ପାଣି ମୁନ୍ଦେ ପାଇବାକୁ ୪ଶହ ଲୋକ କଲବଲ

ମାଲକାନଗିରି,୫।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ପ୍ରତି ଗ୍ରାମରେ ପାନୀୟ ଜଳ ଯୋଗାଇଦେବା ପାଇଁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏହାକୁ କାର୍ଯ୍ୟକାରୀ କରିବାରେ ଆନ୍ତରିକତାର ଅଭାବ ଯୋଗୁ ଯୋଜନା କେବଳ ସରକାରୀ କାଗଜପତ୍ରରେ ସୀମିତ ରହିଯାଉଛି। ଲୋକେ ପାନୀୟ ଜଳ ମୁନ୍ଦେ ପାଇବାକୁ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ମାଲକାନଗିରି ଜିଲା ସଦର ମହକୁମାଠାରୁ ୧୫ କି.ମି. ଦୂରରେ ଥିବା ସିନ୍ଧ୍ରିମାଳ ଗ୍ରାମରେ ଏପରି ଦେଖିବାକୁ ମିଳିଛି। ସିନ୍ଧ୍ରିମାଳ ଗ୍ରାମରେ ୪ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଗ୍ରାମରେ ୩ଟି ନଳକୂପ ରହିଛି। ଏଥିରୁ ଗୋଟିଏ ଭାଙ୍ଗିରୁଜି ପଡ଼ିଛି। ଆଉ ଗୋଟିଏରୁ କଳଙ୍କି ମିଶା ପାଣି ବାହାରୁଛି । ଗୋଟିଏ ନଳକୂପ ଭଲ ଅଛି। ନଳକୂପ ପାଖରେ ଘଣ୍ଟା ଘଣ୍ଟା ଧରି ଗ୍ରାମବାସୀ ଛିଡ଼ା ହୋଇ ପାଣି ସଂଗ୍ରହ କରୁଛନ୍ତି। ଗ୍ରାମରେ ଥିବା ପାଣିଟାଙ୍କି ମଧ୍ୟ ୩ ମାସ ହେଲା ଖରାପ ହୋଇପଡ଼ିଛି। ଏ ସମ୍ପର୍କରେ ପଞ୍ଚାୟତର ସରପଞ୍ଚ, ପିଇଓ ଏବଂ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ମାଲକାନଗିରି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଏସ୍‌ଡିଓଙ୍କୁ ପଚାରିବାରୁ ସିନ୍ଧ୍ରିମାଳ ଗ୍ରାମର ପାଣି ସମସ୍ୟା ଦୂରକରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ମାଲକାନଗିରି,୨୫।୬(ଦୁର୍ଯ୍ୟୋଧନ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ…

ଦୟନୀୟ ଯୋଗାଯୋଗ ବ୍ୟବସ୍ଥା, ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ

ମାଲକାନଗିରି,୨୫।୬(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଧୀନ ସୀମାନ୍ତ ଗୋବିନ୍ଦପାଲି ପଞ୍ଚାୟତ ଅନ୍ଧାରି ଗାଁରେ ଦୟନୀୟ ଯୋଗାଯୋଗ ବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri