୨୮ବର୍ଷ ବିତିଲା, ହେଲାନି କଂସରଝରଣ ଜଳଭଣ୍ଡାର

ସମ୍ବଲପୁର,୨୭ା୫(ବ୍ୟୁରୋ): ୧୯୯୪ ମସିହା ଏପ୍ରିଲ ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଗସ୍ତରେ ଆସି କୟାକୁଦ ପଞ୍ଚାୟତ ଅଫିସ ଓ ଯୁଯୁମୁରା ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ। ସେ ସମୟରେ ଚାଷୀ ଓ ଅଞ୍ଚଳବାସୀଙ୍କ ଦାବି ଅନୁସାରେ ବିଜୁବାବୁ କଂସର ପଞ୍ଚାୟତର କଂସରଝରଣରେ ଏକ ବୃହତ୍‌ ଜଳଭଣ୍ଡାର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତତ୍‌କାଳୀନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ସ୍ବର୍ଗତ ବସନ୍ତ ମହାନନ୍ଦ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରରୁ ଏକ ଟିମ୍‌ ଆସି ସର୍ଭେ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଫେରିଥିଲେ। ପରେ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ଜଗଦୀଶ ପ୍ରଧାନ, ବଂଶୀଧର ପ୍ରଧାନ, ବୃଷଭ ପ୍ରଧାନ ପ୍ରମୁଖ ଭୁବନେଶ୍ୱରଠାରୁ ଆରମ୍ଭ କରି ଜିଲାର ବିଭିନ୍ନ ବିଭାଗକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ଆଜି ସ୍ମୃତି ହୋଇ ରହିଯାଇଛି ବୋଲି କଂସର ପଞ୍ଚାୟତବାସୀ କହିଛନ୍ତି।
ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେଶ ପ୍ରଧାନ, ତତ୍‌କାଳୀନ ସରପଞ୍ଚ ବେଦବ୍ୟାସ ପ୍ରଧାନ କହିଛନ୍ତି, ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ଅଧିକାଂଶ ପଞ୍ଚାୟତ ଜଙ୍ଗଲଘେରରେ ରହିଛି। ଜରାଙ୍ଗ ଜଙ୍ଗଲରେ ଦେବଝରଣ ଜଳପ୍ରପାତ ରହିଥିବା ବେଳେ କଂସରଝରଣ, କୁଠେରଝରଣ ଓ ନାକଟିଦେଉଳ ବ୍ଲକ କଞ୍ଚନପୁରରେ ଥିବା ଝରଣାରୁ ପାଣି ପ୍ରବାହିତ ହୋଇଥାଏ। ଏହି ଜଙ୍ଗଲର ପ୍ରାକୃତିକ ଝରଣାଗୁଡିକରୁ ବର୍ଷତମାମ ପାଣି ପ୍ରବାହିତ ହୋଇଥାଏ। ଏହା ମଧ୍ୟରୁ କେବଳ ଯୁଯୁମୁରା ବ୍ଲକ ଦେବଝରଣକୁ ବିକଶିତ କରାଯାଇଛି। ଏହାକୁ ଇକୋ ଟୁରିଜମ ଭାବେ ଘୋଷଣା କରାଯାଇ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା କରାଯାଇଛି। ହଜାର ସଂଖ୍ୟାରେ ଚାଷୀ ମଧ୍ୟ ଉପକୃତ ହେଉଛନ୍ତି। ଠିକ୍‌ ସେହିଭଳି କଂସରଝରଣର ବିକାଶ କରାଯିବା ଆବଶ୍ୟକ। ଏହି ଝରଣରେ ପାଣିର ସ୍ରୋତ ବହିଥାଏ। ନିକଟରେ ଜଙ୍ଗଲ ରହିଥିବା ବେଳେ ସରକାରୀ ଓ କେତେଜଣ ବ୍ୟକ୍ତିଙ୍କ ରୟତି ଚାଷ ଜମି ରହିଛି। ଜଳଭଣ୍ଡାର ହେଲେ ଚାଷୀମାନେ ନିଜ ଚାଷ ଜମି ଛାଡିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଭୂତଳ ଜଳ ସଂରକ୍ଷଣ ପାଇଁ ଅନେକ ଯୋଜନା କରାଯାଉଛି। ତେଣୁ ସରକାର ଆଉ ବିଳମ୍ବ ନ କରି ପ୍ରକ୍ରିୟା ଆରମ୍ଭ କରନ୍ତୁ। ଜଳଭଣ୍ଡାର ହେଲେ ଗଡଗଡବାହାଳ, ମୁଷାକାନୀ, କଂସର, ଢାଢୁମୁଣ୍ଡା ଗ୍ରାମବାସୀ ଉପକୃତ ହେବେ। ପ୍ରାୟ ୫ ଶହ ଚାଷୀ ପରିବାର ଧାନ ଓ ଅନ୍ୟ ଚାଷ କରି ଆର୍ଥତ୍କ ସ୍ବାବଲମ୍ବୀ ହୋଇପାରିବେ। ବନ ବିଭାଗ ପାଇଁ କୌଣସି ସମସ୍ୟା ହେବ ନାହିଁ, ବରଂ ପାଣି ଗଚ୍ଛିତ ହୋଇ ରହିପାରିବ। ତେଣୁ ଜିଲା ପ୍ରଶାସନ, ବନ ବିଭାଗ ମିଳିତ ଭାବେ ସର୍ଭେକରି ପ୍ରସ୍ତାବିତ ପ୍ରକଳ୍ପ ଆରମ୍ଭ କରିବାକୁ ଦାବି କରିଥିଲେ। ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ସନ୍ତୋଷ ପଟ୍ଟନାୟକ କହିଛନ୍ତି, ସର୍ଭେ କରାଯାଇଥିଲା, ହେଲେ ନିକଟରେ ଜଙ୍ଗଲ ଜମି ଥିବାରୁ କାମ ଆଗେଇ ପାରିଲା ନାହିଁ। ରେଢାଖୋଲ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ କହିଥିଲେ,ଏହି ପ୍ରକଳ୍ପ କିଭଳି ଆଗେଇବ ସେ ବ୍ୟବସ୍ଥା କରାଯିବ। ବନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ ସହ ଆଲୋଚନା କରି ପ୍ରକ୍ରିୟା ପୁନଃ ଆରମ୍ଭ କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

ଆଜି ଉପକୂଳରେ ମାଡ଼ହେବ ‘ମିଗ୍‌ଜୋମ୍‌’: ଓଡ଼ିଶାର ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୫ା୧୨ (ଅନିଲଦାସ):ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri