ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହଠାରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଁଣ୍ଡି ଆଞ୍ଚଳିକ ପରିଷଦ, ଭଞ୍ଜନଗର ତରଫରୁ ଗୁରୁବାର ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ୨ର କୃତୀ ଛାତ୍ରୀଛାତ୍ରଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତ ଜୀବନର ଉନ୍ନତି, ସମାଜରେ ଜଣେ ଭଲଲୋକ ଭାବେ ମାଆ, ମାଟିର ସମ୍ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ କାଳିଞ୍ଜି ଜାତିର ଏକତା ଓ ସ୍ବାଭିମାନକୁ ପ୍ରଶଂସା କରିଥିଲେ। କାଳିଞ୍ଜି ଜାତିର ସମାଜଗୃହର ଉନ୍ନତି ପାଇଁ ୩୦ ଲକ୍ଷ ଅନୁଦାନ ଦେବାପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ଅତିଥିଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, କେନ୍ଦ୍ରପରିଷଦ ସଭାପତି ସନ୍ତୋଷ କୁମାର ଜେନା,ସମ୍ପାଦକ ନୀଳାଞ୍ଚଳ ପୋଲାଈ,ଶ୍ୟାମସୁନ୍ଦର ରଣସିଂହ, କେନ୍ଦ୍ର ଉପଦେଷ୍ଟା କାଳିଚରଣ ନାୟକ,ଅନ୍ତର୍ଯ୍ୟାମୀ ସ୍ବାଇଁ,ଶିବରାମ ପ୍ରଧାନ,ସୂର୍ଯ୍ୟ ନାରାୟଣ ଭୂୟାଁ,କାହ୍ନୁ ଚରଣ ଭୂୟାଁ, ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ରାଜ କୁମାର ବିଷୋୟୀ ଯୋଗ ଦେଇ ଛାତ୍ରୀଛାତ୍ରମାନଙ୍କୁ ଭବିଷ୍ୟତ ଜୀବନ ଗଠନ ସହ ପିତାମାତା, ଗୁରୁଜନଙ୍କୁ ଭକ୍ତି ଓ ସେବା ମନଭାବ ଉପରେ ଗୁରୁତ୍ୱ ଦେଇ ଏକ ଆଦର୍ଶ ସମାଜ ଗଠନ ଉପରେ କହିଥିଲେ । ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ ସ୍ବାଗତ ଭାଷଣ ସହ ସଂଯୋଜନା କରିଥିଲେ । ଏଥିରେ ଅଂଚଳର ୭୫ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ଅଞ୍ଚଳ ଓ ମଣ୍ଡଳର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ l ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ପ୍ରଦାନ କରିଥିଲେ।

