ଓଏସ୍‌ଏପି ବାଟାଲିୟନ ଅଫିସ ଏବେ ଭୂତକୋଠି

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହରରେ ଥିବା ପୋଲିସ ବିଭାଗର ଓଏସ୍‌ଏପି ୨ୟ ବାଟାଲିୟନ ଅଫିସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଜିଲାର ସୁରକ୍ଷା ପାଇଁ ଏଠାରେ ବହୁ ସଂଖ୍ୟାରେ ସୁରକ୍ଷାବଳ ରହୁଥିଲେ। ଦୀର୍ଘ ବହୁ ବର୍ଷ ହେଲା ଏହା ଅବ୍ୟବହୃତ ହୋଇ ପଡିଥିବାରୁ ଏହାର ପରିସର ଅପନ୍ତରା ହୋଇ ପଡିରହିଛି ା
ଏନେଇ ସ୍ଥାନୀୟ ଅଧିବାସୀ ମାନେ ଜିଲା ପୋଲିସ ମୁଖ୍ୟଙ୍କୁ ଜଣାଇଥିଲେ ହେଁ ବ୍ୟବହାର କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ କୋଟି କୋଟି ଟଙ୍କା ମୂଲ୍ୟର କୋଠାବାଡ଼ି ଦୀର୍ଘ ବର୍ଷ ହେଲା ବ୍ୟବହାର ହେଉ ନ ଥିବାରୁ ଭୂତକୋଠିରେ ପରିଣତ ହେବାକୁ ବସିଛି ା
ବର୍ଷ ପୂର୍ବେ ଏଠାରେ ବାଟାଲିଅନ ପୋଲିସ ରହୁଥିବାରୁ ଚଳଚଞ୍ଚଳ ରହୁଥିଲା। ବାଟାଲିୟନ ଅନ୍ୟ ଜିଲାକୁ ଉଠିଯିବା ପରେ ଏହି ଅଞ୍ଚଳ ଖାଲି ପଡିଥିଲା। ପରବର୍ତ୍ତୀ ସମୟରେ ଏହାକୁ ଜନକଲ୍ୟାଣ କାର୍ଯ୍ୟରେ ଉପଯୋଗ କରି କଲ୍ୟାଣ ମଣ୍ଡପ ଖୋଲାଯାଇଥିଲା। ବିବାହ, ବ୍ରତ, ଜନ୍ମଦିନ ଆଦି ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା। କିନ୍ତୁ ପରେ ଏହି କାର୍ଯ୍ୟକୁ ବନ୍ଦ କରିଦେବା ଫଳରେ ଏହା ବନ୍ଦ ରହିଛି ା ଦୀର୍ଘ ବର୍ଷ ଧରି ବନ୍ଦ ରହିବା ଫଳରେ ଏହାର ପରିସର ଜଙ୍ଗଲ ହୋଇ ସାପ, ପୋକଜୋକ ଆଦିଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏହାକୁ ବ୍ୟବହାର କରା ନ ଗଲେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ମତ ପ୍ରକାଶ ପାଉଛି। ଏଣୁ ଏହାକୁ ପୁଣିଥରେ ଲୋକଙ୍କ ବୃହତ୍ତ ସ୍ବାର୍ଥ ପାଇଁ ସାଇବର ଥାନା ବା ଏନ୍‌ସିସି ଅଫିସ କିମ୍ବା ପୂର୍ବପରି କଲ୍ୟାଣମଣ୍ଡପ କାମରେ ବ୍ୟବହାର କରିବାକୁ ସ୍ଥାନୀୟ ସରୋଜ କୁମାର ରଣା କହିଛନ୍ତି ା ଯୋଗେଶ୍ୱର ଧୀର, କୈଳାସ ଚନ୍ଦ୍ର ସ୍ବାଇଁ, ବ୍ରହ୍ମାନନ୍ଦ ପଟ୍ଟନାୟକ, ଚନ୍ଦ୍ର ଶେଖର ବ୍ରହ୍ମ, ଜୟନ୍ତ କୁମାର ମହାନ୍ତି, ନବ କିଶୋର ସାହୁ ସମେତ ବହୁ ଦସ୍ତଖତ କରି ଜିଲା ପୋଲିସ ମୁଖ୍ୟଙ୍କୁ ଏହାର ସୁରକ୍ଷା ଏବଂ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ରୂପାନ୍ତରିତ ସ୍କୁଲ୍‌ ଛାତରୁ ଖସିଲା ପ୍ଲାଷ୍ଟର

କେନ୍ଦୁଝର/ଢେଙ୍କିକୋଟ, ୨୯ା୧୦(ସ୍ବ.ପ୍ର./ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ସତ୍ୟ ନାରାୟଣ(ଏସ୍‌ଏନ୍‌) ବିଦ୍ୟାପୀଠ ହାଇସ୍କୁଲର ଷ୍ଟାଫ୍‌ କମନରୁମ୍‌ (କର୍ମଚାରୀ ସାଧାରଣ ପ୍ରକୋଷ୍ଠ)ର ସିଲିଂ ପ୍ଲାଷ୍ଟର...

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ଏତଲା

ହାଟଡ଼ିହୀ,୧୮l୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଶାଳନିଆ ପଞ୍ଚାୟତର ହରିଜନ ମହିଳା ସରପଞ୍ଚ ସୁମିତ୍ରା ଯେନାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ...

ଜିଲାପାଳଙ୍କୁ ଗୁହାରି: ଅନୁକମ୍ପା ଭିତ୍ତିରେ ନିଯୁକ୍ତି ଦିଅ

ଯୋଡ଼ା, ୨୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବଡବିଲ ପୌରପାଳିକାର ୨ନଂ ଓ୍ବାର୍ଡ ବେଲକୁଣ୍ଡି ଠାରେ ଥିବା ଅଙ୍ଗନଓାଡି କର୍ମୀ ପଦବୀରେ ସ୍ଥାନୀୟ ମହିଳାଙ୍କୁ ଆଗ୍ରାଧିକାର...

ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ

କେନ୍ଦୁଝର, ୧୩।୩(ଡିଏନ୍‌ଏ): ରାଜ୍ୟର ବିଭିନ୍ନ ପୌରପାଳିକା ଓ ଅଧିସ୍ବୀକୃତି କ୍ଷେତ୍ର ବା ଏନ୍‌ଏସିରେ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାବେଳେ ରାଜ୍ୟର ଅନ୍ୟତମ ପୁରାତନ ତଥା...

୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲ୍‌

କେନ୍ଦୁଝର,୨୮ା୧(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଦୌରାଜଜ ବେଣୁଧର ପାତ୍ର ଏକ ଗଣବଳାତ୍କାର ମାମଲାର ଶୁଣାଣି କରି ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡାଦେଶ କରିବା ସହ ୫ହଜାର...

ମରୁଡ଼ି ଅଞ୍ଚଳ ପରିଦର୍ଶନ କଲେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଟିମ୍‌

ପାଟଣା,୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ନିଅଣ୍ଟିଆ ବର୍ଷା ନେଇ ଶନିବାର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ଟିମ୍‌ ମରୁଡ଼ି ଅଞ୍ଚଳ...

କେନ୍ଦୁଝରରେ ଅଖିମୁଠି ଅନୁକୂଳ କଲେ ବିଧାୟକ ମୋହନ ମାଝି

ପାଟଣା,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମଲ୍ଲୀପଶି ପଞ୍ଚାୟତ ମୂଷାଖରୀ ଆମ୍ବତୋଟା ନିକଟ ଜମିରେ ରବିବାର ପାଳିତ ହୋଇଛି।...

ଲାଞ୍ଚ ନେଇ ମଦ ଫେରାଇ ଦେଇଥିଲେ କନଷ୍ଟେବଳ

ପାଟଣା,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଜବତ ମଦ ଫେରାଇ ପ୍ରତିବଦଳରେ ଲାଞ୍ଚ ନେଉଥିବାର ସ୍ବୀକାରୋକ୍ତି ଅଡିଓ ଭାଇରାଲ ହୋଇଛି। କନେଷ୍ଟବଳ...

Advertisement
Archives

Model This Week