ପ୍ରାକୃତିକ ବାଲିସ୍ତୂପ ଖୋଳି ବାଲି ନେଉଛନ୍ତି ମାଫିଆ

କୁଜଙ୍ଗ ୫ା୫ (ଡି.ଏନ.ଏ.): ଏରସମା ତହସିଲ ଅଭୟଚାନ୍ଦପୁର ମୌଜା ଅନ୍ତର୍ଗତ ବୋଷ୍କାଲିସ ପଏଣ୍ଟ ନିକଟରେ ଥିବା ପ୍ରାକୃତିକ ବାଲିସ୍ତୁପକୁ ଦିନ ଦ୍ୱିପ୍ରହରରେ ମାଫିଆମାନେ ଦୈନିକ ଶତାଧିକ ଟ୍ରିପ ବାଲି ମେଶିନ ସାହାଯ୍ୟରେ ଖୋଳି ନେଇ ଯାଉଛନ୍ତି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଚୌଧୁରୀଙ୍କୁ ପଚାରିବାରେ ଜଣଙ୍କର ବ୍ୟକ୍ତିଗତ ଜମିରୁ ବାଲି ଉଠାଣ ଚାଲିଛି। ରୟାଲିଟି କଟାଯାଇଛି। ମାତ୍ର କେତେ ପରିମାଣର ବାଲି ଉଠିବ ଏବଂ କେତେ ଟଙ୍କା ରୟାଲିଟି କଟା ହୋଇଛି ସେ କଥା ସ୍ପଷ୍ଟ କରି ନ ଥିଲେ। ଯଦି ସେ ସରକାରୀ ଜମିରୁ ଏବଂ ଆବଶ୍ୟକ ପରିମାଣଠାରୁ ଅଧିକା ବାଲି ଉଠୁଥାଏ ତେବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଆହୁରି ମଧ୍ୟ କହିଥିଲେ, ଏ ସମ୍ପର୍କରେ ସେ ପୂର୍ବରୁ ଗ୍ରାମବାସୀ ଓ ଅନ୍ୟମାନଙ୍କଠାରୁ ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନଜର ରଖିବା ପାଇଁ କୁହାଯାଇଛି। କେଉଁ ଅନାଦି କାଳରୁ ଏହି ପ୍ରାକୃତିକ ବାଲୁକା ପ୍ରାଚୀର ଢିଙ୍କିଆ, ତ୍ରିଲୋଚନପୁର, ମାହଳ, ପାଟଣା, ଗୋବିନ୍ଦପୁର ପ୍ରଭୃତି ଗ୍ରାମକୁ ସମୁଦ୍ର ଢେଉରୁ ସୁରକ୍ଷା ଦେଉଥିଲା। ମାତ୍ର ଆଜି ସେହି ବାଲୁକା ସ୍ତୁପ ଉପରେ ବାଲି ମାଫିଆମାନେ ନିଜର ମାଲିକାନା ଦର୍ଶାଇ କୋଟି କୋଟି ଟଙ୍କାରେ ଠିକାଦାରଙ୍କୁ ବିକୁଛନ୍ତି। ଏହା ଫଳରେ ତହସିଲର କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୁଧବାର ଜେସିବି ସାହାଯ୍ୟରେ ବାଲିସ୍ତୁପ ଖୋଳା ଯାଇ ଟ୍ରକରେ ଅନ୍ୟତ୍ର ଚାଲଣ ହେଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀରେ ଘର ଭାଙ୍ଗିଲା

ବଇଣ୍ଡା, ୫ା୪ (ଡି.ଏନ.ଏ.): କିଶୋରନଗର ବ୍ଲକ ବାମୁର, ଫାଶୀପାଳ, ହରିପୁର, କିଶୋରନଗର, ଜାମୁନାଳୀ, ସୁସବ ଆଦି ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ଯୋଗୁ କେତୋଟି ଘର କ୍ଷତିଗ୍ରସ୍ତ...

୧୪ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ୱର,୧।୧(ବ୍ୟୁରୋ): ଆଜି ହେଉଛି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ। କମିଶନରେଟ ପୋଲିସ ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି । ୨୦୦୮ ଜାନୁୟାରୀ ୧ରେ...

କେନ୍ଦୁଝର ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲା ଡିଏମ୍‌ଏଫ୍‌

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚିକିତ୍ସିତ ହେଉଥିବା ସମସ୍ତ ଯକ୍ଷ୍ମା (ଟିବି) ରୋଗୀଙ୍କୁ ଜିଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍‌.ଏଫ୍‌) ପୋଷ୍ୟ ଭାବେ ଗ୍ରହଣ କରିଛି। କାର୍ଯ୍ୟକ୍ରମର ଅଂଶସ୍ବରୂପ...

ପ୍ରତି ପଞ୍ଚାୟତରେ ସ୍ମାର୍ଟ ଅଙ୍ଗନଓ୍ବାଡି : ମନ୍ତ୍ରୀ

କାମାକ୍ଷାନଗର, ୧୭।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପଞ୍ଚାୟତ ସମିତିର ୭ମ ବୈଠକ ରବିବାର ଔଷଧୀୟ ଅରଣ୍ୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ସୁଫଳା ପଧାନଙ୍କ...

ଭାଙ୍ଗିଲା ଜୟଦେବ ଟାଓ୍ବାରର ବେଆଇନ ନିର୍ମାଣ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ବିଲ୍ଡିଂ ପ୍ଲାନ ନ ମାନିବାରୁ ଉଚ୍ଛେଦ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଦିଆଯାଇଥିବା ବିଲ୍ଡିଂ ପ୍ଲାନ ଅନୁସାରେ ଗୃହ ନ କରିବାରୁ...

ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ

ଗଜପତି,୪ା୧୦(ଡି.ଏନ୍‌.ଏ.): ଆଜି ଗଜପତି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଗଜପତିର ୧ ଲକ୍ଷ ୩୭...

ନାମାଙ୍କନ ପାଇଁ ପୁନଃ ବିଜ୍ଞପ୍ତି

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଯେଉଁ ନିର୍ବାଚନମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯାଇଛି।...

ଭାଉଜ ହତ୍ୟା ଅଭିଯୋଗରେ ଦିଅର ଗିରଫ

ବଡ଼ଗାଁ, ୧୨।୯(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଗରିଆମାଲ ଗାଁ ନିକଟ ଜଙ୍ଗଲରେ ପୋତା ଯାଇଥିବା ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ସୋମବାର ଜବତ...

Advertisement
Archives

Model This Week