୪୫ ଚାଷୀଙ୍କ ୩୭ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୨୭ା୫: ସରକାର ଧାନର ଅଭାବୀ ବିକ୍ରୀରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖି ଚାଷୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ଧାନ ବିକ୍ରୀ କରିବାକୁ ଯୋଜନା କରିଥିଲେ। ଚାଷୀଙ୍କ ସଙ୍ଗଠିତ ଉଦ୍ୟମ ଓ ପ୍ରଶାସନିକ ତତ୍ପରତା ପାଇଁ ଧାନ ସଂଗ୍ରହ କ୍ଷେତ୍ରରେ ଏହି ଉନ୍ନତି ବିଜେଡି-ଭାଜପା ମେଣ୍ଟ ସରକାରଙ୍କ ଅମଳରେ ଅନୁକୂଳ ହୋଇଥିଲା। ପ୍ରାରମ୍ଭରେ କିିଛି ବର୍ଷ ସୁରୁଖୁରୁରେ ଧାନ ସଂଗ୍ରହ ହେଉଥିଲା। କିନ୍ତୁ ଗତ ୪/୫ ବର୍ଷ ହେବ ଯାଜପୁର ଜିଲା ପାକ୍ସଗୁଡିକରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଛି। ଯାଜପୁର ଜିଲା ବିଗିରିଆ, ବନ୍ଦାଳୋ ଓ ଧାରପୁର ପ୍ୟାକ୍ସରେ ଚାଷୀମାନେ ଧାନ ଦେଇ ପ୍ରାପ୍ୟ ନ ପାଇବା, ଟୋକନ ପାଇ ଧାନ ବିକ୍ରୀ ନ ହେବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏନେଇ ଚାଷୀମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ ହେଁ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ କାର୍ଯ୍ୟାନୁଷ୍ଠାନ ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି। ଜିଲାରେ ପୂର୍ବରୁ ଏଭଳି ଅନେକ ତଦନ୍ତ ନିର୍ଦ୍ଦେଶ ଫାଇଲ ଭିତରେ ଚାପି ହୋଇ ରହିଛି। ପାକ୍ସ କର୍ମଚାରୀ ଏବଂ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ଭିତିରିଆ ବୁଝାମଣା କ୍ରମଶଃ ଘନିଷ୍ଠ ହେଉଥିବାରୁ ଗରିବ ଚାଷୀ ସେଥିରେ ପେଷି ହେଉଥିବା ମତପ୍ରକାଶ ପାଇଛି। ଜିଲାପାଳ ମଧ୍ୟ ଏନେଇ ନୀରବ ରହୁଥିବାରୁ ଚାଷୀଙ୍କ ସମସ୍ୟା ଆହୁରି ବଢ଼ି ଚାଲିଛି।
ସରକାରଙ୍କ ଖାଦ୍ୟ ନୀତି ଅନୁସାରେ ଚାଷୀଙ୍କଠାରୁ ପ୍ୟାକ୍ସ ଜରିଆରେ ଧାନ ସଂଗ୍ରହ ହେବ। ପ୍ୟାକ୍ସରୁ ଧାନ ମିଲର୍ସଙ୍କ ନିକଟକୁ ଯିବ ଏବଂ ସେହି ଅନୁପାତରେ ଚାଉଳ ଦାଖଲ କରିବ। ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ଏବଂ ଧାନ ବିକ୍ରୀ କରିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରେ ପ୍ରାପ୍ୟ ପ୍ରଦାନ କରାଯିବ ସେ ନେଇ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହାର ଓଲଟା ହେଉଛି। ପ୍ୟାକ୍ସରେ ଧାନ ସଂଗ୍ରହ ହେଉ ନ ଥିବାବେଳେ ଚାଷୀଙ୍କୁ ମିଲରେ ଧାନ ଦେବାକୁ କୁହାଯାଉଛି ା ଫଳସ୍ବରୂପ ଚାଷୀ ମିଲର୍ସଙ୍କ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ଜିଲାର କୋରେଇ ବ୍ଲକ ବନ୍ଦାଳୋ ପ୍ୟାକ୍ସର ଚାଷୀ ଅନିର୍ବାଣ ଜେନା, ମାଳତୀ ଜେନା, ଶ୍ରୀଧର ଜେନା, ଅଭିମନ୍ୟୁ ପୁହାଣ, ବୈକୁଣ୍ଠବାସୀ ଭଗବାନ ଖଣ୍ଡାଇ, ଅନନ୍ତ କୁମାର ପ୍ରଧାନ, ପଞ୍ଚୁପାଣ୍ଡବ ଜେନା ପ୍ରମୁଖ ୪୫ ଜଣ ଚାଷୀ ପ୍ରାୟ ୨୦୦୦ କୁଇଣ୍ଟାଲ ଧାନ ଦେଇ ଏଯାଏ ତାଙ୍କ ପ୍ରାପ୍ୟ ପାଇନାହାନ୍ତି। ଚାଷୀଙ୍କ କହିବା ଅନୁସାରେ ପ୍ରାୟ ୩୭ ଲକ୍ଷ ଟଙ୍କା ସେମାନେ ପାଇବା ବାକି ରହିଛି। ଏହି ଚାଷୀମାନେ ୧୧ା୩ା୨୦୨୨ରେ ଯାଜପୁର ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ)ଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ସିଏସଓ ଏହି ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତିକିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଅଟକି ରହିଛି। ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ ହୋଇନାହିଁ, କିନ୍ତୁ ପ୍ରାପ୍ୟ ନ ପାଇ ଚାଷୀଙ୍କ ପରିବାରବର୍ଗ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଅନ୍ୟପକ୍ଷେ ଚାଷୀଙ୍କ ଧାନ ପାଣିକୋଇଲି ଆଶୀର୍ବାଦ ମିଲରେ ଜମା ରହିଥିବା ଚାଷୀ ଅନିର୍ବାଣ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ବିଗିରିଆ ପ୍ୟାକ୍ସ ଅଧୀନ ଚାଷୀ ଦୀନବନ୍ଧୁ ସାହୁଙ୍କ ଅଭିଯୋଗ ଅନୁସାରେ ସେ ଟୋକନ ପାଇଥିଲେ ବି ଧାନ ବିକ୍ରୀ କରି ପାରି ନ ଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ପ୍ୟାକ୍ସ ସମ୍ପାଦକଙ୍କ ସ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। ସମ୍ପାଦକ ଚାଷୀ ଦୀନବନ୍ଧୁଙ୍କୁ ଡାକି ନିର୍ବାଚନରେ ସମର୍ଥନ କରିବାକୁ କହିଥିଲେ। ଏଥିରେ ଦୀନବନ୍ଧୁ ଅରାଜି ହେବାରୁ ତାଙ୍କ ଧାନ ଆଉ କିଣା ହୋଇ ନ ଥିଲା। ଏନେଇ ସେ ଗତ ୧୦ା୨ା୨୦୨୨ରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ତାହା ବି ସିଏସ୍‌ଓଙ୍କ ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି। ସେହିପରି ଧାରାପୁର ପ୍ୟାକ୍ସ ଅଧୀନ ପ୍ରାୟ ୨୬ ଜଣ ଚାଷୀ ଟୋକନ ପାଇ ଖରିଫ ଧାନ ବିକ୍ରୀ କରି ପାରିଲେ ନାହିଁ। ସିଏସ୍‌ଓଙ୍କୁ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ଚାଷୀଙ୍କ ମୋବାଇଲ ଫୋନରେ ଧାନ ବିକ୍ରୀ କରିବାକୁ ମେସେଜ ଯାଇଥିଲା। କିନ୍ତୁ ଧାରପୁର ପ୍ୟାକ୍ସ କାର୍ଯ୍ୟାଳୟ ଅଧିକାଂଶ ଦିନ ବନ୍ଦ ରହିଥିବାରୁ ଚାଷୀମାନେ ବହୁବାର ଧାନ ଆଣି ଫେରି ଯାଇଥିଲେ। ଏହି ଅଭିଯୋଗ ମଧ୍ୟ ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍‌ ନମୁନା ସଂଗ୍ରହ

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ରବିବାର ସକାଳ ୫ଟା ୧୭ ମିନିଟ...

ଆଜି ରାଜ୍ୟରୁ ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୦୦ ଟପିଲା

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୦୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଗଜପତିରେ ପହଞ୍ଚିଲା ଏନଡିଆରଏଫ୍‌ , ଓଡ୍ରାଫ ଟିମ୍‌

ପାରଳାଖେମୁଣ୍ଡି,୩।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ଶୁକ୍ରବାର ବାତ୍ୟାର ରୂପ ନେଇପାରେ। ତେବେ ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଆଜି ସକାଳେ ପଞ୍ଚାୟତ...

‘ଏଚ୍‌ଏସଟିଡିଭି’ ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୮ା୧: ଡିଆରଡିଓ ପକ୍ଷରୁ ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଶୁକ୍ରବାର ଏଚ୍‌ଏସଟିଡିଭି(ହାଇପର୍‌ସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ...

ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ କୋଟ ଚାର୍ଲାଣ

ଧର୍ମଶାଳା/ଜେନାପୁର,୨୭।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୂପୁର ପଞ୍ଚାୟତର ପନ୍ତୁରୀ ଗ୍ରାମରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀକୁ ସୋମବାର ଗିରଫ...

୯ରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ

ଭୁବନେଶ୍ୱର,୪ା୫(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି)କୁ ନୂଆ ସଭାପତି ମିଳିପାରନ୍ତି। ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ନିକଟରେ ଓଡ଼ିଶା ଗସ୍ତରେ ଆସି ଦଳର ସବୁ ବିଧାୟକଙ୍କ ସହ...

ସୁନୀଲ କୁମାର ବଂଶଲ ହେବେ ନୂଆ ଡିଜିପି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ସୁନୀଲ କୁମାର ବଂଶଲ ହେବେ ପୋଲିସ ମହାନିର୍ଦ୍ଦେଶକ। ବଂଶଲ ଡିଜିପି ହେବା ନେଇ ରାଜ୍ୟ ସରକାର ବୁଧବାର ଘୋଷଣା କରିଛନ୍ତି। ଡିଜିପି ଅଭୟଙ୍କ ଠାରୁ...

ଗାଁ ଗାଁରେ ସାମାଜିକ ଦୂରତ୍ୱକୁ ଦିଆଯାଉଛି ଗୁରୁତ୍ୱ: ବଲାଙ୍ଗୀର-ବୌଦ୍ଧ ପ୍ରବେଶ ପଥକୁ ସିଲ୍‌ କଲେ ଗ୍ରାମବାସୀ

ଗୁଡଭେଲା, ୧୦ା୪(ଡି.ଏନ୍‌.ଏ.): ଦିନକୁ ଦିନ କରୋନା ସଂକ୍ରମଣ ଭୟାବହତା ବଢି ଚାଲିଥିବାରୁ ରାଜ୍ୟବାସୀ ଭୟଭୀତ ହୋଇ ପଡିଛନ୍ତି। ସଂଗରୋଧ ସହ ସାମାଜିକ ଦୂରତ୍ୱ ରକ୍ଷା କରିବା...

Advertisement
Archives

Model This Week