ରଜ ଖୁସିକୁ ଦ୍ୱିଗୁଣିତ କଲେ ଆଇପିଓ ଆକର୍ଷ ରଞ୍ଜନ; ବାଳାଶ୍ରମ ଶିଶୁଙ୍କୁ ମଲକୁ ନେଇ ନୂଆ ପୋଷାକ କିଣାଇଲେ…

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୧୧।୬: ରଜ ପର୍ବର ଆଗମନ ସହ ଉତ୍ସବମୁଖର ପରିବେଶ ମଧ୍ୟରେ ଉତ୍କଳ ବାଳାଶ୍ରମର ଶିଶୁମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ସୃଷ୍ଟି କରିଛନ୍ତି ଆଇପିଓ ଆକର୍ଷ ରଞ୍ଜନ ପ୍ରଧାନ। ଗଜପତି ଜିଲାର ପାରଳାଖେମୁଣ୍ଡି ସ୍ଥିତ ଏହି ବାଳାଶ୍ରମର ଅନ୍ତେବାସୀମାନଙ୍କୁ ସେ ନିଜ ଉଦ୍ୟମରେ ନୂତନ ପୋଷାକ କିଣାଇ ଦେଇ ରଜର ଆନନ୍ଦକୁ ଆହୁରି ରଙ୍ଗୀନ କରିଛନ୍ତି। ଗୁରୁବାର ସାରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ବାଳାଶ୍ରମର ଶିଶୁମାନଙ୍କୁ ଏକ ସପିଂ ମଲ୍‌କୁ ନିଆଯାଇଥିଲା। ସେଠାରେ ପ୍ରତ୍ୟେକ ଶିଶୁ ନିଜ ପସନ୍ଦ ଅନୁଯାୟୀ ପୋଷାକ ବାଛିଥିଲେ। ନୂଆ ପୋଷାକ ପାଇବା ପରେ ସେମାନଙ୍କ ମୁହଁରେ ଦେଖାଯାଇଥିବା ଖୁସି ଓ ଉତ୍ସାହ ସମସ୍ତଙ୍କ ମନକୁ ଛୁଇଁଥିଲା।
ଆଇପିଓ ଆକର୍ଷ ରଞ୍ଜନ ପ୍ରଧାନ କହିଛନ୍ତି, ମୋ ବାପା ସବୁବେଳେ ଅସହାୟ ଓ ଅନାଥ ଶିଶୁଙ୍କ ସେବା କରିବାକୁ ପ୍ରେରଣା ଦେଇ ଆସିଛନ୍ତି। ସେହି ଆଦର୍ଶକୁ ଆଗକୁ ନେବା ପାଇଁ ମୁଁ ମୋର ଏକ ମାସର ଦରମା ସମାଜସେବାରେ ବ୍ୟୟ କରିବାକୁ ନିଷ୍ପତ୍ତି ନେଇଥିଲି। ଆଜି ଏହି ଶିଶୁମାନଙ୍କ ହସ ଦେଖି ମୋତେ ଅପାର ସନ୍ତୋଷ ମିଳିଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି, ରଜ ପୂର୍ବରୁ ଶିଶୁମାନଙ୍କ ପାଇଁ ନୂତନ ପୋଷାକ ବ୍ୟବସ୍ଥା କରିବାର ଯୋଜନା ଥିଲା। ଆଇପିଓ ପ୍ରଧାନଙ୍କ ସହଯୋଗ ଏହି ଉଦ୍ୟମକୁ ସଫଳ କରିଥିବା ବେଳେ ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ହିଁ ଏହାର ସବୁଠାରୁ ବଡ଼ ସଫଳତା ବୋଲି ସେ କହିଛନ୍ତି। ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଏହି ନିଆରା ଉଦାହରଣ ସମାଜର ଅନ୍ୟମାନଙ୍କୁ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?