ଖଣିଜ ସମ୍ପଦ ଲୁଟୁଛନ୍ତି ମାଫିଆ

ଟିକିରି,୫।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ମାଳି ପର୍ବତ ଖଣିଜ ସମ୍ପଦରେ ଭରପୂର। ଏଠାରେ ବକ୍ସାଇଟ, ମାଙ୍ଗାନିଜ, ଗ୍ରାଫାଇଟ ଆଦି ଖଣିଜ ସମ୍ପଦ ରହିଛି। କୋଡ଼ିଙ୍ଗାମାଳି, ଶାଶୁବୋହୂମାଳିରେ ବକ୍ସାଇଟ ରହିଥିବା ବେଳେ ଅନ୍ୟ ପାହାଡ଼ରେ ମାଙ୍ଗାନିଜ, ଗ୍ରାଫାଇଟ ଏବଂ ଅନ୍ୟ ଖଣିଜ ପଥର ରହିଛି। ସୁରକ୍ଷା ଅଭାବ ଏବଂ ସରକାରଙ୍କ ଖାମଖିଆଲ ନୀତି ଯୋଗୁ ମୂଲ୍ୟବାନ୍‌ ଖଣିଜ ସମ୍ପଦ ଅବାଧରେ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି। ସୋମବାର ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଧୀନ ନିଶିଖାଲରୁ ହାଇଓ୍ବାରେ ମାଙ୍ଗାନିଜ ଚାଲାଣବେଳେ ଟିକିରି ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ତେବେ ଚାଳକ ଫେରାର ହେବାରେ ସଫଳ ହୋଇଛନ୍ତି। ମାଙ୍ଗାନିଜ ଚାଲାଣ ହେଉଥିବା ସୂଚନା ପାଇ ବନାଞ୍ଚଳ ଅଧିକାରୀ ଦିବ୍ୟାମାଧୁରୀ ସେଠୀଙ୍କ ନିର୍ଦ୍ଦେଶରେ ଲେଲିଗୁମା ବନପାଳ ୟେରେକେନା ଶବରଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍‌ ଏବଂ ଆଣ୍ଟି ସ୍ମଗ୍ଲିଂ ସ୍କ୍ବାଡ୍‌ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଟିମ୍‌ ମାଙ୍ଗାନିଜ ବୋଝେଇ ଏକ ହାଇଓ୍ବା(ଓଡି ୧୮ ଏ ୭୧୪୯)କୁ ଜବତ କରାଯାଇଛି। ତେବେ ୨ ଦିନ ହେଲା ଗାଡ଼ି ଜବତ କରାଯାଇଥିଲେ ମଧ୍ୟ ମାଙ୍ଗାନିଜ କେଉଁଠିକୁ ଚାଲାଣ ହେଉଥିଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ଘଟଣାର ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନିଶିଖାଲ ଅଞ୍ଚଳରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଖଣି ଉତ୍ତୋଳନ କରୁଥିଲା। ଅଞ୍ଚଳରେ ଓଏମ୍‌ସିର ଅଫିସ ମଧ୍ୟ ରହିଛି। ହେଲେ କିଛି ବର୍ଷ ହେଲା ଖଣି ଖନନ ବନ୍ଦ ରହିଛି। ଖଣିଜ ପଥର ଏଣେତେଣେ ପଡ଼ିରହିଛି। ସୁରକ୍ଷା କର୍ମୀ ଓଏମ୍‌ସି ଅଫିସ ଜଗୁଥିବାବେଳେ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ମାଫିଆମାନେ ମୂଲ୍ୟବାନ୍‌ ଖଣିଜ ପଥର ଲୁଟି ନେବାରେ ସଫଳ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri