ମହିଳାଙ୍କୁ ପ୍ରତାରଣା: ଜେଲ ଗଲେ ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୨୭ା୧: ଖାକିରେ ଲାଗିଲା କଳଙ୍କ। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଏସ୍‌ଆଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭୂଷଣ୍ଡପୁର ଅଞ୍ଚଳର ଟାଙ୍ଗୀ ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାଗୀରଥି ଦାଶ। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ତଦନ୍ତ ଅଧିକାରୀ ସଦର ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି।
ସୂଚନା ମୁତାବକ, କୋଭିଡ୍‌ ସମୟରେ ଟ୍ରେନିଂ ପିରିୟଡରେ ଭାଗୀରଥି ଟାଙ୍ଗୀ ଥାନାରେ ଯୋଗଦେଇଥିଲେ। ଏହି ସମୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ତାଙ୍କ ପିଲାଦିନର ସାଙ୍ଗ ତଥା ସମ୍ପୃୃକ୍ତ ମହିଳାଙ୍କ ସହ ଦେଖା ହୋଇଥିଲା। ମହିଳାଙ୍କ ୬ବର୍ଷର ପୁଅ ରହିଥିବା ବେଳେ ସ୍ବାମୀ ବାହାର ରାଜ୍ୟରେ କାମ କରୁଛନ୍ତି। ପରେ ମୋବାଇଲ ଚାଟିଂରୁ ଏସ୍‌ଆଇ ଭାଗୀରଥି ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଏସ୍‌ଆଇ ବିବାହର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳାଜଣକ ଗର୍ଭବତୀ ହେବା ନେଇ ଜଣାପଡ଼ିବା ପରେ ଏସ୍‌ଆଇ ତାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ। ଏହା ସହ ଗର୍ଭ ନଷ୍ଟ କରିବାକୁ ସମ୍ପୃକ୍ତ ମହିଳାଙ୍କୁ ଧମକ ଦେଉଥିଲେ। ଏ ନେଇ ସମ୍ପୃକ୍ତ ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୯/୨୧) ରୁଜୁକରି ଏସ୍‌ଆଇ ଭାଗୀରଥିଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୟତି ଜମି ଅଭାବ:ଆବାସ୍‌ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ମୀନକେତନ

ଅତାବିରା, ୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍‌ ସଦର ଗଁ। ର ମୀନକେତନ ସିଂ(୪୫)। ସେ ଜନମ୍‌ବେଲେ ଠିକ୍‌ ଠାକ୍‌ ଥିଲେ...

କାମରେ ଆସୁନି ବଜ୍ରପାତ ନିରୋଧୀ ଯନ୍ତ୍ର

ମହାକାଳପଡ଼ା,୩ା୮ (ଡି.ଏନ.ଏ.): ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଅଦ୍ୟାବଧି ପ୍ରାକୃତିକ ପରିବେଶ ବିଗିଡିଲାଣି। ଏହା ପ୍ରଭାବରେ ଭୂକମ୍ପ, ସୁନାମି,...

ସରିଲା ଗ୍ରାମଦେବୀ ଠାକୁରାଣୀଙ୍କ ଘଟଯାତ୍ରା

ପଟ୍ଟାଙ୍ଗୀ,୧୨।୫(ଡି.ଏନ.ଏ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ଦେବୀ ମାଁ ଗାଙ୍ଗମାଙ୍କ ନବରାତ୍ର ଘଟ ଯାତ୍ରା ଶେଷ ହୋଇଛି। ବୁଧବାର ମା’ ଅସ୍ଥାୟୀ ମଣ୍ଡପରୁ...

କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍‌

ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍‌ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ...

ଗୋନାସିକାରେ ଜଳାଭିଷେକ ହେଲେ ବ୍ରହ୍ମେଶ୍ୱର

କେନ୍ଦୁଝର,୧୮ା୭(ସ୍ବ.ପ୍ର.): ଶ୍ରାବଣ ମାସ ପ୍ରଥମ ସୋମବାରରେ ବଂଶପାଳ ବ୍ଲକ ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ବ୍ରହ୍ମେଶ୍ୱର ମହେଶ ଶିବ ମନ୍ଦିର ଗୋନାସିକାରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ...

ମେଳାରୁ ପାଇଥିବା ଦେଢ଼ଲକ୍ଷ ଟଙ୍କାର ସୁନାହାର ଫେରାଇଲେ

କେନ୍ଦ୍ରାପଡ଼ା ଅଫିସ, ୩୧ା୩: ମଣିଷ ଭଲ କାମ କଲେ ପ୍ରଶଂସା ମିଳେ। ସବୁଠି ତାଙ୍କ ଉଦାରପଣିଆକୁ ନେଇ ଚର୍ଚ୍ଚା ହୁଏ। ସେମିତି ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡ଼ା...

ଟ୍ରକ ଚକା ତଳେ ଗଲା ଦୁଇଭାଇଙ୍କ ଜୀବନ

ନୂଆଗାଁ,୯।୬(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ଥାନା ସୋରଡ଼ାଠାରେ ଏକ ଗ୍ୟାସ ବୋଝେଇ ଟ୍ରକ ଗୋଟିଏ ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀ ୨ ଭାଇଙ୍କ ମୃତ୍ୟୁ...

ବେଆଇନ କୋଠା ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୭।୧୨:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିନା ପ୍ଲାନ ଆପ୍ରୁଭାଲରେ ସହର ମଧ୍ୟରେ ଶତାଧିକ କୋଠା ଗଢିଉଠିଛି। ଏଥିମଧ୍ୟରେ ସପିଂ ମଲ, ଆପାର୍ଟମେଣ୍ଟ୍‌, ହୋଟେଲ ଭଳି...

Advertisement
Archives

Model This Week