ତିଆରି ଚାଲିଛି ପହଣ୍ଡି, ଅଣସର ଗାମୁଛା

ଖୋର୍ଦ୍ଧା ଅଫିସ,୧୩ା୫: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ତିନି ରଥ ନିର୍ମାଣରେ ଲାଗିଛନ୍ତି ରଥ ମହାରଣା। ରଥଯାତ୍ରାରେ ମହାପ୍ରଭୁଙ୍କ ଲାଗି ପାଟବସ୍ତ୍ର ଏବଂ ସୂତାଲୁଗା ପ୍ରସ୍ତୁତିରେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ା ଗୋପୀନାଥ ଦାସଙ୍କ ବୁଣାକାର ପରିବାର ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଗାମୁଛା ପ୍ରସ୍ତୁତିରେ ଲାଗି ପଡିଛନ୍ତି ବୋଲଗଡ଼ ବ୍ଲକ ସାନପଦର ଗ୍ରାମର ବୁଣାକାର।
ସେବାରେ ୪ବର୍ଷ
ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଲାଗି ଗାମୁଛା ବୟାନିକା ଯୋଗାଇଥାଏ। ୨୦୧୮ ମସିହାରୁ ଏହି ଗ୍ରାମର ପ୍ରଭାସ ନାୟକ ବୟାନିକାଠାରୁ ଅର୍ଡର ପାଇ ମହାପ୍ରଭୁଙ୍କ ଲାଗି ହାତ ତିଆରି ଗାମୁଛା ପ୍ରସ୍ତୁତ କରୁଛନ୍ତି। ସ୍ନାନଯାତ୍ରା ପୂର୍ବରୁ ବୟାନିକାକୁ ଏହା ହସ୍ତାନ୍ତର ହୋଇଥାଏ। ବର୍ତ୍ତମାନ ସୁଦ୍ଧା ୭୦% କାର୍ଯ୍ୟ ସରିଥିବା ସେ ପ୍ରକାଶ କରିଛନ୍ତି। ଅକ୍ଷୟତୃତୀୟାରୁ କାମ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ମହାପ୍ରଭୁଙ୍କ ଅଣସର ଲାଗି ୧୯୧ଟି ୬ହାତି ଲମ୍ବର ଗାମୁଛା ଏବଂ ପହଣ୍ଡି ଲାଗିି ୧୯୧ଟି ୫ହାତି ଗାମୁଛା ବୁଣା ଚାଲିଛି। ଏହି ଗାମୁଛାକୁ ଆକର୍ଷଣୀୟ କରିବା ଲାଗି ଅଣସର ଗାମୁଛା ଧଳାରଙ୍ଗର ହୋଇଥିବା ବେଳେ ଧଡିରେ କୁମ୍ଭପକା(ଡିଜାଇନ) ଥାଇ ହଳଦିଆ ରଙ୍ଗ ଏବଂ ପହଣ୍ଡି ଗାମୁଛା କୃ୍‌ଷ୍ଣ ରଙ୍ଗରେ କୁମ୍ଭପକା(ଡିଜାଇନ) ଥାଇ ହଳଦିଆ ରଖାଯାଇଥାଏ ବୋଲି ପ୍ରଭାସ କହିଛନ୍ତି।
ଲାଗିଛନ୍ତି ୨୫ ବୁଣାକାର
ପ୍ରଭାସଙ୍କ ତତ୍ତ୍ୱାବଧାନରେ ୨୫ ଜଣ ବୁଣାକାର ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରଭାସଙ୍କ ସହିତ ଗଙ୍ଗାଧର ପରମାଣିକ, ସନ୍ତୋଷ ନାୟକ, ରଶ୍ମିତା ନାୟକ, ବିଦ୍ୟାଧର ନାୟକ, ରବୀନ୍ଦ୍ର ପରମାଣିକ, ରମେଶ ଦେବତା, ହାତୀ ପରମାଣିକ, ବାସନ୍ତି ନାୟକ, ଉଦୟନାଥ ନାୟକ, ଉଦୟନାଥ ଦାସ, ସନ୍ତୋଷ ଦାସ, ସୋନାଲି ପରମାଣିକ ପ୍ରମୁଖ ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରଭାସ ଏବଂ ଅନ୍ୟମାନେ କୁହନ୍ତି, ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଛୁ। ଦୂରରେ ଥାଇ ମଧ୍ୟ ମହାପ୍ରଭୁଙ୍କ ଏହି ସେବା କରିବାର ସୁଯୋଗ ମିଳୁଥିବାରୁ ଆତ୍ମତୃପ୍ତି ମିଳିଥାଏ।
ଗାଁର ନାଁ ସାନପଦର
ଗ୍ରାମର ଅଧିକାଂଶ ପରିବାର ବୁଣାକାର। ୩୦ବର୍ଷ ତଳେ ପ୍ରଭାସଙ୍କ ବାପା ଲକ୍ଷ୍ମୀଧର କେତେଜଣ ବୁଣାକାରଙ୍କୁ ନେଇ ଏକ ହସ୍ତତନ୍ତ ବୟନ ଶିଳ୍ପ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଭାସ ମା’ ଦୁର୍ଗା ଟେକ୍ସଟାଇଲ୍‌ ଆଣ୍ଡ ଡାଇଙ୍ଗ ଓ୍ବାର୍କସ୍‌ ବୁଣାକାର ସଂସ୍ଥା ଗଠନ କରିଥିଲେ। ଏହି ସଂସ୍ଥା ଅଧୀନରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ବୁଣାକାର କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିମେଳା ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି/କାଲିମେଳା,୬ା୫: ମାଲକାନଗିରି ଜିଲା କାଲିମେଳା ବ୍ଲକରେ ହୋଇଥିବା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ...

ଅଷ୍ଟପୁର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ, ରେମୁଣା ପୋଲିସର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ, ୩।୧୦: ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନ ଅଷ୍ଟପୁର ଅଞ୍ଚଳରେ ଗୁରୁବାର ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଘରର ଆସବାବପତ୍ର ଭାଙ୍ଗିରୁଜି ଯାଇଥିବା...

ରିଲିଫ ପାଣ୍ଠିକୁ ସହାୟତା କଲେ ବିଜେଡି କର୍ମୀ

ଖଇରା, ୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ପଞ୍ଚାୟତର ବିଜେଡି କର୍ମୀଙ୍କ ପକ୍ଷରୁ ୫ଲକ୍ଷ ୬୩୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ା ବୁଧବାର ଖଇରା...

ରାଜ୍ୟକୁ କମିଲା କିରୋସିନ କୋଟା: ଅଗଷ୍ଟରୁ ମିଳିବ ୨ ଲିଟର

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୪ଟି ଜିଲା କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣ-ସବ୍‌ସିଡି କିରୋସିନ ଯୋଗାଇ ଦିଆଯାଉଛି। ଅନ୍ୟ ଜିଲାଗୁଡ଼ିକରେ କେତେ ଅଣ-ସବ୍‌ସିଡି କିରୋସିନ ଦରକାର...

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସା ୬ଟାରେ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ...

ସିଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ସ୍ଥାଣୁ

କଟକ ଅଫିସ,୧୭ା୫-କଟକ ସହରରେ ଲକ୍‌ଡାଉନ କଟକଣା କୋହଳ ପରେ ଦୋକାନ ବଜାର ସବୁ ଖୋଲିଛି। ଏହାସହ କଟକ ମହାନଗର ନିଗମ କେତେକ ନିର୍ଦ୍ଦେଶନାମା ମଧ୍ୟ ଜାରି...

ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରୁ ବେଆଇନ ଗଛକଟା

କଣ୍ଟାପଡ଼ା,୧୦ା୨(ଡି.ଏନ୍‌.ଏ.): କଣ୍ଟାପଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ମୂଲ୍ୟବାନ କଞ୍ଚା ଚାକୁଣ୍ଡା ଗଛ କାଟିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଏ ନେଇ ବିଭାଗୀୟ...

ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହେଲାନି

ପୁରୀ ଅଫିସ, ୬ା୫: ବୁଧବାର ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ତିଥିରେ ପରମ୍ପରା ଅନୁଯାୟୀ ରଥଖଳାରେ ତିନିରଥର କଣଗୁଜ ଅନୁକୂଳ ହୋଇଥାଏ। କିନ୍ତୁ ଏଥର...

Advertisement
Archives

Model This Week