାର ଗୁଜୁରାଣ ଚଳାଇଥାନ୍ତି ା ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଜଙ୍ଗଲରୁ ମିଳିଥାଏ। ଖରା ଦିନରେ କେନ୍ଦୁ ପାଚିଥାଏ ା
କେନ୍ଦୁର ସ୍ବାଦ ନିଆରା। ବିଶେଷ କରି ବାଡି ବଗିଚା ତଥା ବଣ ଜଙ୍ଗଲରେ କେନ୍ଦୁ ଗଛ ହୋଇଥାଏ ା ଏହାକୁ ପିଲା ଠାରୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି ା ବିନା ଖର୍ଚ୍ଚରେ ଏହା ମିଳିଥାଏ ା ଶହ ଶହ ବନବାସୀ ବଣ ଜଙ୍ଗଲ ବୁଲି ସଂଗ୍ରହ କରି ବିକି ଚଳିଥାନ୍ତି ା
କରି ଏହି ଋତୁରେ ସକାଳୁ ସକାଳୁ ପିଲା ଠାରୁ ବୃଦ୍ଧ/ବୃଦ୍ଧା ଦଳ ଦଳ ହୋଇ ଟୋକେଇ, ବ୍ୟାଗ ଆଦି ଧରି ବଣ ପାହାଡ଼କୁ ଯାଇଥାନ୍ତି ା ପ୍ରାକୃତିକ ପରିବେଶରେ ଏହି ଗଛ ଉଠିଥାଏ ଏବଂ ଫଳ ଫଳିଥାଏ ା ଏଣୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର ା ଏହାର ଚାହିଦା କଟକ, ଭୁବନେଶ୍ୱର ତଥା ରା୍ଯଯ ବାହାରେ ଅଧିକ ରହିଛି ା ଏଣୁ ବ୍ୟବସାୟୀମାନେ ଝୁଡ଼ି ଦରରେ କେନ୍ଦୁ କିଣି ବାହାରକୁ ଚାଲାଣ କରି ବେଶ ଲାଭବାନ ହୋଇଥାନ୍ତି। କେନ୍ଦୁଝର ବଜାର ରେ ଏହାର ଭାଗ ୨୦ ଟଙ୍କା ରେ ବିକ୍ରି ହୋଇଥାଏ। ପ୍ରାୟ ପ୍ରତ୍ୟେକ ପରିବାରରେ ଏହି ସମୟରେ କେନ୍ଦୁ ଖାଇବାକୁ ଭଲ ପାଇଥାଆନ୍ତି। ତେବେ ଏହାକୁ ସାଇତି ରଖିବା ପାଇଁ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବନବାସୀ ମାନେ ବଜାରକୁ ଆଣୁଥିବା କେନ୍ଦୁ ବିକି ନ ପାରି ଛାଡିଦେଇଯାଇଥାନ୍ତି ା ସେହିପରି ବହୁ କେନ୍ଦୁ ନଷ୍ଟ ହୋଇଥାଏ ା ବିଶେଷ କରି ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ସଦର, ଯୋଡ଼ା ଆଦି ବ୍ଲକ ଅଞ୍ଚଳ ବଣପାହାଡ଼ରେ କେନ୍ଦୁ ଗଛ ଅଧିକ ରହିଛି। ବ୍ୟାପକ ଜଙ୍ଗଲ କ୍ଷୟ ଓ ଜଳବାୟୁରେ ପରିବର୍ତ୍ତନ ଯୋଗୁ କେନ୍ଦୁ ଗଛ ନଷ୍ଟ ହେଉଥିବା ବେଳେ ଏହାର ସୁରକ୍ଷା ପାଇଁ ଦାବି ହେଉଛି ା
କେନ୍ଦୁ ଗଛ ପତ୍ରରୁ ବିଡି ପ୍ରସ୍ତୁତ ହୋଇଥାଏ। ହଜାର ହଜାର ଲୋକ କେନ୍ଦୁପତ୍ର ତୋଳି ସରକାରଙ୍କୁ ବିକି ଦୁଇ ପଇସା ରୋଜଗାର କରିଥାନ୍ତି। ବିନା ବ୍ୟୟରେ ସରକାର ବହୁ ରାଜସ୍ବ ପାଇଥାନ୍ତି। ଭାଲୁ, ବାରହା ଆଦି ବନ୍ୟଜନ୍ତୁଙ୍କ ପ୍ରିୟ ଖାଦ୍ୟ କେନ୍ଦୁ ା ଏଣୁ କେନ୍ଦୁ ଖାଇବା ପାଇଁ ଆସିବା ସମୟରେ ଅନେକ ସମୟରେ କେନ୍ଦୁ ତୋଳାଳୀଙ୍କ ସହିତ ମୁହଁାମୁହିଁ ହୋଇଥାନ୍ତି। ଫଳରେ ବହୁ ଲୋକ ସେମାନଙ୍କ ଆକ୍ରମଣର ଶିକାର ହୋଇ କ୍ଷତବିକ୍ଷତ ହୋଇଥାନ୍ତି ା ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗ ଅନେକ ସମୟରେ ଲୋକଙ୍କୁ ସଚେତନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀ

ତେଲକୋଇ,୭।୧: କେନ୍ଦୁଝର ଜିଲା ହାଲପୋଡି ଗ୍ରାମରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଫସଲ ନଷ୍ଟ କରିଛି। ଦନ୍ତାଟି ବୁଧବାର ରାତିରେ ହାଲପୋଡି ଗ୍ରାମରେ ପଶି...

ରେଳ ବିଭାଗ ଅଧୀନ ରାସ୍ତାର ଦୁରବସ୍ଥା

କେନ୍ଦୁଝର,୨୪।୮ (ସ୍ବ.ପ୍ର.)- ରେଳପଥ ବିକାଶରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ରେଳ ବିଭାଗ ଅଧୀନରେ ଥିବା ରାସ୍ତାର ଦୁରବସ୍ଥା ଏକ ଭିନ୍ନ ଚିତ୍ର ବୟାନ କରୁଛି।...

‘୨୦୨୩ ଡିସେମ୍ବରରେ ସରିବ କାନପୁର ଡ୍ୟାମ୍‌ କାମ’

ଯୋଡ଼ା/କେନ୍ଦୁଝର,୨୩।୪ (ଡି.ଏନ.ଏ./ସ୍ବ.ପ୍ର.) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲାର କାନ୍‌ପୁର ଜଳସେଚନ ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ...

ଜଳ ବିଭାଜିକା ଯୋଜନାରେ ପିଏସ୍‌ଏମ୍‌ଇ ଅନୁଦାନ ହେରଫେର ଅଭିଯୋଗ, ତାତିଲେ ଚାଷୀ

କେନ୍ଦୁଝର, ୨୭ା୨ (ସ୍ବ.ପ୍ର.) : ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାରିଆ ଅଞ୍ଚଳରେ ପିଏସ୍‌ଏମ୍‌ଇ ଅନୁଦାନ ଅର୍ଥ ଚଞ୍ଚକତା କରି...

ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର...

ଜୀବନ, ଜୀବିକାର ସୁରକ୍ଷା ଉପରେ ଗୁରୁତ୍ୱାରୋପ -ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର./ଡି.ଏନ୍‌.ଏ.)- ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି କୋଭିଡ୍‌-୧୯ ପରିଚାଳନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମର...

ସାନିଟାଇଜ ହେଲା କେନ୍ଦୁଝର ମୁଖ୍ୟ ଡାକଘର

କେନ୍ଦୁଝର,୭ା୪(ଡିଏନ୍‌ଏ): କେନ୍ଦୁଝର ମୁଖ୍ୟ ଡାକଘର ପରିସରକୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ୍‌ କରାଯାଇଛି। ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ମୁଖ୍ୟ ଡାକଘର ସମେତ...

ଜଳକ୍ଳିଷ୍ଟ ଅଞ୍ଚଳରେ ଜଳ ଯୋଗାଣ ନିର୍ଦ୍ଦେଶ

କେନ୍ଦୁଝର,୧୧ା୩(ଡି.ଏନ୍‌.ଏ): ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍‌ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଶିଷ ଠାକ୍‌ରେ ଗ୍ରୀଷ୍ମ...

Advertisement
Archives

Model This Week