ଘାତକ ସାଜିଛି କିଡ୍‌ନୀ ରୋଗ: ୫ ବର୍ଷରେ ୧୦ ମୃତ

ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ ଏବଂ ଓଷାମସ୍କା ଗାଁ ଦଳିତସାହିରେ କିଡ୍‌ନୀ ଜନିତ ରୋଗ ଘାତକ ସାଜିଛି। ୫ ବର୍ଷରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ୪ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଜଣକ ପରେ ଜଣେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବା ଓ ସେହି ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ତୁରନ୍ତ କାରଣ ଖୋଜା ଯାଉ, ରୋଗୀମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ା
ସୂଚନା ଅନୁଯାୟୀ, ଚଢ଼େୟାପଲ୍ଲୀ ଦଳିତସାହିରେ ୧୫ ପରିବାରର ୧୧୧ ଲୋକ ବାସ କରନ୍ତି । ସେହିପରି ଓଷାମସ୍କା ଗାଁର ଦଳିତସାହିରେ ୯ ପରିବାରରେ ୮୯ ଲୋକ ବାସ କରନ୍ତି। ଉଭୟ ସାହିରେ ଗୋଟିଏ ଲେଖାଏଁ ନଳକୂପ ଅଛି । ହେଲେ ସେହି ନଳକୂପ ପାଣି ପାନୀୟ ଉପଯୋଗୀ ନୁହେଁ। ନଳକୂପରୁ କସରା ରଙ୍ଗର ପାଣି ବାହାରୁଛି । କିଛି ସମୟ ରଖିଦେଲେ ପାଣି ଉପରେ ଏକ ଆବରଣ ବସି ଯାଉଛି । ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକେ ଏକାଧିକଥର ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଇଛନ୍ତି। ଏପରିକି ରାଜନେତାଙ୍କୁ ଜଣାଇଛନ୍ତି। ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ । ଏଭଳିସ୍ଥଳେ ଚଢ଼େୟାପଲ୍ଲୀ ଦଳିତସାହିର ବାଞ୍ଛାନିଧି ନାୟକ(୫୦)ଙ୍କ ଗତ ଏପ୍ରିଲ ୨୯ରେ କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଛି। ସେହିପରି ଚିନ୍ତାମଣି ନାୟକ(୫୦), କାହ୍ନୁ ଚରଣ ନାୟକ(୪୫) ଅନୁରୂପ ଭାବେ ରୋଗରେ ଘାଣ୍ଟି ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ପୁଣି ଓଷାମସ୍କା ଦଳିତସାହିର ଚର୍ତୃଭୂଜ ନାୟକ(୫୦)ଙ୍କ ଗତ ଫେବୃୟାରୀ ୧୯ରେ ମୃତ୍ୟୁ ଘଟିଛି । ସେହି ସାହିର କରୁଣାକର ନାୟକ(୪୦) କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଏନେଇ ଚଢ଼େୟାପଲ୍ଲୀ ଦଳିତ ସାହିର ଚିନ୍ତାମଣି ନାୟକ ଏବଂ ଓଷାମସ୍କା ଦଳିତ ସାହିର କରୁଣାକର ନାୟକ କୁହନ୍ତି, ନଳକୂଅର ପାଣିରେ ଲୌହ ଅଂଶ ରହିଛି। କସରା ରଙ୍ଗର ପାଣି ବାହାରୁଛି । ସେହି ପାଣି ପାନୀୟ ଜଳ ଉପଯୋଗୀ ହୋଇ ନ ଥିଲେ ହେଁ ବିକଳ୍ପ ନ ଥିବାରୁ ପାନୀୟ ଜଳ ଓ ରୋଷେଇ ପାଇଁ ବ୍ୟବହାର ହେଉଛି। ଏଣୁ ଗାଁର ପ୍ରାୟ ଅଧିକାଂଶ ଲୋକେ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । କିନ୍ତୁ ନଳକୂଅର ପାଣି ଫ୍ଲୋରାଇଡ୍‌ ନୁହଁ ବୋଲି କୁହାଯାଉଛି । ପ୍ରଥମତଃ ଗାଁର ପାଣିର ନମୁନା ନେଇ ପରୀକ୍ଷା କରାଯିବା ଦରକାର । କେଉଁ କାରଣରୁ କିଡ୍‌ନୀ ରୋଗ ହେଉଛି ତାର ତର୍ଜମା ହେବା ଆବଶ୍ୟକ । ଭଲ ପାଣି କିପରି ଲୋକମାନେ ପିଇବେ ତାର ବନ୍ଦୋବସ୍ତ ହେବା ଦରକାର । ସେହିପରି ଯେଉଁମାନେ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ମାଗଣାରେ ଚିକିତ୍ସା କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ଲୋକଙ୍କ ପାଖରେ ଅର୍ଥ ନ ଥିବାରୁ ରୋଗର ଚିକିତ୍ସା କରି ନ ପାରି ପ୍ରାଣ ହରାଉଛନ୍ତି । ସରକାର ଲୋକଙ୍କ ଦୁଃଖ ନ ବୁଝିଲେ ଆମେ ଜଣେ ପରେ ଜଣେ ପ୍ରାଣ ହରାଇ ଚାଲିଥିବୁ ବୋଲି ସେ କ୍ଷୋଭର ସହ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri