ରାତିରେ ଯାଇଥିଲେ ଯାତ୍ରା ଦେଖିବାକୁ, ସକାଳୁ ମିଳିଲା ଯୁବତୀଙ୍କ ମୃତଦେହ

ଚନ୍ଦ୍ରପୁର,୨୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସଦର ପଞ୍ଚାୟତ ଅଧୀନ ଚିଚିପଙ୍ଗା ନିକଟ ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ୱରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସେ ହେଲେ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଲତେଗୁଡ଼ା ଗ୍ରାମର ମିଟିକା କ୍ରାଇସ୍କାଙ୍କ ଝିଅ ମାର୍ତ୍ତା(୧୮)।

ସୂଚନା ଅନୁଯାୟୀ ମାର୍ତ୍ତା ବୁଧବାର ସନ୍ଧ୍ୟା ୭ଟା ବେଳେ ଗାଁର ୨ ସମ୍ପର୍କୀୟ ଭଉଣୀ ରଶ୍ମି ଏବଂ ଅର୍ଚ୍ଚିତାଙ୍କ ସହ ମିଶି ଚନ୍ଦ୍ରପୁର ସଦରଠାରେ ଚାଲିଥିବା ବୀରଝାଲିଆ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ସକାଳ ପର୍ଯ୍ୟନ୍ତ ଚାଲୁଥିବାରୁ ପରିବାର ଲୋକେ ଝିଅକୁ ଖୋଜି ନ ଥିଲେ। ଗୁରୁବାର ସକାଳେ ଚେଚିପଙ୍ଗା ଗ୍ରାମ ନିକଟରେ ମାର୍ତ୍ତାଙ୍କ ମୃତଦେହ ପଡ଼ିଥିବା ବାପା ମିଟିକା ଖବର ପାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟପକ୍ଷରେ ମାର୍ତ୍ତା ସାଙ୍ଗରେ ଯାଇଥିବା ଦୁଇ ଭଉଣୀଙ୍କୁ ଘଟଣା ବିଷୟରେ ପଚାରିବାରୁ ଦୁହେଁ କହିଛନ୍ତି, ଯାତ୍ରାକୁ ଯାଇଥିବାବେଳେ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଣାଗୁଡ଼ା ଗ୍ରାମର ଯୁବକ ଆଶିଷ ଗୁମିଡେଙ୍ଗା(ତୁମ୍ବା)ଙ୍କ ସହ ସାକ୍ଷାତ ହୋଇଥିଲା। ଆଶିଷ ୩ ଭଉଣୀଙ୍କୁ ଗାଁରେ ଛାଡ଼ିଦେବି କହି ରାତିରେ ବାଇକ୍‌ରେ ବସାଇ ଆଣିଥିଲେ। ଚନ୍ଦ୍ରପୁର ନିକଟସ୍ଥ ନଦୀ ପୋଲ ପର୍ଯ୍ୟନ୍ତ ନେଇ ସେଠାରୁ ପୁଣି ବାଇକ୍‌ ପଛକୁ ଫେରାଇ ନେଇଥିଲେ। ରଶ୍ମି ଏବଂ ଅର୍ଚ୍ଚିତାଙ୍କୁ ଚନ୍ଦ୍ରପୁର ଏସ୍‌ଏସ୍‌ଡି ବାଳକ ଉଚ୍ଚ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଛିଡ଼ାକରାଇ ସ୍ତ୍ରୀଙ୍କ ପାଇଁ ଚୁଡ଼ି ବାଛିଦେବାକୁ ମାର୍ତ୍ତାଙ୍କୁ ସାଙ୍ଗରେ ନେଇ ପୁଣି ଯାତ୍ରାସ୍ଥଳକୁ ଯାଇଥିଲେ। ସେଠାରୁ ଆଶିଷ ମାର୍ତ୍ତାଙ୍କୁ ସାଙ୍ଗରେ ନ ଆଣି ଏକୁଟିଆ ଆସି ରଶ୍ମି ଏବଂ ଅର୍ଚ୍ଚିତାଙ୍କୁ ସ୍କୁଲ ନିକଟରୁ ନେଇ କିରାମା ପର୍ଯ୍ୟନ୍ତ ଛାଡ଼ି ଆସିଥିଲେ। ସମସ୍ତ ବିଷୟ ବୁଝିବା ପରେ ମିଟିକା ଗୁରୁବାର ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଅଭିଯୋଗ ଅନୁଯାୟୀ ପୋଲିସ ୫୬/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri