ଧାନବିହନ ମୂଲ୍ୟ ବୃଦ୍ଧିକୁ ବିରୋଧ

ଭୋଗରାଇ,୧୫।୫(ଡିି.ଏନ.ଏ.) :ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନ କୁଇଣ୍ଟାଲ ପିଛା ୩୫ ଟ. ୭କୁ ବୃଦ୍ଧି କରିଥିବା ବେଳେ ଅଣଧାନ ଚାଷ ପାଇଁ ସମପରିମାଣର ମୂଲ୍ୟ ବୃଦ୍ଧି କରିଛନ୍ତି। ଏଥିପାଇଁ ଚାଷୀକୁଳ ଓ ଡିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ପରିସଙ୍ଖାନ ଅନୁଯାୟୀ, ଧାନର ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି ଓ ପରିବହନ ଖର୍ଚ୍ଚକୁ ଆଧାର କରି ଧାନ ସହିତ ତୈଳବୀଜର ଏଭଳି ମୂଲ୍ୟବୃଦ୍ଧି କରାଯାଇଥିବା ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ହେଲେ ଦୁଇବର୍ଷ ଧରି ମହାମାରୀ କରୋନା କାଳରେ ଚାଷୀଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା ବେଳେ ଧାନ ବିହନ ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ବୋଲି ଚାଷୀ ଏବଂ ଚାଷୀ ସଙ୍ଗଠନ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ଓଡ଼ିଶା କୃଷିବିଭାଗ ଓ ବିହନ ନିଗମ ସବ୍‌ସିଡି ହାରରେ କୃଷକ ଓ ଡିଲରଙ୍କୁ ସମବାୟ ସମିତି ମାଧ୍ୟମରେ ଯୋଗାଇ ଆସୁଥିବା ବିହନ ପୁରା ଦାମ୍‌ରେ ଚାଷୀଙ୍କୁ କିଣିବାକୁ ସୂଚନା ଦିଆଯାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଭାଳେଣୀ ପଡ଼ିଛି। ବିଭାଗ ପକ୍ଷରୁ କୁଇଣ୍ଟାଲ ପିଛା ସବ୍‌ସିଡି ରିହାତି ଚାଷୀଙ୍କ ଆକାଉଣ୍ଟକୁ ଯିବ ବୋଲି କୁହାଯାଉଛି। ହେଲେ ଚାଷୀଙ୍କ ବ୍ୟାଙ୍କ ଖାତାକୁ କେତେଦିନ ମଧ୍ୟରେ ସବ୍‌ସିଡି ଅର୍ଥ ଆସିବ ସେନେଇ ସ୍ପଷ୍ଟ ନୀତି ନିର୍ଦ୍ଧାରଣ ହୋଇନାହିଁ ବୋଲି କୃଷି ବିଭାଗ ସୂତ୍ରରୁ ଜଣାଯାଇଛି। ଓଡ଼ିଶା ଚାଷୀଙ୍କ ପାଇଁ ୧୦ ଲକ୍ଷ କୁଇଣ୍ଟାଲ ଧାନ ଆବଶ୍ୟକ ଥିବା ବେଳେ ବିହନ ନିଗମକୁ ୧୦ରୁ ୧୫ କିସମର ମାତ୍ର ୪ହଜାର କୁଇଣ୍ଟାଲ ବିହନ ଧାନ ବିହନ ଯୋଗାଇ ଦିଆଯିବ ବୋଲି ଚିଠିରେ ଦର୍ଶାଯାଇଛି। ନୂତନ କୃଷିନୀତି ଅବିଳମ୍ବେ ପ୍ରତ୍ୟାହାର କରି ପୂର୍ବ ନିର୍ଦ୍ଧାରିତ ସବ୍‌ସିଡି ହାରରେ କୃଷକଙ୍କୁ ସରଳ ଭାବେ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଇଦେବାକୁ ଓଡ଼ିଶା ନବ ନିର୍ମାଣ କୃଷକ ସଙ୍ଗଠନ ସହିତ ବିଭିନ୍ନ ରାଜନୈତିକ ଦଳର କୃଷକ ସଙ୍ଗଠନ ଦାବି କରିଛନ୍ତି। ସରକାରଙ୍କ ବିହନ ମୂଲ୍ୟ ବୃଦ୍ଧି ସହିତ ପୁରାଦାମରେ ବିହନ ନିଗମରୁ ବିହନ କିଣିବାକୁ ଚାଷୀଙ୍କୁ କୁହାଯାଇଥିବାରୁ ଚାଷୀମାନେ ମୁହଁ ମୋଡ଼ୁଛନ୍ତି। ଫଳରେ ବିହନ ନିଗମରୁ ଧାନ କିଣିବା ନେଇ ସଂଶୟ ଦେଖାଦେଇଛି। ଏଭଳି ସ୍ଥିତି ରହିଲେ ବିହନ ନିଗମ ପ୍ରଭାବିତ ହେବା ସହିତ ଧାନ ବିକ୍ରି ଆଶାନୁରୂପେ ନ ହେବାର ଆଶଙ୍କା ରହିଛି। ବାଲେଶ୍ୱର ଜିଲାରେ ଖରିଫ ଋତୁରେ ୧୨ଟି ବ୍ଲକରେ ସମୁଦାୟ ୧ଲକ୍ଷ ୯୮ ହଜାର ହେକ୍ଟର ଧାନଚାଷ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ବିହନ ନିଗମରେ ଆବଶ୍ୟକ ଧାନ ବିହନ ଗଚ୍ଛିତ ଅଛି ବୋଲି ଜିଲା କୃଷିବିଭାଗ ମୁଖ୍ୟ ନିକୁଞ୍ଜ ରାଉତ ପ୍ରକାଶ କରିଛନ୍ତି। ପୁରା ଦାମ୍‌ରେ ଚାଷୀମାନେ ଧାନ କ୍ରୟକୁ ନେଇ ୩/୪ ଦିନରେ ସ୍ପଷ୍ଟ ନୀତି ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଜିଲାରେ ୧୭୫ ଜଣ ଡିଲର କାର୍ଯ୍ୟକ୍ଷମ ଥିବାବେଳେ ୩୯୫୬ଟି ସେବା ସମବାୟ ସମିତି ବିହନ ବିକ୍ରି କରିପାରିବେ ଓ ବିଭିନ୍ନ କିସମର ବିହନ ଗଚ୍ଛିତ ରହିଛି ବୋଲି ବିହନ ନିଗମର ଜୋନାଲ ମ୍ୟାନେଜର ସୁଦାମଚନ୍ଦ୍ର ନାୟକ କହିଛନ୍ତି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବାଲେଶ୍ୱର ଜିଲାର ଚାଷୀମାନେ ଆବଶ୍ୟକ ଅନୁଯାୟୀ ଗଭୀର ଓ ଲୁଣା ମିଶ୍ରିତ ଜମିରେ ବର୍ଷା, ସରଳା, ଲୁଣିଶ୍ରୀ ଭଳି କିସମର ଧାନ ବିହନ ଚାଷ କରିବାକୁ ଆଗ୍ରହୀ ଥିବା ବେଳେ ସେହି କିସମର ବିହନ ସେମାନଙ୍କୁ ମିଳୁନି। ଫଳରେ ବାହାର ରାଜ୍ୟରୁ ଅଧିକ ଦାମରେ କିଣିବାକୁ ବାଧ୍ୟ ହେଉଛନ୍ତି। ଅବିଳମ୍ବେ ସରକାର ନୂତନ ଚାଷୀ ନୀତି ପ୍ରତ୍ୟାହାର କରିବା ସହିତ ସବସିଡି କାଟି ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ବିହନ ଯୋଗାଇ ଦେବାକୁ ଭୋଗରାଇ ଅଞ୍ଚଳର ଚାଷୀ ନୀଳକଣ୍ଠ ଘୋଷ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?