ପୁଷ୍ଟିକର ଖାଦ୍ୟଯୋଗାଣ ବନ୍ଦ ହେବା ଆଶଙ୍କା

ବାରିପଦା ଅଫିସ, ୫।୫: ସମନ୍ବିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ପୁଷ୍ଟିକର ଖାଦ୍ୟର ଦରବୃଦ୍ଧି ପାଇଁ ପ୍ରସ୍ତୁତକାରୀ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ଏକ ନକଲ ଡିଏସ୍‌ଡବ୍ଳ୍ୟୁଓଙ୍କୁ ପ୍ରଦାନ କରାଯାଇଥିଲେ ହେଁ ଅଦ୍ୟାବଧି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଯୋଗାଣକାରୀ ସଂସ୍ଥାର ମହିଳାମାନେ କ୍ଷତି ସହୁଥିବାରୁ ଋଣ ବୋଝରୁ ମୁକ୍ତି ପାଇବା ପାଇଁ ଏଥିରୁ ମୁହଁ ଫେରାଇ ନେବାକୁ ବସିଛନ୍ତି। ମହଙ୍ଗା ମାଡ଼କୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଗାମୀ ଦିନରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପୁଷ୍ଟିକର ଖାଦ୍ୟ ଯୋଗାଣ ବନ୍ଦ ଆଶଙ୍କା ଉପୁଜିଛି।
ମୟୂରଭଞ୍ଜ ଜିଲାରେ ଥିବା ୫, ୧୫୩ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ, ପ୍ରସୂତି ଏବଂ ୬ମାସରୁ ୩ବର୍ଷର ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଇ ଦିଆଯାଉଛି। ଏଥିରେ ୧୮,୬୬୫ ଗର୍ଭବତୀ, ୨୦,୬୭୯ ପ୍ରସୂତି ଏବଂ ୧ଲକ୍ଷ ୧ହଜାର ୩୦୫ଜଣ ଶିଶୁଙ୍କୁ ମିଶାଇ ମୋଟ ୧ଲକ୍ଷ ୪୦ହଜାର ୬୪୯ଜଣ ଉପକୃତ ହେଉଛନ୍ତି। ୫୫ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଛତୁଆ, ଚିନି, ସୁଜି ବେସନ ହାଲୁଆ ଓ ଅଟା ବେସନ ଲଡୁ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଧାର୍ଯ୍ୟ ପରିମାଣ ଅନୁସାରେ ଯୋଗାଇ ଦେଉଛନ୍ତି। ତେବେ ୪ବର୍ଷର ପୂର୍ବଧାର୍ଯ୍ୟକୁ ନେଇ ସାମଗ୍ରୀଗୁଡିକ ଯୋଗାଣ କରାଯାଉଥିଲେ ହେଁ ବଜାର ଦରଦାମ୍‌ ବୃଦ୍ଧି ପାଇଁଁ ଅଦ୍ୟାବଧି ସମସ୍ତେ କ୍ଷତି ସହି ସାମଗ୍ରୀ ଯୋଗାଉଛନ୍ତି। ରନ୍ଧନ, ବିଦ୍ୟୁତ୍‌ ବିଲ୍‌, ଡିଜେଲ, ପେଟ୍ରୋଲ ଆଦିର ଦରଦାମ୍‌ ବୃଦ୍ଧି ହେବାରୁ ଆବଶ୍ୟକ କଞ୍ଚାମାଲ ଦର ଆକାଶଛୁଆଁ ହୋଇଯାଇଛି। ଏପରିସ୍ଥଳେ ବ୍ୟାଙ୍କ ଋଣ କିସ୍ତି ଠିକ୍‌ ସମୟରେ ଦେଇ ନ ପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସୁକାନ୍ତି ନାଏକ, ଗୁରୁବାରୀ ମହାନ୍ତ ଓ ଜ୍ୟୋତ୍ସ୍ନା ମହାନ୍ତ କହିଛନ୍ତି। ସେହିପରି ବର୍ଦ୍ଧିତ କଞ୍ଚାମାଲ କ୍ରୟଠାରୁ ଆରମ୍ଭ କରି ସାମଗ୍ରୀ ପ୍ରସ୍ତୁତ ପରେ ପ୍ୟାକେଟିଂ କରି ଅଙ୍ଗନଓ୍ବାଡି କେନ୍ଦ୍ରକୁ ବୁଲି ବୁଲି ଯୋଗାଣ କରିବା ପରେ ଏସ୍‌ଏଚ୍‌ଜି ଅନେକ କ୍ଷତି ସହୁଛନ୍ତି। ଏପରିକି ମାସକୁ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ୬୦ରୁ ୮୦ହଜାର ଟଙ୍କା କ୍ଷତି ହେଉଛି ବୋଲି ପ୍ରସ୍ତୁତକାରୀ ସଂସ୍ଥାର ମହିଳାମାନେ ଦାବିରେ ଉଲ୍ଲେଖ କରିଛନ୍ତି। ସେହିପରି ୨ବର୍ଷ ତଳେ ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ୟାକେଟ ଦର ୧୬୩ ଟଙ୍କା ଥିବା ବେଳେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ରିପୋର୍ଟକୁ ଭିତ୍ତି କରି ୨ବର୍ଷ ପୂର୍ବେ ଡିଏସଡବ୍ଲ୍ୟୁଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ପ୍ୟାକେଟ ଦରରୁ ୬ଟଙ୍କା ଲେଖାଏଁ ହ୍ରାସ କରାଯାଇଛି। ଫଳରେ ଏହାକୁ ନେଇ ସାମଗ୍ରୀ ପ୍ରସ୍ତୁତକାରୀ ଏସ୍‌ଏଚ୍‌ଜି ସଂଘର ସଭାନେତ୍ରୀ ଆରତୀ ପ୍ରତିହାରୀ ଓ ସମ୍ପାଦିକା ରମାମଣୀ ପ୍ରଧାନଙ୍କ ନେତୃତ୍ୱରେ ଏକ ନିବେଦନପତ୍ର ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଦାନ କରିଛନ୍ତି। ଏନେଇ ଡିଏସଡବ୍ଲ୍ୟୁଓ କୁସୁମବାଳା ମିଶ୍ର କହିଛନ୍ତି, ବିଭାଗ ପକ୍ଷରୁ ନିର୍ଦ୍ଦେଶ ନ ଆସିଲେ ଦରବୃଦ୍ଧି ସମ୍ଭବ ନୁହେଁ। ତେବେ ପୁଷ୍ଟିକର ଖାଦ୍ୟର ଦରଦାମ୍‌ ବୃଦ୍ଧି କରା ନ ଗଲେ ଆଗାମୀ ଦିନରେ ଯୋଗାଣ ବାଧାପ୍ରାପ୍ତ ହେବାର ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri