ଆମ ଜିଲା ଖବର

ପ୍ରଗତି କଲିଜିଏଟ ସ୍କୁଲର ସଫଳତା: ରଜତ ମେହେର ସ୍କୁଲ ଟପ୍ପର

ଭବାନୀପାଟଣା,୩।୫(ଉତ୍ତମ କୁମାର ଦାଶ)- ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି କଲିଜିଏଟ ସ୍କୁଲ ଅପୂର୍ବ ସଫଳତା ହାସଲ କରିଛି । ଚଳିତ ବର୍ଷ ଏହି ସ୍କୁଲରୁ ସର୍ବମୋଟ ୧୦…

ମାଟ୍ରିକ ଫଳାଫଳ: ସଫଳତାର ଶୀର୍ଷରେ ଘନଶ୍ୟାମ-ଏଞ୍ଜେଲିନା, ବିଭିନ୍ନ ମହଲରୁ ଶୁଭେଚ୍ଛା

ଥୁଆମୂଳ ରାମପୁର, ୩ା୫ (ଦୁର୍ଗା କୀର୍ତ୍ତି): ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଶିକ୍ଷା କ୍ଷେତ୍ରରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି। ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର କଠିନ…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ ଅକାମୀ ଥିବାରୁ କେବଳ ଗୋଡ଼ ସାହାଯ୍ୟରେ ପରୀକ୍ଷାରେ ଲେଖିଥିଲେ। ସିନ୍ଧରିମାଲ ପିଏମଶ୍ରୀ ସରକାରୀ…

ଓଲଟିଲା ମିକ୍ସଚର ମେସିନ୍ ଗାଡ଼ି, ମାଟି ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗି ନିକଟରେ ଦୁର୍ଘଟଣା । ରାସ୍ତା କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ଓଲଟି ପଡିଛି । ଫଳରେ ଗାଡିରେ ଥିବା ମିସ୍ତ୍ରୀ ମାଟି ତଳେ ପୋତି ହୋଇଯାଇଛନ୍ତି।…

ସାମାନ୍ୟ ବର୍ଷାରେ ବେହାଲ ଛତ୍ରପୁର, କଲେଜ ପରିସରରେ ଅଣ୍ଟାଏ ପାଣି

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁରରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ତେବେ ହେଡ଼ କ୍ୱାଟରରେ ଥିବା ଜାତୀୟ ରାଜ ପଥରେ ସରବିସ ରୋଡ଼ରେ ଅଣ୍ଟାଏ ଉପରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଯିବା…

ସାମ୍ବାଦିକଙ୍କ ଦାବି ପୂରଣ କରାଯାଉ: ଆଇନଜୀବୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, ଓ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ

କୋରାପୁଟ/ନନ୍ଦପୁର,୩।୫(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି): ଭାରତୀୟ ସମ୍ବିଧାନରେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ପ୍ରତିନିଧି ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ସରକାରଙ୍କ ଶାସନ ଓ ଯୋଜନାର ପ୍ରଚାର ପ୍ରସାର କରୁଛନ୍ତି। ଲୋକଙ୍କ ସମସ୍ୟା ଗୁଡ଼ିକୁ ଉପସ୍ଥାପନ କରି ପ୍ରଶାସନିକ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ ଜୀବନ ଯାଇଛି । ଏଭଳି ଦୁଃଖଦ ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଶୋକାକୁଳ…

୨୧ ଉଚ୍ଚ ବିଦ୍ୟାଳୟର ୧୩୯୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ : ବ୍ଲକ ପାଇଁ ଗୌରବ ଆଣିଲେ ପ୍ରିୟଦର୍ଶିନୀ ରାଜଲକ୍ଷ୍ମୀ

ନନ୍ଦପୁର,୩ା୫(ତୁଷାର କାନ୍ତ ମହାନ୍ତି): ଦଶମ ବୋର୍ଡ ପରୀକ୍ଷାରେ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୧ ଉଚ୍ଚ ବିଦ୍ୟାଳୟର ୧୩୯୪ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଡୁଆ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରିୟଦର୍ଶିନୀ ଦାସ ୪୯୦ ଅଙ୍କ(ଏ-୨) ରଖି ବ୍ଲକର ଟପ୍ପର ହୋଇଛନ୍ତି। କୁଲାରସିଂ…

ଅଂଶୁମାନ କୋରାପୁଟ ଜିଲା ଟପ୍ପର

ଜୟପୁର,୩ା୫(ପବନ ପାଣିଗ୍ରାହୀ): ଚଳିତବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ଜୟପୁର ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅଂଶୁମାନ ପ୍ରିୟଦର୍ଶୀ ମୋଟ ୫୭୧ ନମ୍ବର ରଖି କୋରାପୁଟ ଜିଲା ଟପ୍ପର ହୋଇଛନ୍ତି। ଛାତ୍ରୀ…

ମାଟ୍ରିକ ପରୀକ୍ଷାରେ ମାଲକାନଗିରିର ସଫଳତା:ଶୁଭଶ୍ରୀ ଜିଲା ଟପ୍ପର

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଶିବଦତ୍ତ ସାହୁ): ଚଳିତବର୍ଷ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲାର ପାସ ହାର ରାଜ୍ୟର ହାରାହାରି ପାସ ହାରଠାରୁ ଅଧିକ ରହିବା ସହ ସର୍ବାଧିକ ଏ ଗ୍ରେଡ ପାଇ ଶୀର୍ଷରେ ରହିଛି।ବାଲିମେଳାସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ…

ମାଟ୍ରିକ ପରୀକ୍ଷାରେ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ସଫଳତା: ଛୁଟୁଛି ପ୍ରଶଂସାର ସୁଅ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ସିଦ୍ଧମଠଠାରେ ଥିବା ମନୋଜ ମଜ୍ଞରୀ ଶିଶୁ ଭବନ ଦ୍ୱାରା ପରିଚାଳିତ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁଦାନପ୍ରାପ୍ତ ସ୍ବତନ୍ତ୍ର ବିଦ୍ୟାଳୟର ୫ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ର ଚଳିତ ବର୍ଷ ସ୍ଥାନୀୟ…

ମାଟ୍ରିକ ପରୀକ୍ଷା ଫଳ: ପାସ୍‌ ହାରରେ ରାଜ୍ୟରେ ଷଷ୍ଠ ସ୍ଥାନରେ ନୂଆପଡ଼ା, ଜିଲା ଟପ୍ପର ହେଲେ ପୁନମ

ନୂଆପଡ଼ା,୩।୫(ମକାରୁ ବେମାଲ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚଳିତ ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ୯୭.୮୭ ପ୍ରତିଶତ ପାସ୍‌ ହାର ସହ ନୂଆପଡ଼ା ଜିଲା ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି। ସିନାପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?