ପ୍ରଚାରରେ କମ୍ପୁଛି ପୌରାଞ୍ଚଳ
ଢେଙ୍କାନାଳ ଅଫିସ, ୨୧।୩: ଢେଙ୍କାନାଳ ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାରରେ କମ୍ପୁଛି ମଇଦାନ। ବିଜେଡି ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ସୁଧୀର କୁମାର ସାମଲ। ରବିବାର ସକାଳେ ପର୍ଯ୍ୟାୟକ୍ରମେ ୮ନଂ., ୧୩ନଂ., ୧୪ନଂ. ଏବଂ ଅପରାହ୍ନରେ ୧୧ନଂ.,…
ପାରଳାଖେମୁଣ୍ଡିରେ ଇ-ଫାଇଲିଂ ଷ୍ଟେଶନ
ପାରଳାଖେମୁଣ୍ଡି,୨୧।୩(ଡି.ଏନ.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲା କୋର୍ଟ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେଶନ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବିଚାରପତି ବି.ଆର୍. ଷଢଙ୍ଗୀ ଯୋଗ ଦେଇଥିବା…
ସ୍କୁଟି ଡିକିରୁ ୧୫ ଲକ୍ଷ ଜବତ
ବ୍ରହ୍ମପୁର ଅଫିସ,୨୧।୩: ବ୍ରହ୍ମପୁର ବଡବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସିନ୍ଦୁରଡ଼ାଙ୍ଗ ଗ୍ରାମର ସୁଦୀପ ପାଇକ ଓ ମୋହନା ଥାନା ଅନ୍ତର୍ଗତ କେସରିଆଗୁଡାର କୈଳାସ…
ଜିଲା ପ୍ରଶାସନର ଭୋଟରଙ୍କ ନିମନ୍ତେ ସାଫା ଆପ
ବ୍ରହ୍ମପୁର ଅଫିସ,୨୧।୩: ଆସନ୍ତା ୨୪ରେ ପୌର ନିର୍ବାଚନ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଚୁଡାନ୍ତ ବୁଥ ତାଲିକା ଓ ପିଙ୍କ ବୁଥ ତାଲିକା ପ୍ରକାଶ ପାଇଛି। ବ୍ରହ୍ମପୁରରେ ସହରରେ ୨୫୦ବୁଥ ହୋଇଥିବା ବେଳେ ୯୬ ବୁଥ ସମ୍ବେଦନଶୀଳ ଓ ୫୯ଟି…
ଅନିଶ୍ଚିତତାରେ ଚନ୍ଦନେଶ୍ୱର ଜୀଉଙ୍କ ଚଡ଼କମେଳା
ଭୋଗରାଇ,୨୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଚଳିତବର୍ଷ ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କୋଭିଡ୍ କଟକଣା କୋହଳ ହେବା ପରଠୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ପର୍ଯ୍ୟଟନସ୍ଥଳୀ…
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ
ଛତ୍ରପୁର,୨୧ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ବିଜେଡି ପକ୍ଷରୁ ଭିନ୍ନ ଢଙ୍ଗରେ ନିର୍ବାଚନୀ ପ୍ରଚାର କରାଯାଇଛି। ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ, କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ.ଗୋପବନ୍ଧୁ ଦାସ ଓ ସ୍ଥାନୀୟ ବିଧାୟକ ସୁବାସ…
ପରାଜୟ ପରେ ଏଭଳି କାଣ୍ଡ କଲେ ବିଜେଡି ନେତା
କଣ୍ଟାମାଳ/ବାଉଁଶୁଣୀ,୨୧ା୩(ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶଗଡା ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ସମର୍ଥକଙ୍କ ସହ ଜଣେ ବିଜେଡି ନେତା ୨ ଜଣଙ୍କୁ ଅପହରଣ ପରେ ମାଡ଼ ମାରିଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶଗଡା…
ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ୱାର୍ଡବାସୀ
ବାଲେଶ୍ୱର ଅଫିସ,୨୧।୩: ବାଲେଶ୍ୱର ପୌରାଞ୍ଚଳ ଅଫିସ୍ରୁ ମାତ୍ର ୨ଶହ ମିଟର ଦୂରରେ ଅବସ୍ଥିତ ୧୨ନଂ.ୱାଡର୍ର୍। ଏଠାରେ ମୁଖ୍ୟ ସମସ୍ୟା ପାଲଟିଛି ପାନୀୟ ଜଳ। ୧୯୫୬ରୁ ସ୍ଥାପିତ ବୈଦ୍ୟନାଥ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ଆଜି ପର୍ଯ୍ୟନ୍ତ ନାହଁି। ଏହିସବୁ ମୌଳିକ ସମସ୍ୟାକୁ ଭୁଲି…
ଜିଲାପାଳ, ତହସିଲଦାରଙ୍କୁ ଏନ୍ଜିଟି ନୋଟିସ୍
କେନ୍ଦୁଝର,୨୧।୩(ସ୍ବ.ପ୍ର.): ଘଷିପୁରା ତହସିଲ ଅଧୀନ ମଦନପୁର ମାଙ୍କଡ଼ାପଥର ଖଣିରୁ ବେଆଇନ ଖନନ ଓ ଚୋରା ଚାଲାଣ ମାମଲାର ବିଚାର କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି) କେନ୍ଦୁଝର ଜିଲାପାଳ ଓ ଘଷିପୁରା ତହସିଲଦାରଙ୍କୁ ଏପ୍ରିଲ ୨୯ରେ ବ୍ୟକ୍ତିଗତ ହାଜର ପାଇଁ ଆଦେଶ ଦେଇଛନ୍ତି।…
ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାରରେ ବୁଲୁଛନ୍ତି ଭାଜପା ନେତା
ଗଞ୍ଜାମ,୨୧ା୩(ଡି.ଏନ୍.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗଞ୍ଜାମ ସହର। ନିଜ ଦଳୀୟ ପାର୍ଥୀଙ୍କୁ ଜିତାଇବାକୁ ଲାଗିପଡ଼ିଛନ୍ତି ଆଗଧାଡ଼ିର ନେତା। ଏହି ଏନ୍ଏସିରେ ଅଧ୍ୟକ୍ଷା ପାଇଁ ବିଜେଡି, ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ…
ଗୁପଚୁପ୍ ବିକାଳିଙ୍କ ସ୍ତ୍ରୀ କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥୀ
ନୂଆପଡ଼ା ଅଫିସ,୨୧।୩: ନୂଆପଡ଼ା ଜିଲା ଖରିଆର ରୋଡ ଏନ୍ଏସିରେ ୩ ଜଣ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ସୁନିତା ଶେଖର ଜୈନ, ଭାଜପାରୁ ସୋନିଆ ଗୋଲଡି ଅଗ୍ରୱାଲ ଓ କଂଗ୍ରେସରୁ ପୂର୍ଣ୍ଣମାସୀ କଠାର ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ…
ବାଘ ଶାବକର ମୃତ୍ୟୁ
ବାରଙ୍ଗ,୨୧ା୩(ଡି.ଏନ୍.ଏ.): ନନ୍ଦନକାନନରେ ବାଘୁଣୀ ରୁପା ଜନ୍ମ ଦେଇଥିବା ୩ଟି ଶାବକ ମଧ୍ୟରୁ ଗୋଟିଏ ଧଳା ଶାବକର ମୃତ୍ୟୁ ହୋଇଛି। ଶାବକଟି ୧୦ ଦିନର ହୋଇଥିଲା। ରବିବାର ହଠାତ୍ ଶାବକଟି ଅସୁସ୍ଥ ହୋଇପଡ଼ିଥିଲା। ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର…

