ଆମ ଜିଲା ଖବର

ହେଟାବାଘ ଆକ୍ରମଣରେ ଗର୍ଭବତୀ ଗୁରୁତର

ରାଇଘର,୩ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ରବିବାର ହେଟାବାଘ ଆକ୍ରମଣରେ ୩ ଗୁରୁତର ଏବଂ ୫ ଆହତ ହୋଇଛନ୍ତି। ତିମନପୁର ଗ୍ରାମବାସୀ ମହୁଲ ଫୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିବାବେଳେ ହେଟାବାଘ ହାବୁଡ଼ରେ ପଡ଼ିଥିଲେ। ୩ ଗୁରୁତରଙ୍କ ମଧ୍ୟରେ…

୩ ଦିନ ବୃଦ୍ଧଙ୍କ ମୃତଦେହ ଜଗି ରହିଥିଲା ପୋଷାକୁକୁର

ଟେନ୍‌ସା/ଲହୁଣୀପଡ଼ା, ୩।୪(ଡି.ଏନ୍‌.ଏ.): ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ କାନ୍ଧରେ ବୋହି ସତ୍କାର କରି ମହାନତା ଦେଖାଇଛନ୍ତି ଜଣେ ପୋଲିସ ଅଧିକାରୀ। ଏହି ବୃଦ୍ଧଙ୍କ ମୃତଦେହକୁ ପୋଷାକୁକୁର ୩ ଦିନ ଜଗି ଶେଷରେ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ଘଟଣାଟି ରବିବାର ସୋସିଆଲ ମିଡିଆରେ…

ଗାଡ଼ି ଅପେକ୍ଷାରେ ଥିଲା ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ

ଫୁଲବାଣୀ ଅଫିସ, ୩ା୪: କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ପୋଲିସ କେରେଙ୍ଗେଲି ଛକରେ ଚଢ଼ାଉ କରି ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର୍‌…

ଡଙ୍ଗା ବନ୍ଦ କରିଦେଲା ପଞ୍ଚାୟତ

ଝାରସୁଗୁଡ଼ା ଅଫିସ,୩ା୪: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା ଅନ୍ତର୍ଗତ ମହାନଦୀର ମହୁଲପାଲି ଘାଟରୁ ବରଗଡ ଜିଲା ଅମ୍ବାଭୋନା ବ୍ଲକ୍‌ ଚିଖିଲକୁ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଛି। ଫଳରେ ଉଭୟ ଜିଲାର ଲୋକଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ଏ…

୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ: ମାଲିକଙ୍କ ସମେତ ୩ ଜଣଙ୍କୁ ଜେରା

କୁଆଁରମୁଣ୍ଡା, ୩।୪(ଡି.ଏନ୍‌.ଏ.): କେନ୍ଦ୍ରୀୟ ପଣ୍ୟ ଓ ସେବାକର ବିଭାଗ(ସିଜିଏସ୍‌ଟି) ପକ୍ଷରୁ ୨ ଦିନ ହେଲା କୁଆଁରମୁଣ୍ଡା- ହାତୀବାରୀ ରୋଡରେ ଥିବା ଟପ୍‌ଟେକ୍‌ ନାମକ ଇନ୍‌ଗଟ୍‌ କାରଖାନା ସମେତ ରାଉରକେଲା ସିଭିଲଟାଉନ୍‌ ଏବଂ ଛେଣ୍ଡ ଅଞ୍ଚଳରେ ଥିବା ଏହାର କାର୍ଯ୍ୟାଳୟରେ ଚଢାଉ କରିଥିଲା।…

କେସିଙ୍ଗା ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ

କେସିଙ୍ଗା,୩ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସରପଞ୍ଚ ସଂଘର କର୍ମକର୍ତ୍ତା ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ତୁଣ୍ଡଳା ପଞ୍ଚାୟତର ସରପଞ୍ଚ ସରୋଜ ସେଠୀଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଥିଲା। ଫଟକାମାଲ ପଞ୍ଚାୟତର ସରପଞ୍ଚ ସଭାପତି ଭାବେ ସୁବୋଧ ରଣା, ଉପସଭାପତି…

ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲ ଏଲ୍‌ଇଡି ବୋଝେଇ ଟ୍ରକ୍‌

ଖୋର୍ଦ୍ଧା ଅଫିସ,୩ା୪: ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଏଲ୍‌ଇଡି ଟିଭି ବୋଝେଇ ଟ୍ରକ୍‌। ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲ୍‌ଇଡି ଟିଭି ବୋଝେଇ ଟ୍ରକ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।…

୨ ବର୍ଷ ପରେ ଏଥର ହେବ ମା’ ହିଙ୍ଗୁଳାଙ୍କ ଯାତ୍ରା, ପ୍ରସ୍ତୁତି ଜୋରଦାର

ତାଳଚେର,୩।୪(ଡି.ଏନ୍‌.ଏ.): ଦୀର୍ଘ ୨ ବର୍ଷ ପରେ ତାଳଚେରରେ ମା’ ହିଙ୍ଗୁଳାଙ୍କ ଯାତ୍ରା ହେବ। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ଏଥିପାଇଁ ପ୍ରସ୍ତୁତି ବୈଠକ ହୋଇଛି। କୋଭିଡ କଟକଣା ଯୋଗୁ ଦୀର୍ଘ ୨ ବର୍ଷ ହେବ ମା’ଙ୍କର ଯାତ୍ରା ବନ୍ଦ…

ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ ଅଫିସ,୩।୪(ବ୍ୟୁରୋ): ଶୁକ୍ଳ ଦ୍ୱିତୀୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏ ନେଇ ସୋମବାର ଅପରାହ୍ନ ୪ଟାରୁ ରାତି୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି…

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ ଅଫିସ, ୩।୪: ଶ୍ରୀମନ୍ଦିର ରୋଷ ଘରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ୧୦୦ ଚୁଲିରୁ ଅଧିକ ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଏଥିରେ ୭ଟି କୋଠ ଭୋଗ ଚୁଲି ସମେତ…

ସୁରକ୍ଷା ପାଚେରି କାମ ନିମ୍ନମାନର

ଖଇରା, ୩।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଖଇରା ନଟାପଡା ଆର୍‌ଡି ରାସ୍ତାର ନଟାପଡା ଗ୍ରାମ ନିକଟରେ ଚାଲୁଥିବା ସୁରକ୍ଷା ପାଚେରି ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ପାଚେରିର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇ ଏହାକୁ…

ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ

କେନ୍ଦୁଝର,୩।୪(ଡି.ଏନ୍‌.ଏ.) ଗ୍ରୀଷ୍ମ ଆରମ୍ଭରୁ ହିଁ କେନ୍ଦୁଝରଗଡ଼ ପୌରପାଳିକାର ୨୧ ୱାର୍ଡରେ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବିଗତ ଦିନରେ ରାସ୍ତା ପ୍ରଶସ୍ତିକରଣ ଯୋଗୁ ରାସ୍ତାକଡ଼ରେ ଥିବା ନଳକୂପଗୁଡ଼ିକୁ ଉଠାଇ ନିଆଯାଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?