ସରିଲା ଜଉକଣ୍ଢେଇ ଲଗ୍ନଧରା

ବାଲେଶ୍ୱର ଅଫିସ, ୧୮।୫ – ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘରର ଲଗ୍ନଧରା ସୋମବାର ମହା ଆଡ଼ମ୍ବରରେ ଶେଷ ହୋଇଛି। ବାଲିଆ ବୃନ୍ଦାବନ ବିହାର ଅଞ୍ଚଳର କୈଳାଶ ଚନ୍ଦ୍ର ପରିଡ଼ା ଓ ସୁପ୍ରିୟା ପରିଡ଼ା ବର ଜୟଦେବ (ଜଉକଣ୍ଢେଇ)ର କର୍ତ୍ତା ଓ କର୍ତ୍ତୀ ଭାବେ ଓ ଗଡ଼ଗଡିଆ ଛକ ଅଞ୍ଚଳର ମଦନ ସରାଉଗୀ ଓ ଅଞ୍ଜୁ ସରାଉଗୀ କନ୍ୟା ପଦ୍ମାବତୀ (ଜଉକଣ୍ଢେଇ)ର କର୍ତ୍ତା ଓ କର୍ତ୍ତୀ ଚଳିତବର୍ଷ ସ୍ବୀକୃତ ହୋଇଛନ୍ତି। ଆସନ୍ତା ୨୬ ତାରିଖରେ ବାହାଘର ହେବାର ଲଗ୍ନ ସ୍ଥିର ହୋଇଛି।
ବର ପକ୍ଷରୁ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି କର୍ମକର୍ତ୍ତାମାନେ ସିନେମା ଛକର ସିଦ୍ଧି ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରି କନ୍ୟା ଘର ମୋତିଗଞ୍ଜର ମାରଓ୍ବାଡି ରାଧାକୃଷ୍ଣ ମନ୍ଦିରକୁ ଯାଇଥିଲେ। ଉଭୟ ପକ୍ଷ ଉପସ୍ଥିତିରେ ବୈଦିକ ରୀତିନୀତିରେ ଲଗ୍ନଧରା ଆରମ୍ଭ ହୋଇଥିଲା। ଉଭୟ ପକ୍ଷରୁ ଯୌତୁକ ଦାବି କରାଯାଇଥିଲା। ବରପକ୍ଷର ଯୌତୁକ-ଦୁଇଟି ଗରିବ ଝିଅର ବାହାଘର ଓ ଅତି କମ୍‌ରେ ୫୦୦ ୟୁନିଟ ରକ୍ତଦାନ ଶିବିର। ସେହିପରି କନିଆ ପକ୍ଷରୁ ୧୦୧ ନେତ୍ରଦାନ ଭଳି ଯୌତୁକ ଦେଣନେଣରେ ମଞ୍ଜୁରୀ ମିଳିଥିଲା। ଜଉକଣ୍ଢେଇ ବାହାଘର ଉତ୍ସବ କମିଟିରୁ ସଭାପତି ସୁବାସିନୀ ଜେନା, ଉପେନ୍ଦ୍ର ନାଥ ପାତ୍ର, ଶିଳ୍ପୀ କେଶୁଦାସ, ଡ. କୁମାର ଗୋପାଳ, ଇଂ. ହୃଷିକେଶ ସାହୁ, ବ୍ରହ୍ମନାଥ ରଥ, ଗୌରାଙ୍ଗ ପାଣିଗ୍ରାହୀ, ରଘୁନାଥ ଲେଙ୍କା, ରାଜେଶ ଗିରି, ଡ. ଅରବିନ୍ଦ ଗିରି, ଡ. ପ୍ରଦୀପ ଭୌମିକ, ବ୍ୟୋମନାଥ ରଥ ପ୍ରମୁଖ ଅରୁଆ ଚାଉଳ ଓ ଫୁଲ ଦେଇ କନ୍ୟା ପଦ୍ମାବତୀଙ୍କୁ ଆଶୀର୍ବାଦ ଦେଇଥିଲେ। କନ୍ୟାଘର ପକ୍ଷରୁ ମାରୱାଡ଼ି ଯୁବ ମଞ୍ଚର ନଓଲ ଅଗ୍ରୱାଲ, ପ୍ରକାଶ ପୋଦ୍ଦାର, ଶିବୁ ପୋଦ୍ଦାର, ପିଣ୍ଟୁ ପୋଦ୍ଦାର, ସୁଶୀଳ ଜଳାନ, ଦ୍ୱାରିକା ପ୍ରସାଦ ମୋର୍‌, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀ, ଓଡ଼ିଶା ପ୍ରଦେଶ, ବାଲେଶ୍ୱର ଶାଖାର ପ୍ରିୟା ଅଗ୍ରୱାଲ, ସୋନାଲ ମୋଦୀ, ପ୍ରୀତି ଖଣ୍ଡେଲୱାଲ, ସୀମା ଅଗୱାଲ, ନିଶା ମୋଦୀ, ସୁନିତା ମିଶ୍ରା, ସୁନିତା ପୋଦ୍ଦାର, ସୁଧା ଅଗ୍ରୱାଲ, ମଞ୍ଜୁ ଅଗୱାଲ, ମନୀଷା ମୋଦୀ, ରାଧା ମୋଦି, ସୁନିତା ଅଗ୍ରୱାଲ ପ୍ରମୁଖ ସମସ୍ତଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?