ଓଏସ୍‌ଏପି ବାଟାଲିୟନ ଅଫିସ ଏବେ ଭୂତକୋଠି

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହରରେ ଥିବା ପୋଲିସ ବିଭାଗର ଓଏସ୍‌ଏପି ୨ୟ ବାଟାଲିୟନ ଅଫିସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଜିଲାର ସୁରକ୍ଷା ପାଇଁ ଏଠାରେ ବହୁ ସଂଖ୍ୟାରେ ସୁରକ୍ଷାବଳ ରହୁଥିଲେ। ଦୀର୍ଘ ବହୁ ବର୍ଷ ହେଲା ଏହା ଅବ୍ୟବହୃତ ହୋଇ ପଡିଥିବାରୁ ଏହାର ପରିସର ଅପନ୍ତରା ହୋଇ ପଡିରହିଛି ା
ଏନେଇ ସ୍ଥାନୀୟ ଅଧିବାସୀ ମାନେ ଜିଲା ପୋଲିସ ମୁଖ୍ୟଙ୍କୁ ଜଣାଇଥିଲେ ହେଁ ବ୍ୟବହାର କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ କୋଟି କୋଟି ଟଙ୍କା ମୂଲ୍ୟର କୋଠାବାଡ଼ି ଦୀର୍ଘ ବର୍ଷ ହେଲା ବ୍ୟବହାର ହେଉ ନ ଥିବାରୁ ଭୂତକୋଠିରେ ପରିଣତ ହେବାକୁ ବସିଛି ା
ବର୍ଷ ପୂର୍ବେ ଏଠାରେ ବାଟାଲିଅନ ପୋଲିସ ରହୁଥିବାରୁ ଚଳଚଞ୍ଚଳ ରହୁଥିଲା। ବାଟାଲିୟନ ଅନ୍ୟ ଜିଲାକୁ ଉଠିଯିବା ପରେ ଏହି ଅଞ୍ଚଳ ଖାଲି ପଡିଥିଲା। ପରବର୍ତ୍ତୀ ସମୟରେ ଏହାକୁ ଜନକଲ୍ୟାଣ କାର୍ଯ୍ୟରେ ଉପଯୋଗ କରି କଲ୍ୟାଣ ମଣ୍ଡପ ଖୋଲାଯାଇଥିଲା। ବିବାହ, ବ୍ରତ, ଜନ୍ମଦିନ ଆଦି ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହେଉଥିଲା। କିନ୍ତୁ ପରେ ଏହି କାର୍ଯ୍ୟକୁ ବନ୍ଦ କରିଦେବା ଫଳରେ ଏହା ବନ୍ଦ ରହିଛି ା ଦୀର୍ଘ ବର୍ଷ ଧରି ବନ୍ଦ ରହିବା ଫଳରେ ଏହାର ପରିସର ଜଙ୍ଗଲ ହୋଇ ସାପ, ପୋକଜୋକ ଆଦିଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏହାକୁ ବ୍ୟବହାର କରା ନ ଗଲେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ମତ ପ୍ରକାଶ ପାଉଛି। ଏଣୁ ଏହାକୁ ପୁଣିଥରେ ଲୋକଙ୍କ ବୃହତ୍ତ ସ୍ବାର୍ଥ ପାଇଁ ସାଇବର ଥାନା ବା ଏନ୍‌ସିସି ଅଫିସ କିମ୍ବା ପୂର୍ବପରି କଲ୍ୟାଣମଣ୍ଡପ କାମରେ ବ୍ୟବହାର କରିବାକୁ ସ୍ଥାନୀୟ ସରୋଜ କୁମାର ରଣା କହିଛନ୍ତି ା ଯୋଗେଶ୍ୱର ଧୀର, କୈଳାସ ଚନ୍ଦ୍ର ସ୍ବାଇଁ, ବ୍ରହ୍ମାନନ୍ଦ ପଟ୍ଟନାୟକ, ଚନ୍ଦ୍ର ଶେଖର ବ୍ରହ୍ମ, ଜୟନ୍ତ କୁମାର ମହାନ୍ତି, ନବ କିଶୋର ସାହୁ ସମେତ ବହୁ ଦସ୍ତଖତ କରି ଜିଲା ପୋଲିସ ମୁଖ୍ୟଙ୍କୁ ଏହାର ସୁରକ୍ଷା ଏବଂ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?