ଅନୁଦାନ ରାଶି ବଣ୍ଟନରେ ପାତରଅନ୍ତର ଅଭିଯୋଗ

ଲୋଇସିଂହା,୧୩ା୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତକୁ ଅନୁଦାନ ରାଶି ବଣ୍ଟନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ଏହି ଘଟଣାରେ କେତେକ ପଞ୍ଚାୟତର ଅସନ୍ତୁଷ୍ଟ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ ବିଡିଓ ରାମଚନ୍ଦ୍ର ଖାଡ଼ିଆଙ୍କୁ ଗୁରୁବାର ଭେଟିଥିଲେ। କାହିଁକି କେତେକ ପଞ୍ଚାୟତରେ ଉକ୍ତ ଅନୁଦାନ ରାଶି ସୀମିତ ରଖଯାଇଛି। କାହା ଚାପରେ ଏସବୁ ଅନିୟମିତତା କରାଯାଇଛି କହି ସଭ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲୋ। ଏହାପରେ ବିଡିଓ ଖାଡିଆ ସେ ଜାଣି ନ ଥିବା କହିଥିଲେ। ବଣ୍ଟନ ହୋଇଥିବା ଅନୁଦାନ ରାଶି ସପ୍ତାହକ ମଧ୍ୟରେ ବାତିଲ କରି ସମସ୍ତ ପଞ୍ଚାୟତକୁ ଭାଗ ବଣ୍ଟା କରି ଦେବାକୁ ଅସନ୍ତୁଷ୍ଟ ଜନପ୍ରତିନିଧିଙ୍କୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ସଭ୍ୟମାନଙ୍କୁ ଉନ୍ନୟନ ପ୍ରକଳ୍ପର ପ୍ରସ୍ତାବ ଦେବାକୁ ଆହ୍ବାନ ଦେଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ଲକର ୪ରୁ ୫ ପଞ୍ଚାୟତକୁ ସିଏଫ୍‌ସି ଓ ଏସ୍‌ଏଫ୍‌ସି ପାଣ୍ଠିରୁ ୧ କୋଟି ୮୨ ଲକ୍ଷ ୪୪ ହଜାର ୪ ଶହ ଟଙ୍କାର ଅନୁଦାନ ରାଶି ବଣ୍ଟନ କରାଯାଇଛି। ଉକ୍ତ ଅନୁଦାନରେ ପାନୀୟ ଜଳ,ପୋଖରୀ ପୁନରୁଦ୍ଧାର, ରାସ୍ତା ଉନ୍ନତିକରଣ,ସ୍ବଚ୍ଛତା, ମରାମତି ଆଦି କାର୍ଯ୍ୟ ହାତକୁ ନିଆଯାଇଛି। ହେଲେ ବଣ୍ଟନ ଅନୁଦାନ ରାଶି କେତେକ ପଞ୍ଚାୟତରେ ସୀମିତ ରଖିଥିବା  ସରପଞ୍ଚ ଓ ସମିତି ସଭ୍ୟ ଜାଣିବାକୁ ପାଇଥିଲେ। ଏହାକୁ ନେଇ ଅନୁଦାନ ରାଶି ପାଇବାରୁ ବଞ୍ଚିତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ,ସୁଦୀପ ସା,କୌସ୍ତୁଭ ସାହୁ, ସମିତିସଭ୍ୟା ପାର୍ବତୀ ତ୍ରିପାଠୀ,ଜ୍ୟୋତ୍ସ୍ନାମୟୀ ନାଗ,ମହାଦେବ ବିଶ୍ୱାଳ,ଭଦ୍ରସେନ ଛତ୍ରିଆ,ବୀରେନ ସାହୁ ପ୍ରମୁଖ ବିଡିଓଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୭୫ ମିଟର ଉଚ୍ଛେଦ ଅଭିଯାନ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତ୍ୟାଗ କର। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନ ପରେ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ...

କଟକରେ ୫୦୦ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୨୫।୬: କଟକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଡେଇଁଛି। ଗୁରୁବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧୦ରେ ପହଞ୍ଚିଛି। ସେଥିରୁ ୪୦୫ଜଣ ସୁସ୍ଥ...

ପୁଣି ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ

ପୁରୀ ଅଫିସ,୨ା୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣା ପରେ ସୋମବାର ଜଣେ ସେବାୟତ କିଛି ବେଶ ସାମଗ୍ରୀ ନେଉଥିବା ଜଣାପଡ଼ିଥିଲା।...

ଜିଲାପାଳଙ୍କ ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ

ଭବାନୀପାଟଣା,୬।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗତ ଏକ ସପ୍ତାହରେ ୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭଯୋଗ...

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ପୁରୀ ଅଫିସ,୨୩।୭: ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ସମ୍ପନ୍ନ ହୋଇଛି। ଏଥିସହ ଘୋଷଯାତ୍ରାର ଅନ୍ତିମ ପର୍ବ ସରିଛି। ଶୁକ୍ରବାର ତିନିଠାକୁର ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ...

କୋଭିଡ୍‌ ନିୟମ ନମାନି ଭୋଜି, ସଙ୍ଗରୋଧ କେନ୍ଦ୍ରରେ ବଣ୍ଟାହେଲା ଖାଦ୍ୟ

ଦିଗପହଣ୍ଡି,୧ା୭(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ସିଦ୍ଧଖଣ୍ଡି ଗ୍ରାମରେ ମଙ୍ଗଳବାର ସରକାରଙ୍କ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ବିବାହ ଭୋଜି ଚାଲିଥିବାବେଳେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌...

ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡ଼ା ୨୯।୩ (ଡି.ଏନ୍‌ .ଏ.): ଜିଲା ପ୍ରଶାସନ ଜାରି କରିଥିବା କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, ବୁଗୁଡ଼ା ବ୍ଲକ ଅଧୀନ ଭାମଶ୍ୟାଳି ଗ୍ରାମର ମା’ ଦଣ୍ଡକାଳୀଙ୍କ ୧୮ଦିନିଆ...

ଟ୍ରକ ଚକା ତଳେ ପଶିଗଲେ ସାଇକେଲ ଚାଳକ

କେନ୍ଦୁଝର,୨୭ା୧୨(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବନାଯୋଡ଼ି ଗ୍ରାମ ନିକଟରେ ଏନ୍‌ଏଚ୍‌ ୨୦ରେ ରବିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରକ ଚକା ତଳେ ଜଣେ ସାଇକେଲ...

Advertisement
Archives

Model This Week