୨୩ ଦିନରେ କର୍ମଚାରୀଙ୍କ ଧାରଣା

ଭଦ୍ରକ ଅଫିସ, ୧୮।୫ – ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଫାଟକ ସମ୍ମୁଖରେ କର୍ମଚାରୀମାନଙ୍କ ଧାରଣା ୨୩ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୨୫ରୁ ଧାରଣା ଆରମ୍ଭ ହୋଇଥିବା ବେଳେ ୨୯ ତାରିଖରେ ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର, ଗ୍ରାମାଞ୍ଚଳ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, କଲେଜ ଅଧ୍ୟକ୍ଷ ଡ. ମୋହନ ପଣ୍ଡା ଧାରଣାରତ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। କଲେଜର ବିଭିନ୍ନ ସୂତ୍ରରୁ ଆସୁଥିବା ଅର୍ଥକୁ ହିସାବ କରି କର୍ମଚାରୀମାନଙ୍କ ବକେୟା ଦରମା ପ୍ରଦାନ କରାଯିବ ବୋଲି ଉପଜିଲାପାଳ କହିଥିଲେ। କଲେଜ ଆୟବ୍ୟୟ ହିସାବରେ ଧାରଣା ଦେଇଥିବା କର୍ମଚାରୀଙ୍କୁ ସାମିଲ ନିମନ୍ତେ ସେମାନେ ଦାବି କରିଥିଲେ। ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବାରୁ ଧାରଣା ଜାରି ରହିଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ଏହି ଧାରଣା ଚାଲିଥିବା ବେଳେ ଧାରଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ନ ଆସିବା ସେମାନଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି।
କର୍ମଚାରୀଙ୍କୁ ପ୍ରତି ମାସ ୭ ତାରିଖରେ ନିୟମିତ ଦରମା ପ୍ରଦାନ, ୧୭ ମାସର ବକେୟା ପ୍ରାପ୍ୟ, ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ବକେୟା, ଏଲ୍‌ଆଇସି, ଇପିଏଫ୍‌, ଇଏସ୍‌ଆଇ, ବ୍ୟାଙ୍କ ଲୋନର କିସ୍ତି ନିର୍ଦ୍ଧାରିତ ସମୟରେ ଦାଖଲ କରିବା ଆଦି ଦାବିରେ କର୍ମଚାରୀ ସଂଘ ପକ୍ଷରୁ ପ୍ରବୀର ମହାନ୍ତି, ବୀରେନ୍ଦ୍ର ବାରିକ, ପ୍ରଫୁଲ୍ଲ ଜେନା, ବିଜୟ ରାଉତ, ରଶ୍ମି ପଣ୍ଡା, ରଘୁନାଥ ନାୟକ, ନିତ୍ୟାନନ୍ଦ ଜେନା ପ୍ରମୁଖ କର୍ମଚାରୀ ଧାରଣାରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଆର୍‌ପିଏଫ୍‌ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୯।୧୦:ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ସୁବର୍ଣ୍ଣପୁର ସହର ମଝିପଡ଼ାର ପ୍ରତାପ କୁମାର ନାଏକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମାଆଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରତାପ ନିଜ ଘରକୁ ଫେରୁଥିଲେ।...

ମହାପ୍ରଭୁଙ୍କ ଟଙ୍କାରେ ମଉଜ

ପୁରୀ ଅଫିସ, ୮।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ ଜାରି କରିଛି କଟକଣା। ଏହି ବ୍ୟାଙ୍କର ଦୁର୍ବଳ ଆର୍ଥତ୍କ ସ୍ଥିତି...

ପାର୍କ ପୁନରୁଦ୍ଧାର ନେଇ ଅଣ୍ଟା ଭିଡିଲେ ସ୍ଥାନୀୟ ଯୁବକ

ଏମଭି-୭୯,୧୫ା୧(ଡିଏନ.ଏ.): ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏମଭି-୭୯ସ୍ଥିତ ଏକମାତ୍ର ପାର୍କ ଏବେ ଘନ ଜଙ୍ଗଲରେ ପରିଣତ ହୋଇଛି । ଏହି ପାର୍କଟିରେ ଏବେ ବୁଲା ଗୋରୁ ତଥା...

‘ବେଆଇନ ବାଲିଚାଲାଣ ଉପରେ ଲଗାମ ଲଗାଯିବ’

ଜଳେଶ୍ୱର, ୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲାର ନୂତନ ଜିଲାପାଳ ଭାବେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦାୟିତ୍ୱ ନେବା ପରେ ଗୁରୁବାର ପୂର୍ବାହ୍ନରେ ଜଳେଶ୍ୱର ତହସିଲ ପରିସରରେ ଅଚାନକ ପହଞ୍ଚିଥିଲେ।...

ନିରାଶ କଲା ଶ୍ରାବଣ

ଢେଙ୍କାନାଳ ଅଫିସ, ୫।୮ – ସରିଗଲା ଶ୍ରାବଣ। ଆକାଶକୁ ଚାହିଁ ଚାହିଁ ନିରାଶ ହେଲେ ଚାଷୀ। ଆବଶ୍ୟକ ବର୍ଷା ହେଲାନି। ଯେତିକି ହେଲା ସେତକିରେ ଭୂଇଁ...

ଟୁକୁଣାରେ ରାସ ପଞ୍ଚକ ଉତ୍ସବ: ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଆନନ୍ଦପୁର,୧୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟୁକୁଣା ଗ୍ରାମରେ ରାସ ପଞ୍ଚକ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହେଉଛି। ରାସ କମିଟିର ସଭାପତି ଅଜୟ ମିଶ୍ର ଓ...

୧୦ ଜୁଆଡି ଗିରଫ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.)-କେନ୍ଦୁଝର ଟାଉନ ଥାନା ପୋଲିସ ମଙ୍ଗଳବାର ଜୁଆ ଖେଳୁଥିବା ୧୦ ଜଣ ଜୁଆଡିଙ୍କୁ ଶିରିପୁର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି...

ମାମୁ ଉପରେ ଗରମ ତେଲ ପକାଇ ଭଣଜା ଗିରଫ

ପୁରୀ ଅଫିସ,୧୬।୨: ବଳିଆପଣ୍ଡା ଥାନା ଅନ୍ତର୍ଗତ ସିପସୁରୁବାଲି ଗ୍ରାମରେ ଗରମ ପାଣି ଓ ତେଲ ପକାଇ ମାମୁ ଏବଂ ତାଙ୍କ ସାଙ୍ଗକୁ ଜୀବନରୁ ମାରିବା ଅଭିଯୋଗରେ...

Advertisement
Archives

Model This Week