ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍
ମୁନିଗୁଡ଼ା,୨୮ା୧: ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ମୁନିଖୋଲ ସନ୍ନିକଟ ମଶାଣି ନାଳ ନିକଟରେ ଗୁରୁବାର ଏକ ମାଲବାହୀ ଟ୍ରେନ୍(ତୈଳ ଟ୍ୟାଙ୍କର) ଲାଇନଚ୍ୟୁତ ହୋଇଛି। ଏହାଦ୍ୱାରା ଡାଉନ୍ଲାଇନରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା...
୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲ୍
କେନ୍ଦୁଝର,୨୮ା୧(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଦୌରାଜଜ ବେଣୁଧର ପାତ୍ର ଏକ ଗଣବଳାତ୍କାର ମାମଲାର ଶୁଣାଣି କରି ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡାଦେଶ କରିବା ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ କରାଦଣ୍ଡ...
୫ ଘଣ୍ଟା ଫସିଲେ କଳାହାଣ୍ଡିର କଳାକାର
ଭବାନୀପାଟଣା,୨୮।୧: ନୂଆଦିଲ୍ଲୀଠାରେ ୨୬ ତାରିଖରେ କୃଷକ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସା ଏବଂ ଭଙ୍ଗାରୁଜା ଯୋଗୁ ରାସ୍ତାରେ ୫ ଘଣ୍ଟା ଫସି ରହିଥିଲେ କଳାହାଣ୍ଡି ଜିଲାର ବଜାଶାଲ କଳାକାର। ଶେଷରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ...
ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ମନ୍ତ୍ରୀ
ଜୁନାଗଡ଼,୨୭।୧: କଳାହାଣ୍ଡି ଜିଲା ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ବିଧ୍ୟାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ସ୍କୁଲର ବିକାଶ କରିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ସେ...
ବୃଦ୍ଧ ଦମ୍ପତିଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଚୋରି
ଭବାନୀପାଟଣା,୨୮।୧: କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ଇନ୍ଦ୍ରମାଲ ଗ୍ରାମର ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର କାହ୍ନୁ ସାହୁ (୭୫) ଓ ତାଙ୍କ...
ପୋଲ ନିର୍ମାଣ ବେଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଉରା-ଚନ୍ଦାବିଲାଠାରେ ନିର୍ମାଣାଧିନ ପୋଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ଧାନଶୋଳ ଗ୍ରାମର ଦୀପକ ସିଂ (୩୨)। ତାଙ୍କ...
କାର ଚକା ଫାଟି ଜଣଙ୍କ ଜୀବନ ଗଲା, ୨ ଗୁରୁତର
ଛତ୍ରପୁର,୨୮।୧: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଗୁରୁବାର ଏକ କାର ଚକା ଫାଟିଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟାଙ୍ଗୀ ଅଞ୍ଚଳର ସାଜିଦ୍। ସିଦ୍ଧାର୍ଥ ପଟ୍ଟନାୟକ...
ସ୍ତ୍ରୀ ହତ୍ୟାକାରୀଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ
ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ଅତିରିକ୍ତ ଜିଲା ଓ ଦୌରା ଜଜଙ୍କ କୋର୍ଟରେ ବୁଧବାର ଏକ ଯୌତୁକ ଜନିତ ସ୍ତ୍ରୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଓ ଦୌରାଜଜ(୧) ପ୍ରବୀର କୁମାର ଚୌଧୁରୀ ଏହାର ବିଚାର...
ପ୍ରତାପଙ୍କୁ ମିଳିଲା ପିପିଲି ଦାୟିତ୍ୱ
ଭୁବନେଶ୍ୱର,୨୮।୧(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ମିଳିବା ପରେ ପ୍ରତାପ ପିପିଲି ନିର୍ବାଚନମଣ୍ଡଳୀ...
ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ
ରାୟଗଡ଼ା ଅଫିସ,୨୮।୧: ରାୟଗଡ଼ା ଜିଲା ବିଷମକଟକରେ ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଅଟକ ରଖିଥିଲେ ଗ୍ରାମବାସୀ। ତେବେ ଅଟକ ଥିବା ଯୁବକଙ୍କୁ ବିଷମକଟକ ପୋଲିସ ଉଦ୍ଧାର କରିଛି। ବିଷମକଟକ ଥାନା ଅନ୍ତର୍ଗତ ମିନାହଲାରେ ଏହି ଘଟଣା...
ବ୍ୟବସାୟୀଙ୍କୁ ମାଡ଼ମାରି ନେଇଗଲେ ୬.୭୨ଲକ୍ଷ
ବେଗୁନିଆ,୨୮।୧(ଡି.ଏନ୍.ଏ.): ବେଗୁନିଆ ଥାନା ଅଧୀନ ପିଚୁକୁଳି-ସାନପଦର ଗ୍ରାମ ମଧ୍ୟରେ ଥିବା କେନାଲ ନିକଟରେ ମଙ୍ଗଳବାର ରାତିରେ କେତେଜଣ ଦୁର୍ବୃତ୍ତ ଦୁଇ ଗୋରୁ ବ୍ୟବସାୟୀଙ୍କୁ ମାଡ଼ମାରି ୬,୭୨,୦୦୦ଟଙ୍କା ଲୁଟି ନେଇଛନ୍ତି। ବ୍ୟବସାୟୀ ଲିୟାକତ ଖାନ ଓ ମୁସ୍ତାଫା ଖାନଙ୍କ ଅଭିଯୋଗକ୍ରମେ ପୋଲିସ...
ମହିଳାଙ୍କୁ ପ୍ରତାରଣା: ଜେଲ ଗଲେ ଏସ୍ଆଇ
ଖୋର୍ଦ୍ଧା ଅଫିସ,୨୭ା୧: ଖାକିରେ ଲାଗିଲା କଳଙ୍କ। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଏସ୍ଆଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭୂଷଣ୍ଡପୁର ଅଞ୍ଚଳର ଟାଙ୍ଗୀ...
Archives


