ପୂର୍ବତନ ତହସିଲଦାରଙ୍କ ନାଁରେ ମାମଲା: କୋର୍ଟ ପକ୍ଷରୁ ସମନ ଜାରି

ଦିଗପହଣ୍ଡି,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲର ପୂର୍ବତନ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁଙ୍କ ବିରୋଧରେ ୧୪/୨୧ ଅନୁଯାୟୀ ଏକ ଫୌଜଦାରୀ ମାମଲା ରୁଜୁ ହୋଇଥିବା ଜଣାପଡିଛି। ମାମଲାର ଆବେଦନକାରୀଙ୍କ ଯାଚିକା ଅନୁଯାୟୀ, ଦିଗପହଣ୍ଡି କୋର୍ଟର ମାଜିଷ୍ଟ୍ରେଟ୍‌ ସାକ୍ଷ୍ୟ ଗ୍ରହଣ ପରେ ତହସିଲଦାରଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ଆଦେଶ ହୋଇଛନ୍ତି।

ପ୍ରକାଶ ଥାଉକି,ଦିଗପହଣ୍ଡିସ୍ଥିତ ଶ୍ରୀ ରାଧା ଦାମୋଦର ମହାପ୍ରଭୁ ବିଜେଙ୍କ ମନ୍ଦିର ଜମିର ଭାଗ ଚାଷୀ ଅଟନ୍ତି ମାମଲାର ଆବେଦନକାରୀ ପି. ଶିବ ଶଙ୍କର। ସେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ଭୂ-ସଂସ୍କାର ଆଇନ ଅନୁଯାୟୀ ଓ ଏଲ ଆର୍‌ ମାମଲା ନଂ.୨/୨୧ ରୁଜୁ କରିଥିଲେ। ଏହି ମୋକଦ୍ଦମା ସ୍ଥିତାବସ୍ଥା ବୁଝିବା ପାଇଁ ଆବେଦନକାରୀ ପି. ଶିବ ଶଙ୍କର ଏବଂ ଅନ୍ୟ ଭାଗ ଚାଷୀ ବୃନ୍ଦ ତହସିଲ କାର୍ଯ୍ୟାଳୟସ୍ଥିତ କୋର୍ଟକୁ ଯାଇଥିଲେ। ପି. ଶିବ ଶଙ୍କର ତହସିଲଦାରଙ୍କୁ ସାକ୍ଷାତ କରି ମୋକଦ୍ଦମାର ସ୍ଥିତାବସ୍ଥା ସମ୍ପର୍କରେ ପଚାରିବାରୁ ତତ୍କାଳୀନ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅପମାନିତ କରିଥିଲେ।  ଜୀବନ ଚାଲିଯିବାର ଧମକ ଦେଇଥିଲେ। ପି. ଶିବ ଶଙ୍କର ଜଣେ ଆଇନଜୀବୀ ହୋଇଥିବାରୁ ସେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘକୁ ସମୁଦାୟ ଘଟଣା ଲିଖିତ ଆକାରରେ ଜଣାଇବା ପରେ ଦିଗପହଣ୍ଡି ଥାନାରେ ଏକ ଏତଲା ଦେଇଥିଲେ। ଥାନା କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ଏନେଇ ବ୍ରହ୍ମପୁର ଏସ୍‌ପିଙ୍କୁ ଜଣାଇଥିଲେ। କିଛି ଦିନ ଅପେକ୍ଷା କରି ଶେଷରେ ନିରାଶ ହେବା ପରେ ସେ ଦିଗପହଣ୍ଡିସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ତହସିଲଦାରଙ୍କ ବିରୋଧରେ ୱାନ . ସି . ସି ୧୪/୨୧ ଅନୁଯାୟୀ ମୋକଦ୍ଦମା ରୁଜୁ କରିଥିଲେ।  ମାଜିଷ୍ଟ୍ରେଟ ମାମଲାର ଆବେଦନକାରୀଙ୍କ ବୟାନ ରେକର୍ଡ  ପରେ ଧାରା ୨୦୨ ଅନୁଯାୟୀ ୪ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ତତ୍କାଳୀନ ତହସିଲଦାରଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ଆଦେଶ ପ୍ରଦାନ ସହ କୋର୍ଟ ପକ୍ଷରୁ ସମନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ କୁରେଶୁ ପଣ୍ଡା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ଦୁର୍ଘଟଣା: କେନ୍ଦୁଗୁଡ଼ା ଡ୍ୟାମ୍‌ରେ ବୁଡ଼ି ୩ ମୃତ

ରାୟଗଡ଼ା ଅଫିସ,୧୦ା୩: ରାୟଗଡ଼ା ଜିଲା ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଲି ଖେଳି ୩ ସାଙ୍ଗ ଅପରାହ୍ନରେ ଗାଧୋଇବାକୁ ଯାଇଥିବାବେଳେ କେନ୍ଦୁଗୁଡ଼ା ବଡ଼ନାଳ ଡ୍ୟାମରେ...

ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌: ୨୨ ଆହତ

ବାଙ୍ଗିରିପୋଷି,୩।୯: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌...

ଅମାନୁଷିକ ଭାବେ ଷଣ୍ଢକୁ ତୀରମାଡ଼

ଆନନ୍ଦପୁର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ପଦନପୁର ଗାଁ ଛକରେ ଏକ ଷଣ୍ଢକୁ ଦୁର୍ବୃତ୍ତ ୮ ତୀର ମାଡ଼ କରିଛନ୍ତି। ଷଣ୍ଢ ଅବସ୍ଥା ଗୁରୁତର ଥିବା...

ଡିସେମ୍ବର ୧ରୁ ଦୁଇଦିନିଆ ସବୁଜ ସମାରୋହ : ଯୋଗଦେବେ ୫୦ ଦେଶର ପ୍ରତିନିଧି

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଅତିବୃଷ୍ଟି, ଅନାବୃଷ୍ଟି ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧ରୁ...

ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୧(ବ୍ୟୁରୋ):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣାକୁ ଆଉ କିଛିଦିନ ବାକି ରହିଥିବା ବେଳେ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟଙ୍କ...

ସୁନାଦୋକାନ ଉପରେ ୨୨ ଲକ୍ଷ ଜରିମାନା

ଜୟପୁର, ୮ା୧୦ (ନି.ପ୍ର.): ଜୟପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ସୁନା ଦୋକାନ ଉପରେ ଚଢ଼ାଉ କରି ୨୨ ଲକ୍ଷ ୪୨ ହଜାର ଟଙ୍କା...

ପରୀକ୍ଷାରେ ଫେଲ୍‌ ହେବାରୁ ମିଛ ଅପହରଣ ନାଟକ

ୱାଶିଂଟନ: ଅନେକ ସମୟରେ ପରୀକ୍ଷା ରେଜଲ୍ଟ ଖରାପ ହୋଇଥାଏ। ସେତେବେଳେ ପିଲା ମାତା-ପିତାଙ୍କୁ ମିଛ ସତ କହିଥାନ୍ତି। ହେଲେ ନିକଟରେ ଜଣେ ଝିଅ ପରୀକ୍ଷାରେ ଫେଲ...

ରାଜସ୍ବ ମାନ୍ୟତା ଅପେକ୍ଷାରେ ୩୩୫୨ ପଡ଼ାଗ୍ରାମ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ କରାଯାଉ ନ ଥିବାରୁ ଗୁରୁବାର ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ...

Advertisement
Archives

Model This Week