ଅଧଫୁଟ୍‌ ତଳେ ବିଛା ଯାଉଛି ପାଣି ପାଇପ୍‌

ଡେରାବିଶ, ୧୫ା୫(ସ୍ବ.ପ୍ର.): ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ୩ ଫୁଟ ତଳେ ପାଣି ପାଇପ୍‌ ବିଛାଯିବାକୁ ନିୟମ ଥିବାବେଳେ ଅଧଫୁଟ ମାଟି ଖୋଳି ପକାଯାଉଛି। ମୋଟା ପାଇପ୍‌ ଜାଗାରେ ସରୁ ପାଇପ୍‌ ଲଗାଯାଉବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ପଦାଧିକାରୀଙ୍କ ମନମାନି ଯୋଗୁ ଲୋକମାନଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚତ୍ ପାରୁନାହିଁ ବୋଲି ଅଭିଯୋଗ ହେଉଛି।

କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁଇଜଣ ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି। ସେମାନେ ହେଲେ ବିଭୁଦତ୍ତ ଦାସ ଓ ଦେବାଶିଷ ଧଳ। ଦେବାଶିଷ ବ୍ଲକ ଦାୟିତ୍ୱରେ ଥିବାବେଳେ ବିଭୁଦତ୍ତ ଜେଇ-୧ ହୋଇ ଗୋଲରାହାଟ ପଞ୍ଚାୟତସ୍ଥିତ ପଣ୍ଡୁଆଠାରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ କାର୍ଯ୍ୟରତ। ବ୍ଲକର ବିଭିନ୍ନ ପଞ୍ଚାୟତରେ ପୂର୍ବରୁ ୬୩ ଏମ୍‌ଏମ୍‌ ପାଇପ୍‌ ବିଛାଯାଇ ଲୋକଙ୍କୁ ପାନୀୟ ଜଳ ଯୋଗାଯାଉଥିଲା। ଏହାଦ୍ୱାରା ପାଇପ୍‌ କଣା କରି ପାଣି ଚୋରି ହେବା ସହ କମ୍‌ କ୍ଷମତା ବିଶିଷ୍ଟ ପମ୍ପ ଥିବାରୁ ପାଣିର ସ୍ରୋତ ଗଁାର ଶେଷ ମୁଣ୍ଡଯାଏ ପହଞ୍ଚତ୍ ପାରୁ ନ ଥିଲା। ଫଳରେ ସରକାରଙ୍କ ଜଳ ଯୋଗାଣର ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ ଗଁାକୁ ପାଣି ଯାଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ନୂଆ ନିୟମ ଅନୁଯାୟୀ ୬୩ ଏମ୍‌ଏମ୍‌ ସ୍ଥାନରେ ମାତ୍ର ୨୦ ଏମ୍‌ଏମ୍‌ର ପାଇପ୍‌ ବିଛାଯିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରଥମ ଦଫାରେ ଗୋଲରାହାଟ, ପଲେଇ ଓ ହରିଅଙ୍କ ପଞ୍ଚାୟତରେ ଏହି ପାଇପ୍‌ ବିଛାଇବାକୁ ସରକାର ୩ କୋଟି ୭୦ ଲକ୍ଷ ଟଙ୍କାର ଟେଣ୍ଡର କରିଛନ୍ତି। କାମ ମଧ୍ୟ ଶେଷହେବାକୁ ବସିଲାଣି। ହେଲେ ସରକାରଙ୍କ ସମସ୍ତ ନିୟମକାନୁନ୍‌କୁ ମୋଡ଼ିମକଚି କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କୁ ସୁହାଇଲା ଭଳି ବେନିୟମ କାର୍ଯ୍ୟକୁ ସହଯୋଗ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ, ପାଇପ୍‌ ମାଟିର ଅଢ଼େଇ ଫୁଟ ତଳେ ବିଛା ହେବା କଥା। କିନ୍ତୁ ଗୋଲରାହାଟର ଡେରାବିଶ ମୁସ୍‌ଲିମ ବସ୍ତିରେ ଅଧଫୁଟରୁ ୧ ଫୁଟ ତଳେ ଏହି ପାଇପ୍‌ ବିଛାଯାଇଛି। ଏପରି କି ଗଁା ଦେଇ ପ୍ରବାହିତ ୯ନଂ. କେନାଲ କଡ଼େ କଡ଼େ ମାତ୍ର ଅଧଫୁଟ ତଳେ ପାଇପ୍‌ ବିଛାଯାଇଛି। ଏହି କେନାଲ ଉପରେ ପ୍ରତିଦିନ ଭାରିଯାନ ଯିବାଆସିବା କରୁଥିବାରୁ ପାଇପ୍‌ର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ୨୦୨୧ରେ ବାଲିଆ ପଞ୍ଚାୟତର ଧରମପୁରଠାରେ ଓଭର ହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ପାଖରେ ଥିବା ଦଳିତ ବସ୍ତିରେ ପାଇପ୍‌ ବିଛାଯାଇ ପାଣି ଦେବାର ବ୍ୟବସ୍ଥା ହୋଇଥିଲା। ଏହି ପାଇପ୍‌ ୩ ଫୁଟ୍‌ ତଳେ ବିଛାଯିବାର ନିୟମ ଥିବା ବେଳେ ମାତ୍ର ଫୁଟେରୁ ଦେଢ଼ଫୁଟ ମାଟି ତଳେ ଯାଇଛି, ଯାହା ଖୁବ୍‌ଶୀଘ୍ର ନଷ୍ଟ ହେବାର ସମ୍ଭାବନା ରହିଛି। ଦଳିତ ବସ୍ତିକୁ ବହୁଦିନ ଧରି ପାଣି ଯୋଗାଣର ବ୍ୟବସ୍ଥା କରାଯାଇ ନ ଥିଲା। ସେମାନେ କନିଷ୍ଠ ଯନ୍ତ୍ରୀ ଦାସଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନ ଥିଲା।

ସେହିଭଳି ଗୋଲରାହାଟ ପଞ୍ଚାୟତର କୁଅଁରପୁରଠାରେ ୧ କୋଟି ଟଙ୍କା ବ୍ୟୟରେ ଏକ ଓଭର ହେଡ୍‌ ଟାଙ୍କି ନିର୍ମାଣ ହୋଇଛି। ହେଲେ ଠିକ୍‌ ଭାବେ ପାଣିର ମାନ ପରୀକ୍ଷା କରା ନ ଯାଇ ତରବର ଭାବେ ପମ୍ପହାଉସ୍‌ ବସାଯାଇଛି। ଏହି ପାଣିରେ ଆଇରନ୍‌ ଆସୁଥିବାରୁ ଲୋକମାନଙ୍କ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଛି। ସରକାରୀ ଅର୍ଥ ଖର୍ଚ୍ଚ ପୂର୍ବରୁ ଠିକଣା ଭାବେ ପରୀକ୍ଷା ନିରୀକ୍ଷା କରାଯାଉ ନ ଥିବାରୁ ଏହାର ସୁଫଳ ମିଳିପାରୁନାହିଁ ବୋଲି ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଗ୍ରାମ୍ୟ ପାନୀୟ ଜଳ ବିଭାଗର ଦୁର୍ନୀତି ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ବ୍ଲକ ଅଞ୍ଚଳର ଜଳକ୍ଲିଷ୍ଟ ବ୍ୟକ୍ତିମାନେ ବହୁ ସୁଫଳ ପାଆନ୍ତେ। ସରୁ ପାଇପ୍‌ ବିଛାହେବା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ବିଭୁଦତ୍ତ ଦାସଙ୍କୁ ପଚାରିବାରୁ ନିର୍ମାଣର ପରବର୍ତ୍ତୀ ୫ ବର୍ଷ ଯାଏ ଠିକାସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବାକୁ ଚୁକ୍ତି କରିଛି। ମାତ୍ର ଅତ୍ୟଧିକ ଗ୍ରୀଷ୍ମପ୍ରବାହରେ ଜଳକ୍ଲିଷ୍ଟ ବ୍ୟକ୍ତିଙ୍କୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି କହିଲେ…

ଭୁବନେଶ୍ୱର, ୧୭ା୯(ବନ୍ଦନା ସେଠୀ):ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର…

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?