ୱାଚ୍‌ ଟାୱାର ଉପରୁ ରଖାଯିବ ନଜର

ଢେଙ୍କାନାଳ ଅଫିସ,୨୭।୫: ରାଜ୍ୟରେ ହାତୀମୃତ୍ୟୁରେ ଅଙ୍କୁଶ ଲାଗିପାରୁନି। କେତେବେଳେ ଦୁର୍ଘଟଣା ତ ଆଉ କେବେ ରୋଗ ସଂକ୍ରମଣର ଶିକାର ହୋଇ ଚାଲିଯାଉଛି ଏହି ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବନ। ବିଶେଷ କରି ହାତୀ ଚଲାପଥ ଦେଇ ବିଛାଯାଇଥିବା ରେଳ ଧାରଣା ଗଜରାଜଙ୍କ ପାଇଁ ପାଲଟିଛି ମରଣଯନ୍ତା। ଐତିହ୍ୟ ପ୍ରାଣୀ ତାଲିକାଭୁକ୍ତ ହାତୀବଂଶ ବିପଦରେ ପଡ଼ିଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ କରାଯାଇଛି ମାଷ୍ଟର ପ୍ଲାନ୍‌। ହାତୀବହୁଳ ଢେଙ୍କାନାଳ ଜିଲାର ରେଳଧାରଣା ନିକଟବର୍ତ୍ତୀ ହସ୍ତୀ ଚଲାପଥ ଉପରେ ନଜର ରଖିବାକୁ ଏଣିକି ନିର୍ମାଣ ହେବ ୱାଚ୍‌ ଟାୱାର। ଟାଓ୍ବାର ପିଛା ଖର୍ଚ୍ଚ ହେବ ୨୦ରୁ ୨୫ ଲକ୍ଷ ଟଙ୍କା। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ମଞ୍ଜୁର ହୋଇଛି ଅନୁଦାନ।
ଜିଲା ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କପିଳାସ ଅଭୟାରଣ୍ୟଠାରୁ କଟକ ଜିଲା ଆଠଗଡ଼ ଯାଏ ଏକାଧିକ ହାତୀ ଚଲାପଥ ରହିଛି। ଉକ୍ତ ଅଞ୍ଚଳ ଦେଇ ଯାଇଥିବା ରେଳ ଧାରଣା ପାର୍‌ ହୋଇ ଦୈନିକ ହାତୀପଲ ଉଭୟପାର୍ଶ୍ୱକୁ ଚଳପ୍ରଚଳ କରିଥାଆନ୍ତି। ତେଣୁ ଦ୍ରୁତଗାମୀ ଟ୍ରେନ୍‌ ଧକ୍କାରେ ହାତୀଙ୍କ ଜୀବନ ଯିବା ଭୟ ଲାଗି ରହୁଛି। ସମସ୍ୟାର ସମାଧାନ ପାଇଁ ରାଜଆଠଗଡ଼-ଯୋରନ୍ଦା ରୋଡ୍‌ ଷ୍ଟେଶନ ମଧ୍ୟରେ ଏକ ଓଭରପାସ୍‌ ନିର୍ମାଣ କରାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସେହିପରି ଜିଲାର ସମ୍ବେଦନଶୀଳ ତଥା ହାତୀ ଚଳପ୍ରଚଳ କରୁଥିବା ରେଳଧାରଣା ନିକଟରେ ୱାଚ ଟାୱାର ନିର୍ମାଣ କରାଯିବ। ଏଥିଲାଗି ହଳଦିଆବାହାଳ, ଚିନ୍ତାପୋଖରୀ, ରସାସିଂହ, ଗୁଣୁଦେଇ ନିକଟବର୍ତ୍ତୀ ୪ ସ୍ଥାନ ଚିହ୍ନଟ କରାଯାଇଛି। ସୋଲାର ଆଲୋକ ବିଶିଷ୍ଟ ପ୍ରତି ଟାଓ୍ବାର ନିର୍ମାଣ ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁରକ୍ଷା କର୍ମୀ ମୁତୟନ ହେବେ। ଏଥିଲାଗି ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ଆଲୋଚନା ସରିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଟେନ୍‌ ଲାଇନ୍‌ ନିକଟବର୍ତ୍ତୀ ହାତୀ ଉପଦ୍ରୁତ ଅଞ୍ଚଳରେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ଆସିଛି। ଟ୍ରେନ୍‌ ଧାରଣାରେ ହାତୀମୃତ୍ୟୁ ରୋକିବା ଲାଗି ଗୁରୁତ୍ୱ ଦିଆଯାଉଛି। ହାତୀ ଚଲାପଥ ଦେଇ ଯାତାୟାତ ବେଳେ ଟ୍ରେନ୍‌ ବେଗ କମ୍‌ କରିବାକୁ ଖୋର୍ଦ୍ଧାରୋଡ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଅବଗତ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri