ବନ ବିଭାଗ ଖାତାରେ ୨୬ ମୃତ, ମିସିଂ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ନଳପାହି ଗାଁର ଶିବପ୍ରସାଦ ବେହେରାଙ୍କ ସ୍ତ୍ରୀ ସରସ୍ବତୀଙ୍କ ୩ଟି ଝିଅ ଥିଲେ। ୪ର୍ଥ ଗର୍ଭରେ ପୁଅଟିଏ ହୋଇଛି। ଡାକ୍ତରଖାନାରେ ପୁଅ ଜନ୍ମର ଦୁଇଦିନ ପୂର୍ବରୁ ଶିବପ୍ରସାଦଙ୍କୁ କୁମ୍ଭୀର ନଦୀକୁ ଟାଣିନେଇ ମାରି ଦେଇଥିଲା। କେବଳ ଶିବପ୍ରସାଦ ନୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳରେ କୁମ୍ଭୀର ଆତଙ୍କ ବଢ଼ିଯାଇଛି। ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ନଦୀକୂଳ ଗାଧୁଆ ତୁଠରେ ତାରବାଡ଼ ନିର୍ମାଣ ହେଉନାହିଁ। ସେହିପରି ଗତ ୧୦ ବର୍ଷ ମଧ୍ୟରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁସଂଖ୍ୟା ୨୬ କାଗଜପତ୍ରରେ ଥିବା ବେଳେ ମୃତଦେହ ଉଦ୍ଧାର ନ ହେବାରୁ ନିଖୋଜଙ୍କ ସଂଖ୍ୟା ବହୁ ଅଧିକ ରହିଛି। ସ୍ଥାନୀୟ ଅଧିବାସୀ କୁହନ୍ତି, ମୃତଦେହ ନ ମିଳିବାରୁ କୁମ୍ଭୀର ବହୁ ଲୋକଙ୍କୁ ଟାଣି ନେଇଥିଲେ ମଧ୍ୟ ମିସିଂ କେସ୍‌ରେ ସୀମିତ ରହିଛି। ସେହିପରି ସଂରକ୍ଷିତ ବନ୍ୟଜନ୍ତୁଙ୍କ ଦ୍ୱାରା ମୃତାହତଙ୍କୁ କ୍ଷତିପୂରଣ ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଉପଯୁକ୍ତ ପରିମାଣରେ ମିଳୁନାହିଁ। କୁମ୍ଭୀର ଉପଦ୍ରବ ନଦୀ ତଟବର୍ତ୍ତୀ ଗାଧୁଆ ତୁଠରେ ତାରବାଡ଼ ଘେରାଇବା ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

ଏ ସମ୍ପର୍କରେ ରାଜନଗର ବ୍ଲକ ଭେକ୍ଟା ଗାଁର ରାମନାଥ ଦାସ କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକା ଓ ସଂରକ୍ଷଣ କେନ୍ଦ୍ରରେ ୧୭୦୦ରୁ ଅଧିକ ଲୁଣାକୁମ୍ଭୀର ଥିବା ବନ ବିଭାଗ ଗଣନା କରିଛି। ତେବେ ଏମାନଙ୍କ ସଂଖ୍ୟା ଅଧିକ ଅଛି। ଭିତରକନିକା ସଂଲଗ୍ନ ବିଭିନ୍ନ ନଦୀ ଏମାନଙ୍କ ବାସସ୍ଥାନ ହୋଇଛି। ଭୟଙ୍କର ଓ ସଂରକ୍ଷିତ ଜୀବ ହୋଇଥିବାରୁ ଏମାନଙ୍କ ନିକଟକୁ କେହି ଯାଆନ୍ତି ନାହିଁ। କୁମ୍ଭୀର ହାବୁଡ଼ରେ ପଡ଼ିବା ଉପାନ୍ତ ଅଞ୍ଚଳରେ ଏକ ନିତିଦିନିଆ ଘଟଣା ହୋଇଛି। ଭାଗ୍ୟ ଭଲ ଥିଲେ ଏମାନଙ୍କ ହାବୁଡ଼ରୁ ନିସ୍ତାର ମିଳେ। ୨୦୧୭ ମସିହାରେ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ମମତା ଦଳାଇ ନିଜ ଭଉଣୀକୁ ବଞ୍ଚାଇଥିବା ବେଳେ କଣ୍ଡିରା ଗାଁର ସିତୁ ମଲ୍ଲିକ ୨୦୧୮ରେ ଦାଦାଙ୍କୁ ବଞ୍ଚାଇ ଥିଲା। ଏହି ଦୁଇଜଣଙ୍କୁ ଶିଶୁ ସାହସିକତା ପୁରସ୍କାର ମିଳିଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଦୋଳଗୋବିନ୍ଦ ଜେନା କହିଛନ୍ତି, ସରକାରୀ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ଭିତରକନିକା ଆଖପାଖ ଅଞ୍ଚଳରେ ମାତ୍ର ୨୬ ଜଣଙ୍କୁ କୁମ୍ଭୀର ମାରିଛି। ତେବେ ଏହି ତଥ୍ୟ ଠିକ୍‌ ନୁହେଁ। କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ନ ମିଳିଲେ ଥାନାରେ ଏକ ମିସିଂ କେସ୍‌ ହେଉଛି। ଏପରି ଘଟଣାର ସ୍ଥାନୀୟ ୫ଟି ଥାନାରେ ଅନୁସନ୍ଧାନ କଲେ ଶତାଧିକ ମାମଲା ନଜରକୁ ଆସିଛି। ଏଥିସହ କୁମ୍ଭୀର ଆକ୍ରମଣ ସଂଖ୍ୟା ପ୍ରତିବର୍ଷ ୨୦ରୁ ଅଧିକ ହୋଇଛି। ତେବେ ଗତ ୧୦ ବର୍ଷ ମଧ୍ୟରେ ମାତ୍ର ୪୮ ଜଣ ଆହତ ହୋଇଥିବା ଓ ଗତ ୫ ବର୍ଷ ମଧ୍ୟରେ ମାତ୍ର ୩୬ଟି ପଶୁ ହାନି ହୋଇଥିବା ବନ ବିଭାଗ ଦର୍ଶାଇଛି। କୁମ୍ଭୀର ଆତଯାତ ନଦୀରେ ସ୍ବତନ୍ତ୍ର ଗାଧୁଆ ତୁଠ ନିର୍ମାଣ ଦାୟିତ୍ୱ ବନ ବିଭାଗ ନେଇଛି। ମାତ୍ର ଭିତରକନିକାସ୍ଥ ସମସ୍ତ ୪୧୮ ଗାଁରେ ଗାଧୁଆ ତୁଠ ନିର୍ମାଣ ହୋଇପାରିନାହିଁ। ଚଣ୍ଡିଆଗଡି ଗାଁର କିଶୋର ସରକାର କୁହନ୍ତି, କୁମ୍ଭୀର ଉପଦ୍ରବ ଥିବା ନଦୀକୂଳବାସୀଙ୍କ ପାଇଁ ସୁରକ୍ଷିତ ଗାଧୁଆ ତୁଠର ଆବଶ୍ୟକତା ଅଛି। ନଦୀକୂଳରେ ବହ୍ଲା ଓ ତାରଜାଲି ଦେଇ ଏହି ତୁଠ ହେବା କଥା। ତେବେ କେତେକ ସ୍ଥାନରେ ନିମ୍ନଧରଣର କାର୍ଯ୍ୟ ଯୋଗୁ ଏହି ତାରବାଡ଼ ରହୁନାହିଁ। ଗଡ଼ଗଡି, ବାଳକାଟୀ, ପତ୍ରପୁର, ନୂଆଗାଁଠାରୁ ଆରମ୍ଭ କରି ରାଜଗଡ଼, ନଳଦିଆ, ନରେନ୍ଦ୍ରପୁର, ନିମପୁର ଆଦି ନଦୀଘାଟ ଜନଜୀବନ ପାଇଁ ଅସୁରକ୍ଷିତ ହୋଇପଡିଛି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ବନାଞ୍ଚଳର ପଶୁପକ୍ଷୀଙ୍କୁ ସୁରକ୍ଷା ଦିଆଯାଉଛି। ଏଥିସହ କୁମ୍ଭୀର ଆକ୍ରମଣରୁ ବର୍ତ୍ତିିବା ଲାଗି ବିଭିନ୍ନ ନଦୀକୂଳରେ ସୁରକ୍ଷିତ ଗାଧୁଆ ତୁଠ ନିର୍ମାଣ ହେଉଛି। ସେହିପରି ଜନସଚେତନତା କାର୍ଯ୍ୟକ୍ରମ ସହ ମୃତାହତଙ୍କ ଅଭିଯୋଗକୁ ଭିତ୍ତିକରି କ୍ଷତିପୂରଣ ଦିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?