ଅଧଫୁଟ୍‌ ତଳେ ବିଛା ଯାଉଛି ପାଣି ପାଇପ୍‌

ଡେରାବିଶ, ୧୫ା୫(ସ୍ବ.ପ୍ର.): ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ୩ ଫୁଟ ତଳେ ପାଣି ପାଇପ୍‌ ବିଛାଯିବାକୁ ନିୟମ ଥିବାବେଳେ ଅଧଫୁଟ ମାଟି ଖୋଳି ପକାଯାଉଛି। ମୋଟା ପାଇପ୍‌ ଜାଗାରେ ସରୁ ପାଇପ୍‌ ଲଗାଯାଉବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ପଦାଧିକାରୀଙ୍କ ମନମାନି ଯୋଗୁ ଲୋକମାନଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚତ୍ ପାରୁନାହିଁ ବୋଲି ଅଭିଯୋଗ ହେଉଛି।

କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁଇଜଣ ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି। ସେମାନେ ହେଲେ ବିଭୁଦତ୍ତ ଦାସ ଓ ଦେବାଶିଷ ଧଳ। ଦେବାଶିଷ ବ୍ଲକ ଦାୟିତ୍ୱରେ ଥିବାବେଳେ ବିଭୁଦତ୍ତ ଜେଇ-୧ ହୋଇ ଗୋଲରାହାଟ ପଞ୍ଚାୟତସ୍ଥିତ ପଣ୍ଡୁଆଠାରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ କାର୍ଯ୍ୟରତ। ବ୍ଲକର ବିଭିନ୍ନ ପଞ୍ଚାୟତରେ ପୂର୍ବରୁ ୬୩ ଏମ୍‌ଏମ୍‌ ପାଇପ୍‌ ବିଛାଯାଇ ଲୋକଙ୍କୁ ପାନୀୟ ଜଳ ଯୋଗାଯାଉଥିଲା। ଏହାଦ୍ୱାରା ପାଇପ୍‌ କଣା କରି ପାଣି ଚୋରି ହେବା ସହ କମ୍‌ କ୍ଷମତା ବିଶିଷ୍ଟ ପମ୍ପ ଥିବାରୁ ପାଣିର ସ୍ରୋତ ଗଁାର ଶେଷ ମୁଣ୍ଡଯାଏ ପହଞ୍ଚତ୍ ପାରୁ ନ ଥିଲା। ଫଳରେ ସରକାରଙ୍କ ଜଳ ଯୋଗାଣର ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ ଗଁାକୁ ପାଣି ଯାଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ନୂଆ ନିୟମ ଅନୁଯାୟୀ ୬୩ ଏମ୍‌ଏମ୍‌ ସ୍ଥାନରେ ମାତ୍ର ୨୦ ଏମ୍‌ଏମ୍‌ର ପାଇପ୍‌ ବିଛାଯିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରଥମ ଦଫାରେ ଗୋଲରାହାଟ, ପଲେଇ ଓ ହରିଅଙ୍କ ପଞ୍ଚାୟତରେ ଏହି ପାଇପ୍‌ ବିଛାଇବାକୁ ସରକାର ୩ କୋଟି ୭୦ ଲକ୍ଷ ଟଙ୍କାର ଟେଣ୍ଡର କରିଛନ୍ତି। କାମ ମଧ୍ୟ ଶେଷହେବାକୁ ବସିଲାଣି। ହେଲେ ସରକାରଙ୍କ ସମସ୍ତ ନିୟମକାନୁନ୍‌କୁ ମୋଡ଼ିମକଚି କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କୁ ସୁହାଇଲା ଭଳି ବେନିୟମ କାର୍ଯ୍ୟକୁ ସହଯୋଗ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ, ପାଇପ୍‌ ମାଟିର ଅଢ଼େଇ ଫୁଟ ତଳେ ବିଛା ହେବା କଥା। କିନ୍ତୁ ଗୋଲରାହାଟର ଡେରାବିଶ ମୁସ୍‌ଲିମ ବସ୍ତିରେ ଅଧଫୁଟରୁ ୧ ଫୁଟ ତଳେ ଏହି ପାଇପ୍‌ ବିଛାଯାଇଛି। ଏପରି କି ଗଁା ଦେଇ ପ୍ରବାହିତ ୯ନଂ. କେନାଲ କଡ଼େ କଡ଼େ ମାତ୍ର ଅଧଫୁଟ ତଳେ ପାଇପ୍‌ ବିଛାଯାଇଛି। ଏହି କେନାଲ ଉପରେ ପ୍ରତିଦିନ ଭାରିଯାନ ଯିବାଆସିବା କରୁଥିବାରୁ ପାଇପ୍‌ର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ୨୦୨୧ରେ ବାଲିଆ ପଞ୍ଚାୟତର ଧରମପୁରଠାରେ ଓଭର ହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ପାଖରେ ଥିବା ଦଳିତ ବସ୍ତିରେ ପାଇପ୍‌ ବିଛାଯାଇ ପାଣି ଦେବାର ବ୍ୟବସ୍ଥା ହୋଇଥିଲା। ଏହି ପାଇପ୍‌ ୩ ଫୁଟ୍‌ ତଳେ ବିଛାଯିବାର ନିୟମ ଥିବା ବେଳେ ମାତ୍ର ଫୁଟେରୁ ଦେଢ଼ଫୁଟ ମାଟି ତଳେ ଯାଇଛି, ଯାହା ଖୁବ୍‌ଶୀଘ୍ର ନଷ୍ଟ ହେବାର ସମ୍ଭାବନା ରହିଛି। ଦଳିତ ବସ୍ତିକୁ ବହୁଦିନ ଧରି ପାଣି ଯୋଗାଣର ବ୍ୟବସ୍ଥା କରାଯାଇ ନ ଥିଲା। ସେମାନେ କନିଷ୍ଠ ଯନ୍ତ୍ରୀ ଦାସଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନ ଥିଲା।

ସେହିଭଳି ଗୋଲରାହାଟ ପଞ୍ଚାୟତର କୁଅଁରପୁରଠାରେ ୧ କୋଟି ଟଙ୍କା ବ୍ୟୟରେ ଏକ ଓଭର ହେଡ୍‌ ଟାଙ୍କି ନିର୍ମାଣ ହୋଇଛି। ହେଲେ ଠିକ୍‌ ଭାବେ ପାଣିର ମାନ ପରୀକ୍ଷା କରା ନ ଯାଇ ତରବର ଭାବେ ପମ୍ପହାଉସ୍‌ ବସାଯାଇଛି। ଏହି ପାଣିରେ ଆଇରନ୍‌ ଆସୁଥିବାରୁ ଲୋକମାନଙ୍କ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଛି। ସରକାରୀ ଅର୍ଥ ଖର୍ଚ୍ଚ ପୂର୍ବରୁ ଠିକଣା ଭାବେ ପରୀକ୍ଷା ନିରୀକ୍ଷା କରାଯାଉ ନ ଥିବାରୁ ଏହାର ସୁଫଳ ମିଳିପାରୁନାହିଁ ବୋଲି ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଗ୍ରାମ୍ୟ ପାନୀୟ ଜଳ ବିଭାଗର ଦୁର୍ନୀତି ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ବ୍ଲକ ଅଞ୍ଚଳର ଜଳକ୍ଲିଷ୍ଟ ବ୍ୟକ୍ତିମାନେ ବହୁ ସୁଫଳ ପାଆନ୍ତେ। ସରୁ ପାଇପ୍‌ ବିଛାହେବା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ବିଭୁଦତ୍ତ ଦାସଙ୍କୁ ପଚାରିବାରୁ ନିର୍ମାଣର ପରବର୍ତ୍ତୀ ୫ ବର୍ଷ ଯାଏ ଠିକାସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବାକୁ ଚୁକ୍ତି କରିଛି। ମାତ୍ର ଅତ୍ୟଧିକ ଗ୍ରୀଷ୍ମପ୍ରବାହରେ ଜଳକ୍ଲିଷ୍ଟ ବ୍ୟକ୍ତିଙ୍କୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri