ବନ ବିଭାଗ ଖାତାରେ ୨୬ ମୃତ, ମିସିଂ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ନଳପାହି ଗାଁର ଶିବପ୍ରସାଦ ବେହେରାଙ୍କ ସ୍ତ୍ରୀ ସରସ୍ବତୀଙ୍କ ୩ଟି ଝିଅ ଥିଲେ। ୪ର୍ଥ ଗର୍ଭରେ ପୁଅଟିଏ ହୋଇଛି। ଡାକ୍ତରଖାନାରେ ପୁଅ ଜନ୍ମର ଦୁଇଦିନ ପୂର୍ବରୁ ଶିବପ୍ରସାଦଙ୍କୁ କୁମ୍ଭୀର ନଦୀକୁ ଟାଣିନେଇ ମାରି ଦେଇଥିଲା। କେବଳ ଶିବପ୍ରସାଦ ନୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳରେ କୁମ୍ଭୀର ଆତଙ୍କ ବଢ଼ିଯାଇଛି। ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ନଦୀକୂଳ ଗାଧୁଆ ତୁଠରେ ତାରବାଡ଼ ନିର୍ମାଣ ହେଉନାହିଁ। ସେହିପରି ଗତ ୧୦ ବର୍ଷ ମଧ୍ୟରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁସଂଖ୍ୟା ୨୬ କାଗଜପତ୍ରରେ ଥିବା ବେଳେ ମୃତଦେହ ଉଦ୍ଧାର ନ ହେବାରୁ ନିଖୋଜଙ୍କ ସଂଖ୍ୟା ବହୁ ଅଧିକ ରହିଛି। ସ୍ଥାନୀୟ ଅଧିବାସୀ କୁହନ୍ତି, ମୃତଦେହ ନ ମିଳିବାରୁ କୁମ୍ଭୀର ବହୁ ଲୋକଙ୍କୁ ଟାଣି ନେଇଥିଲେ ମଧ୍ୟ ମିସିଂ କେସ୍‌ରେ ସୀମିତ ରହିଛି। ସେହିପରି ସଂରକ୍ଷିତ ବନ୍ୟଜନ୍ତୁଙ୍କ ଦ୍ୱାରା ମୃତାହତଙ୍କୁ କ୍ଷତିପୂରଣ ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଉପଯୁକ୍ତ ପରିମାଣରେ ମିଳୁନାହିଁ। କୁମ୍ଭୀର ଉପଦ୍ରବ ନଦୀ ତଟବର୍ତ୍ତୀ ଗାଧୁଆ ତୁଠରେ ତାରବାଡ଼ ଘେରାଇବା ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

ଏ ସମ୍ପର୍କରେ ରାଜନଗର ବ୍ଲକ ଭେକ୍ଟା ଗାଁର ରାମନାଥ ଦାସ କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକା ଓ ସଂରକ୍ଷଣ କେନ୍ଦ୍ରରେ ୧୭୦୦ରୁ ଅଧିକ ଲୁଣାକୁମ୍ଭୀର ଥିବା ବନ ବିଭାଗ ଗଣନା କରିଛି। ତେବେ ଏମାନଙ୍କ ସଂଖ୍ୟା ଅଧିକ ଅଛି। ଭିତରକନିକା ସଂଲଗ୍ନ ବିଭିନ୍ନ ନଦୀ ଏମାନଙ୍କ ବାସସ୍ଥାନ ହୋଇଛି। ଭୟଙ୍କର ଓ ସଂରକ୍ଷିତ ଜୀବ ହୋଇଥିବାରୁ ଏମାନଙ୍କ ନିକଟକୁ କେହି ଯାଆନ୍ତି ନାହିଁ। କୁମ୍ଭୀର ହାବୁଡ଼ରେ ପଡ଼ିବା ଉପାନ୍ତ ଅଞ୍ଚଳରେ ଏକ ନିତିଦିନିଆ ଘଟଣା ହୋଇଛି। ଭାଗ୍ୟ ଭଲ ଥିଲେ ଏମାନଙ୍କ ହାବୁଡ଼ରୁ ନିସ୍ତାର ମିଳେ। ୨୦୧୭ ମସିହାରେ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ମମତା ଦଳାଇ ନିଜ ଭଉଣୀକୁ ବଞ୍ଚାଇଥିବା ବେଳେ କଣ୍ଡିରା ଗାଁର ସିତୁ ମଲ୍ଲିକ ୨୦୧୮ରେ ଦାଦାଙ୍କୁ ବଞ୍ଚାଇ ଥିଲା। ଏହି ଦୁଇଜଣଙ୍କୁ ଶିଶୁ ସାହସିକତା ପୁରସ୍କାର ମିଳିଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଦୋଳଗୋବିନ୍ଦ ଜେନା କହିଛନ୍ତି, ସରକାରୀ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ଭିତରକନିକା ଆଖପାଖ ଅଞ୍ଚଳରେ ମାତ୍ର ୨୬ ଜଣଙ୍କୁ କୁମ୍ଭୀର ମାରିଛି। ତେବେ ଏହି ତଥ୍ୟ ଠିକ୍‌ ନୁହେଁ। କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ନ ମିଳିଲେ ଥାନାରେ ଏକ ମିସିଂ କେସ୍‌ ହେଉଛି। ଏପରି ଘଟଣାର ସ୍ଥାନୀୟ ୫ଟି ଥାନାରେ ଅନୁସନ୍ଧାନ କଲେ ଶତାଧିକ ମାମଲା ନଜରକୁ ଆସିଛି। ଏଥିସହ କୁମ୍ଭୀର ଆକ୍ରମଣ ସଂଖ୍ୟା ପ୍ରତିବର୍ଷ ୨୦ରୁ ଅଧିକ ହୋଇଛି। ତେବେ ଗତ ୧୦ ବର୍ଷ ମଧ୍ୟରେ ମାତ୍ର ୪୮ ଜଣ ଆହତ ହୋଇଥିବା ଓ ଗତ ୫ ବର୍ଷ ମଧ୍ୟରେ ମାତ୍ର ୩୬ଟି ପଶୁ ହାନି ହୋଇଥିବା ବନ ବିଭାଗ ଦର୍ଶାଇଛି। କୁମ୍ଭୀର ଆତଯାତ ନଦୀରେ ସ୍ବତନ୍ତ୍ର ଗାଧୁଆ ତୁଠ ନିର୍ମାଣ ଦାୟିତ୍ୱ ବନ ବିଭାଗ ନେଇଛି। ମାତ୍ର ଭିତରକନିକାସ୍ଥ ସମସ୍ତ ୪୧୮ ଗାଁରେ ଗାଧୁଆ ତୁଠ ନିର୍ମାଣ ହୋଇପାରିନାହିଁ। ଚଣ୍ଡିଆଗଡି ଗାଁର କିଶୋର ସରକାର କୁହନ୍ତି, କୁମ୍ଭୀର ଉପଦ୍ରବ ଥିବା ନଦୀକୂଳବାସୀଙ୍କ ପାଇଁ ସୁରକ୍ଷିତ ଗାଧୁଆ ତୁଠର ଆବଶ୍ୟକତା ଅଛି। ନଦୀକୂଳରେ ବହ୍ଲା ଓ ତାରଜାଲି ଦେଇ ଏହି ତୁଠ ହେବା କଥା। ତେବେ କେତେକ ସ୍ଥାନରେ ନିମ୍ନଧରଣର କାର୍ଯ୍ୟ ଯୋଗୁ ଏହି ତାରବାଡ଼ ରହୁନାହିଁ। ଗଡ଼ଗଡି, ବାଳକାଟୀ, ପତ୍ରପୁର, ନୂଆଗାଁଠାରୁ ଆରମ୍ଭ କରି ରାଜଗଡ଼, ନଳଦିଆ, ନରେନ୍ଦ୍ରପୁର, ନିମପୁର ଆଦି ନଦୀଘାଟ ଜନଜୀବନ ପାଇଁ ଅସୁରକ୍ଷିତ ହୋଇପଡିଛି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ବନାଞ୍ଚଳର ପଶୁପକ୍ଷୀଙ୍କୁ ସୁରକ୍ଷା ଦିଆଯାଉଛି। ଏଥିସହ କୁମ୍ଭୀର ଆକ୍ରମଣରୁ ବର୍ତ୍ତିିବା ଲାଗି ବିଭିନ୍ନ ନଦୀକୂଳରେ ସୁରକ୍ଷିତ ଗାଧୁଆ ତୁଠ ନିର୍ମାଣ ହେଉଛି। ସେହିପରି ଜନସଚେତନତା କାର୍ଯ୍ୟକ୍ରମ ସହ ମୃତାହତଙ୍କ ଅଭିଯୋଗକୁ ଭିତ୍ତିକରି କ୍ଷତିପୂରଣ ଦିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri