ଘାତକ ସାଜିଛି କିଡ୍‌ନୀ ରୋଗ: ୫ ବର୍ଷରେ ୧୦ ମୃତ

ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ ଏବଂ ଓଷାମସ୍କା ଗାଁ ଦଳିତସାହିରେ କିଡ୍‌ନୀ ଜନିତ ରୋଗ ଘାତକ ସାଜିଛି। ୫ ବର୍ଷରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ୪ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଜଣକ ପରେ ଜଣେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବା ଓ ସେହି ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ତୁରନ୍ତ କାରଣ ଖୋଜା ଯାଉ, ରୋଗୀମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ା
ସୂଚନା ଅନୁଯାୟୀ, ଚଢ଼େୟାପଲ୍ଲୀ ଦଳିତସାହିରେ ୧୫ ପରିବାରର ୧୧୧ ଲୋକ ବାସ କରନ୍ତି । ସେହିପରି ଓଷାମସ୍କା ଗାଁର ଦଳିତସାହିରେ ୯ ପରିବାରରେ ୮୯ ଲୋକ ବାସ କରନ୍ତି। ଉଭୟ ସାହିରେ ଗୋଟିଏ ଲେଖାଏଁ ନଳକୂପ ଅଛି । ହେଲେ ସେହି ନଳକୂପ ପାଣି ପାନୀୟ ଉପଯୋଗୀ ନୁହେଁ। ନଳକୂପରୁ କସରା ରଙ୍ଗର ପାଣି ବାହାରୁଛି । କିଛି ସମୟ ରଖିଦେଲେ ପାଣି ଉପରେ ଏକ ଆବରଣ ବସି ଯାଉଛି । ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକେ ଏକାଧିକଥର ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଇଛନ୍ତି। ଏପରିକି ରାଜନେତାଙ୍କୁ ଜଣାଇଛନ୍ତି। ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ଏଭଳିସ୍ଥଳେ ଚଢ଼େୟାପଲ୍ଲୀ ଦଳିତସାହିର ବାଞ୍ଛାନିଧି ନାୟକ(୫୦)ଙ୍କ ଗତ ଏପ୍ରିଲ ୨୯ରେ କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଛି। ସେହିପରି ଚିନ୍ତାମଣି ନାୟକ(୫୦), କାହ୍ନୁ ଚରଣ ନାୟକ(୪୫) ଅନୁରୂପ ଭାବେ ରୋଗରେ ଘାଣ୍ଟି ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ପୁଣି ଓଷାମସ୍କା ଦଳିତସାହିର ଚର୍ତୃଭୂଜ ନାୟକ(୫୦)ଙ୍କ ଗତ ଫେବୃୟାରୀ ୧୯ରେ ମୃତ୍ୟୁ ଘଟିଛି । ସେହି ସାହିର କରୁଣାକର ନାୟକ(୪୦) କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଏନେଇ ଚଢ଼େୟାପଲ୍ଲୀ ଦଳିତ ସାହିର ଚିନ୍ତାମଣି ନାୟକ ଏବଂ ଓଷାମସ୍କା ଦଳିତ ସାହିର କରୁଣାକର ନାୟକ କୁହନ୍ତି, ନଳକୂଅର ପାଣିରେ ଲୌହ ଅଂଶ ରହିଛି। କସରା ରଙ୍ଗର ପାଣି ବାହାରୁଛି । ସେହି ପାଣି ପାନୀୟ ଜଳ ଉପଯୋଗୀ ହୋଇ ନ ଥିଲେ ହେଁ ବିକଳ୍ପ ନ ଥିବାରୁ ପାନୀୟ ଜଳ ଓ ରୋଷେଇ ପାଇଁ ବ୍ୟବହାର ହେଉଛି। ଏଣୁ ଗାଁର ପ୍ରାୟ ଅଧିକାଂଶ ଲୋକେ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । କିନ୍ତୁ ନଳକୂଅର ପାଣି ଫ୍ଲୋରାଇଡ୍‌ ନୁହଁ ବୋଲି କୁହାଯାଉଛି । ପ୍ରଥମତଃ ଗାଁର ପାଣିର ନମୁନା ନେଇ ପରୀକ୍ଷା କରାଯିବା ଦରକାର । କେଉଁ କାରଣରୁ କିଡ୍‌ନୀ ରୋଗ ହେଉଛି ତାର ତର୍ଜମା ହେବା ଆବଶ୍ୟକ । ଭଲ ପାଣି କିପରି ଲୋକମାନେ ପିଇବେ ତାର ବନ୍ଦୋବସ୍ତ ହେବା ଦରକାର । ସେହିପରି ଯେଉଁମାନେ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ମାଗଣାରେ ଚିକିତ୍ସା କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ଲୋକଙ୍କ ପାଖରେ ଅର୍ଥ ନ ଥିବାରୁ ରୋଗର ଚିକିତ୍ସା କରି ନ ପାରି ପ୍ରାଣ ହରାଉଛନ୍ତି । ସରକାର ଲୋକଙ୍କ ଦୁଃଖ ନ ବୁଝିଲେ ଆମେ ଜଣେ ପରେ ଜଣେ ପ୍ରାଣ ହରାଇ ଚାଲିଥିବୁ ବୋଲି ସେ କ୍ଷୋଭର ସହ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri