ଆମ ଜିଲା ଖବର

କୋଇଲା ଚୋରା କାରବାରରେ କୋଟିପତି ହୋମଗାର୍ଡ

ଅନୁଗୋଳ ଅଫିସ,୨୭ା୫: ପୋଲିସ ଚାକିରିକୁ ଢାଲ କରି କୋଇଲା ଚୋରା କାରବାର କରୁଥିବା କଟକ ଜିଲା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁଙ୍କୁ ଗିରଫ କରାଯାଇଛି। ଅନୁଗୋଳ ଜିଲା ନିଶା ଥାନା ପୋଲିସ ବୁଧବାର ରାତିରେ ତାଙ୍କୁ ଉଠାଇ ଆଣିଥିବା…

୨୮ବର୍ଷ ବିତିଲା, ହେଲାନି କଂସରଝରଣ ଜଳଭଣ୍ଡାର

ସମ୍ବଲପୁର,୨୭ା୫(ବ୍ୟୁରୋ): ୧୯୯୪ ମସିହା ଏପ୍ରିଲ ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଗସ୍ତରେ ଆସି କୟାକୁଦ ପଞ୍ଚାୟତ ଅଫିସ ଓ ଯୁଯୁମୁରା ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ। ସେ ସମୟରେ ଚାଷୀ ଓ ଅଞ୍ଚଳବାସୀଙ୍କ…

ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଫାଟ

ଯାଜପୁର ଅଫିସ,୨୭ା୫: ରାଜ୍ୟରେ ମେଗା ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଏବଂ ନିମ୍ନମାନର କାର୍ଯ୍ୟ ହେଉଛି। ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାବେଳେ ପାଇପ ବିଛା କାର୍ଯ୍ୟରେ ବିଭାଗୀୟ ଯୋଜନା ଅନୁସାରେ ସମ୍ପାଦନ କରାଯାଉନାହିଁ।…

ଆଖିପତାରେ ବଢୁଛି ମାଂସପିଣ୍ଡୁଳା

ନାଉଗାଁ,୨୭ା୫(ସ୍ବ.ପ୍ର.): ଆଖି ପତାରେ ବଢ଼ୁଛି ମାଂସପିଣ୍ଡୁଳା। ଅସହ୍ୟ ଯନ୍ତ୍ରଣା ହେଉଛି। ମାତ୍ର ନାବାଳକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। କାରଣ ସେ ଦିବ୍ୟାଙ୍ଗ ହୋଇଥିବାବେଳେ ଅନାଥ। ଚିକିତ୍ସା ବ୍ୟୟ ବହୁଳ ହୋଇଥିବାବେଳେ ଜୀବନ ପ୍ରତି ବିପଦ ଥିବାରୁ ଅନାଥ ଆଶ୍ରମ ପରିଚାଳକ…

ଜଗତ୍‌ସିଂହପୁରରେ ଡ୍ରେନ୍‌ ସମସ୍ୟା ଚିନ୍ତାଜନକ

ଜଗତ୍‌ସିଂହପୁର ଅଫିସ,୨୭ା୫: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇ ପାରିବନାହିଁ। ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି।…

କାମରେ ଲାଗୁନି ଅଙ୍ଗନୱାଡି ଗୃହ

କୋରେଇ,୨୭ା୫(ସ୍ବ.ପ୍ର.): କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତ ଉପୁଳାଇ ଅଙ୍ଗନୱାଡି ଗୃହ ପିଲାଙ୍କ କାମରେ ଲାଗୁନି। ଦୁଇବର୍ଷ ହେଲା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପିଲା ଏଠାରେ ପଢିବାର ସୁଯୋଗ ପାଉନାହାନ୍ତି। ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ…

୪୫ ଚାଷୀଙ୍କ ୩୭ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୨୭ା୫: ସରକାର ଧାନର ଅଭାବୀ ବିକ୍ରୀରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖି ଚାଷୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ଧାନ ବିକ୍ରୀ କରିବାକୁ ଯୋଜନା କରିଥିଲେ। ଚାଷୀଙ୍କ ସଙ୍ଗଠିତ ଉଦ୍ୟମ ଓ ପ୍ରଶାସନିକ ତତ୍ପରତା ପାଇଁ ଧାନ ସଂଗ୍ରହ…

ୱାଚ୍‌ ଟାୱାର ଉପରୁ ରଖାଯିବ ନଜର

ଢେଙ୍କାନାଳ ଅଫିସ,୨୭।୫: ରାଜ୍ୟରେ ହାତୀମୃତ୍ୟୁରେ ଅଙ୍କୁଶ ଲାଗିପାରୁନି। କେତେବେଳେ ଦୁର୍ଘଟଣା ତ ଆଉ କେବେ ରୋଗ ସଂକ୍ରମଣର ଶିକାର ହୋଇ ଚାଲିଯାଉଛି ଏହି ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବନ। ବିଶେଷ କରି ହାତୀ ଚଲାପଥ ଦେଇ ବିଛାଯାଇଥିବା ରେଳ ଧାରଣା ଗଜରାଜଙ୍କ…

ବୋହୂ ଋଣ ପାଇଁ ଶାଶୁଙ୍କୁ ତାଲା

ରାଜକନିକା,୨୭ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାର ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ କମ୍‌ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦେଉଛନ୍ତି। ଏହି ଋଣ ଅର୍ଥକୁ ମହିଳାମାନେ ବିନିଯୋଗ କରି ଛେଳି,…

ପୂଜାର୍ଚ୍ଚନା ପରେ ରୋଡ୍‌ ଶୋ’ ଆରମ୍ଭ କଲେ ଅଳକା

ଝାରସୁଗୁଡ଼ା ଅଫିସ,୨୬ା୫: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବେଲପାହାଡ ପୌରାଞ୍ଚଳକୁ ଅଧିକ ଗୁରୁତ୍ୱ ଦେଇଛି। ଗୁରୁବାର ଦଳୀୟ ପ୍ରାର୍ଥିନୀ ଅଳକା ମହାନ୍ତି ଶନି ମନ୍ଦିରରେ ପୂଜାର୍ଚ୍ଚନା କରି ରୋଡ୍‌ ଶୋରେ ବାହାରିଥିଲେ। ଏହା ପୌରାଞ୍ଚଳର ୧ନମ୍ବର ଓ ୨ନମ୍ବର ଓ୍ବାର୍ଡଦେଇ ଗୁମାଡେରା ଜଗନ୍ନାଥ…

ଜଙ୍ଗଲରେ ଚାଲିଥିଲା ଚୋରାଚାଲାଣ ପ୍ରସ୍ତୁତି, ପହଞ୍ଚିଗଲା ପୋଲିସ

ମାଲକାନଗିରି,୨୬।୫(ଡି.ଏନ.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ପୋଲିସ ପାଟ୍ରୋଲିଂ ସମୟରେ ଜଙ୍ଗଲରୁ ୧୧୨ କେଜି ଗଞ୍ଜେଇ ଏବଂ ୨ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ହେଲେ ଜାମ୍ବାରିଗୁଡ଼ା ଗ୍ରାମର ଝମାରି ଖିଲ(୬୪)। ସୂଚନା…

ରାତିରେ ଯାଇଥିଲେ ଯାତ୍ରା ଦେଖିବାକୁ, ସକାଳୁ ମିଳିଲା ଯୁବତୀଙ୍କ ମୃତଦେହ

ଚନ୍ଦ୍ରପୁର,୨୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସଦର ପଞ୍ଚାୟତ ଅଧୀନ ଚିଚିପଙ୍ଗା ନିକଟ ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ୱରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସେ ହେଲେ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଲତେଗୁଡ଼ା ଗ୍ରାମର ମିଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?