ଖଣିଜ ସମ୍ପଦ ଲୁଟୁଛନ୍ତି ମାଫିଆ

ଟିକିରି,୫।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ମାଳି ପର୍ବତ ଖଣିଜ ସମ୍ପଦରେ ଭରପୂର। ଏଠାରେ ବକ୍ସାଇଟ, ମାଙ୍ଗାନିଜ, ଗ୍ରାଫାଇଟ ଆଦି ଖଣିଜ ସମ୍ପଦ ରହିଛି। କୋଡ଼ିଙ୍ଗାମାଳି, ଶାଶୁବୋହୂମାଳିରେ ବକ୍ସାଇଟ ରହିଥିବା ବେଳେ ଅନ୍ୟ ପାହାଡ଼ରେ ମାଙ୍ଗାନିଜ, ଗ୍ରାଫାଇଟ ଏବଂ ଅନ୍ୟ ଖଣିଜ ପଥର ରହିଛି। ସୁରକ୍ଷା ଅଭାବ ଏବଂ ସରକାରଙ୍କ ଖାମଖିଆଲ ନୀତି ଯୋଗୁ ମୂଲ୍ୟବାନ୍‌ ଖଣିଜ ସମ୍ପଦ ଅବାଧରେ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି। ସୋମବାର ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଧୀନ ନିଶିଖାଲରୁ ହାଇଓ୍ବାରେ ମାଙ୍ଗାନିଜ ଚାଲାଣବେଳେ ଟିକିରି ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ତେବେ ଚାଳକ ଫେରାର ହେବାରେ ସଫଳ ହୋଇଛନ୍ତି। ମାଙ୍ଗାନିଜ ଚାଲାଣ ହେଉଥିବା ସୂଚନା ପାଇ ବନାଞ୍ଚଳ ଅଧିକାରୀ ଦିବ୍ୟାମାଧୁରୀ ସେଠୀଙ୍କ ନିର୍ଦ୍ଦେଶରେ ଲେଲିଗୁମା ବନପାଳ ୟେରେକେନା ଶବରଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍‌ ଏବଂ ଆଣ୍ଟି ସ୍ମଗ୍ଲିଂ ସ୍କ୍ବାଡ୍‌ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଟିମ୍‌ ମାଙ୍ଗାନିଜ ବୋଝେଇ ଏକ ହାଇଓ୍ବା(ଓଡି ୧୮ ଏ ୭୧୪୯)କୁ ଜବତ କରାଯାଇଛି। ତେବେ ୨ ଦିନ ହେଲା ଗାଡ଼ି ଜବତ କରାଯାଇଥିଲେ ମଧ୍ୟ ମାଙ୍ଗାନିଜ କେଉଁଠିକୁ ଚାଲାଣ ହେଉଥିଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ଘଟଣାର ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନିଶିଖାଲ ଅଞ୍ଚଳରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଖଣି ଉତ୍ତୋଳନ କରୁଥିଲା। ଅଞ୍ଚଳରେ ଓଏମ୍‌ସିର ଅଫିସ ମଧ୍ୟ ରହିଛି। ହେଲେ କିଛି ବର୍ଷ ହେଲା ଖଣି ଖନନ ବନ୍ଦ ରହିଛି। ଖଣିଜ ପଥର ଏଣେତେଣେ ପଡ଼ିରହିଛି। ସୁରକ୍ଷା କର୍ମୀ ଓଏମ୍‌ସି ଅଫିସ ଜଗୁଥିବାବେଳେ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ମାଫିଆମାନେ ମୂଲ୍ୟବାନ୍‌ ଖଣିଜ ପଥର ଲୁଟି ନେବାରେ ସଫଳ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri