ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ରାୟଗଡ଼ା ଅଫିସ,୨୮।୧: ରାୟଗଡ଼ା ଜିଲା ବିଷମକଟକରେ ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଅଟକ ରଖିଥିଲେ ଗ୍ରାମବାସୀ। ତେବେ ଅଟକ ଥିବା ଯୁବକଙ୍କୁ ବିଷମକଟକ ପୋଲିସ ଉଦ୍ଧାର କରିଛି।
ବିଷମକଟକ ଥାନା ଅନ୍ତର୍ଗତ ମିନାହଲାରେ ଏହି ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଗ୍ରାମରେ ପର୍ବ ପାଳନ ଚାଲିଥିବା ବେଳେ ୩ ଜଣ ଯୁବକ ଏକ ପଲସର୍‌ରେ ଆସି ବୁଲାବୁଲି କରୁଥିଲେ। ଗ୍ରାମବାସୀ ଜଣେ ଯୁବକଙ୍କୁ ଏନେଇ ପଚରାଉଚରା କରିବାରୁ ଅନ୍ୟ ୨ ଜଣ ଯୁବକ ସେଠାରୁ ଚମ୍ପଟ ମାରିଥିଲେ। ଅଟକ ରଖିଥିବା ଯୁବକ ଜଣଙ୍କୁ ଗ୍ରାମବାସୀ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ ନିସ୍ତୁକ ପିଟିଥିଲେ ଗ୍ରାମବାସୀ। ଏହା ପରେ ପ୍ରାଣ ବିକଳରେ ଯୁବକ ଜଣକ ଏକ ଡ୍ରେନ୍‌ ଭିତରେ ପଶି ଯାଇଥିଲେ। ଏନେଇ ଗ୍ରାମବାସୀ ଖବର ଦେବାରୁ ପୋଲିସ ଆସି ଯୁବକଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇ ତଦନ୍ତ କରୁଛି। ଯୁବକ ଜଣକ ବିହାରର ବୋଲି ଜଣାପଡ଼ିଛି। ତାଙ୍କ ଠାରୁ ଏକ ମୋବାଇଲ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ଥ

ଚୌଦ୍ୱାର,୧୯।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଜାତୀୟ ରାଜପଥ ୧୬ରେ ପ୍ରବାସୀ ଓଡ଼ିଆଙ୍କୁ ନେଇଯାଉଥିବା ବସ୍‌ ଦୁର୍ଘଟଣାଗସ୍ତ। ଏଥିରେ ୬ଜଣ ଯାତ୍ରୀ...

ହାତୀପଲ ଧସ୍ତାଧସ୍ତି: ଚାପି ହୋଇ ଛୁଆ ହାତୀ ମୃତ

କପ୍ତିପଦା,୨୬ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବନାଞ୍ଚଳର ନଟୋ ସଂରକ୍ଷିତ ଜଙ୍ଗଲର କଟୁରିଆ-ଶାଣଦେଇଠାରେ ହାତୀପଲ ମଧ୍ୟରେ ଧସ୍ତାଧସ୍ତି ହୋଇ ଏକ ଛୁଆହାତୀର ମୃତ୍ୟୁ ହୋଇଛି। ଛୁଆହାତୀ ବୟସ...

ପରିସ୍ରା ଯିବା ବାହାନା ଦେଖାଇ କଏଦୀ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି, ୧୨।୧୧(ବି.ପ୍ର/ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ବିଚାରଧୀନ କଏଦୀ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ତାଙ୍କ ନାମ ଅରୁଣ ହରିଜନ। ତାଙ୍କ...

ପୁରୀ ଆର୍‌ଏମ୍‌ଏସ୍‌ ସେବା ସ୍ଥାନାନ୍ତରକୁ ବିରୋଧ

ପୁରୀ ଅଫିସ,୨୭ା୨: ପୁରୀ ରେଳ ଷ୍ଟେଶନରେ କାର୍ଯ୍ୟ କରୁଥିବା ରେଳ ଡାକ ସେବା ଖୋର୍ଦ୍ଧା ରୋଡ ସ୍ଥାନାନ୍ତରକୁ ଶ୍ରୀଜଗନ୍ନାଥ ସେନା ତୀବ୍ର ବିରୋଧ କରିଛି। ଏହାର...

ବଢୁଛି ରୋଗୀ ସଂଖ୍ୟା, ବ୍ୟବସ୍ଥା ନାହିଁ

ବାଲେଶ୍ୱର ଅଫିସ, ୧୬।୯(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଡାକ୍ତର, କର୍ମଚାରୀ, ପାରାମେଡିକାଲ ଷ୍ଟାଫ୍‌ଙ୍କ ଅଭାବ ରହିଛି।...

ଜୟନ୍ତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ଲାଗି ମନୋନୀତ

ବ୍ରହ୍ମପୁର ଅଫିସ,୩୦।୧୨:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ନିମନ୍ତେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କୁ ମନୋନୀତ କରାଯାଇଛି।...

ମୟୂରଭଞ୍ଜ ଜିଲା ଚିଠି: ପର୍ଯ୍ୟଟନ ଶିଳ୍ପ

ମୟୂରଭଞ୍ଜ ଜିଲାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳ। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ସହିତ ବହୁ ଜଳପ୍ରପାତ, ମନ୍ଦିର, ଐତିହାସିକ ସ୍ଥାନ ରହିଛି। ହେଲେ ଏହି...

ପୁଣି ଜୋର୍‌ ଧରିଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୧ା୧୦ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଭବତାରଣ...

Advertisement
Archives

Model This Week